ବିକଶିତ ହୋଇ ହସିବ ବଣ୍ଡାଘାଟି; ଉପମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି l

Spread the love

ବିକଶିତ ହୋଇ ହସିବ ବଣ୍ଡାଘାଟି; ଉପମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି l

ମାଲକାନଗିରି: ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିକୁ ବିକଶିତ କରିବେ। ଏଠାରେ ବସବାସ କରୁଥିବା ଆଦିମ ଜନଜାତିଙ୍କୁ ମୌଳିକ ସୁବିଧା ମିଳିବ। ସରକାରୀ ଯୋଜନାରୁ ବଣ୍ଡା ଜନଜାତିର ଲୋକେ ବଞ୍ଚିତ ହେବେ ନାହିଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ବଣ୍ଡାଘାଟିକୁ ଗସ୍ତ କରିବା ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି। ‘ସୁଭଦ୍ରା’ ଯୋଜନାରୁ ବଂଚିତ ରହିବା ଓ ବଣ୍ଡାଘାଟିକୁ ଆବାସ ଯୋଜନା ନପହଞ୍ଚିବା ନେଇ ଦୌନିକ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏଠାରେ ପହଞ୍ଚି ସ୍ଥାନୀୟ ଜନତାଙ୍କର ଦାବି ପୂରଣ ହେବ ବୋଲି କହିଛନନ୍ତି। ଆଗାମୀ ଦିନରେ ବଣ୍ଡାଘାଟିରେ ଆବାସ ଯୋଜନା ପାଇଁ ଅଧିକ ୫୦ ହଜାର ଟଙ୍କା ଯୋଗାଇ ଦିଆଯିବ। ସୁଭଦ୍ରା ଯୋଜନାରୁ ବଂଚିତ ଥବା ୨୯୩୨ ହିତାଧିକାରୀଙ୍କ ଘରକୁ ପ୍ରଶାସନ ପହଂଚି ସର୍ଭେ କରାଯିବ ବୋଲି ସେ କହିଛନ୍ତି।
ବଣ୍ଡା ଜନଜାତିଙ୍କ ସହ ଆଲୋଚନା ବେଳେ ଘାଟିରେ ପାନୀୟ ଜଳ, ଯୋଗାଯୋଗ, ମୋବାଇଲ ଟାୱାର ସମସ୍ୟା ସହିତ ଲକ୍ଷ୍ମୀ ବସ୍‌ ସୁବିଧା ପରି ଅନେକ ସମସ୍ୟାକୁ ନେଇ ବଣ୍ଡା ଜନଜାତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ଜଣାଇଥିଲେ। ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ଅମାକୁଣ୍ଡ ଓ ସୀତାକୁଣ୍ଡ ପର୍ଯ୍ୟଟନର ବିକାଶ ସହ ଭୁବନେଶ୍ୱରରେ ବଣ୍ଡା ଜନଜାତିଙ୍କ ପାରମ୍ପରିକ ବେଶଭୁଷା ବିକ୍ରି ପାଇଁ ବଜାରରେ ଏକ ଗୃହର ବ୍ୟବସ୍ତା କରାଯିବ ବୋଲି କହିଥିଲେ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଜି ଦିନ ୧୨ଟା ସମୟରେ କୋରାପୁଟ ଠାରୁ ବଣ୍ଡାଘାଟିକୁ ସଡ଼କ ପଥରେ ପହଞ୍ଚିଥିଲେ। ବର୍ଷା ସତ୍ତ୍ବେ ସେ କାର ଯୋଗେ ବଣ୍ଡାଘାଟିରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିଲେ। ପ୍ରଥମେ ବଣ୍ଡା ଉନୟନ କକ୍ଷରେ ବଣ୍ଡା ମହିଳାଙ୍କ ସହ ଆଲୋଚନା କରିଥିଲେ। ବଣ୍ଡା ମହିଳାମାନେ ସେମାନଙ୍କର ପାରମ୍ପରିକ ମାଳି ଉପମୁଖ୍ୟମନ୍ତ୍ରୀଙ୍କୁ ପିନ୍ଧାଇ ସ୍ୱାଗତ କରିଥିଲେ।
ବଣ୍ଡା ମହିଳାମାନେ କାହିଁକି ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି ଓ ଆବାସ ଯୋଜନାରେ ଘାଟି ଘର ନିର୍ମାଣ ହେଉନାହିଁ ଏନେଇ ପ୍ରଶାସନିକ ଅଧିକାରୀ ଓ ବଣ୍ଡା ଜନଜାତିଙ୍କ ସହ ଆଲୋଚନା କରିଥିଲେ। ବଣ୍ଡାଘାଟିରେ ଲୋକେ ଠିକ ଭାବରେ ପିଇବା ପାଣି ପାରୁ ନାହାନ୍ତି, ଗୋଟିଏ ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ପହଂଚି ପାରୁନାହିଁ। ଅନେକ ଗାଁକୁ ରାସ୍ତା ଠିକ ଭାବରେ ନାହିଁ। ମୋବାଇଲ ଟାୱାରର ସୁବିଧା ନାହିଁ। ଏଭଳି ଅନେକ ସମସ୍ୟା ଉପମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ବଣ୍ଡା ଜନଜାତି। ଉପମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *