ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଜନଜାତି ଓ ଅନୁସୂଚିତ ଜାତି ମଞ୍ଚ ପକ୍ଷରୁ ଜୋରଦାର ବିରୋଧ

Spread the love

ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଜନଜାତି ଓ ଅନୁସୂଚିତ ଜାତି ମଞ୍ଚ ପକ୍ଷରୁ ଜୋରଦାର ବିରୋଧ


ନବରଙ୍ଗପୁର :ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣୟତା ବି ଆର ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ତାଙ୍କ ବୟାନକୁ ବିରୋଧୀ ଜୋରଦାର ବିରୋଧ କରିଛନ୍ତି। ସପା ଠାରୁ ଆରମ୍ଭ କରି ଟିଏମସି ଯାଏ ଅମିତ ଶାହଙ୍କ ‘ଆମ୍ବେଦକର’ ବୟାନକୁ ବିରୋଧ କରିବାରେ ଲାଗିଛନ୍ତି।ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ମଧ୍ୟ ଜନଜାତି ଓ ଅନୁସୂଚିତ ଜାତି ମଞ୍ଚ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଏପରି କହି ସମ୍ବିଧାନର ନିର୍ମାତାଙ୍କୁ ଶାହ ଅପମାନିତ କରିଛନ୍ତି । ହାତରେ ଆମ୍ବେଦକରଙ୍କ ଫଟୋ ଧରି ଜୟ ଭିମ୍ ର ସ୍ଲୋଗାନ ଦେଇ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା ଓ ଅମିତ ଶାହା ଙ୍କ ଫଟୋଚିତ୍ର କୁ ଦାହ କରାଯାଇଥିଲା ଏବଂ ଅମିତ୍ ଶାହ କ୍ଷମା ମାଗନ୍ତୁ ବୋଲି ନାରାବାଜି କରିଥିଲେ ।ଏଥିସହିତ ଏହା ବିଭିନ୍ନ ରାଜ୍ୟ ମାନଙ୍କରେ ମଧ୍ୟ ବିରୋଧର ସ୍ବର ଉତ୍ତୋଳନ ହୋଇଥିବା ବେଳେ ଯାହାକୁ ନେଇ ଜନଜାତି ଓ ଅନୁସୂଚିତ ଜାତି ମଞ୍ଚ ବିରୋଧ କରି ତୀବ୍ର ସମାଲୋଚନା କରିବା ସହ ଶାହଙ୍କ ଇସ୍ତାଫା ଦାବି କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଭିମ ଆର୍ମି ପ୍ରଭାରୀ ଚୁନିଲାଲ୍ ମିର୍ଦ୍ଧା, ଜିଲ୍ଲା ଭିମ ଆର୍ମି ସଭାପତି ଗଙ୍ଗାଧର କଚିମ୍ , ଜିଲ୍ଲା ଆମ୍ବେଦକର ବିଚାର ମଞ୍ଚ ର ସଭାପତି ଶରତ ପାଣିଗ୍ରାହୀ,ଗୁଡୁ ମାଝୀ, କାର୍ତ୍ତିକ ନାୟକ, ନାନୁ ହରିଜନ, ଅନନ୍ତ ନାୟକ , ପପୁ ଟାଇଗର , ଦେବାନନ୍ଦ ଙ୍କ ସହ ଭିମ ଆର୍ମି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *