ସଡକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ l

Spread the love

ସଡକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ l

ଜୟପୁର,: କୋରାପୁଟ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ମାସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ ପୂଜାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ପତାକା ଦେଖାଇ ଏହି ରଥକୁ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ଆଞ୍ଚଳିକ ପରିବହନ ଅଧୂକାରୀ ରାଜେଶ ମାରାଣ୍ଡି, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟି ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଜାନୁଆରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଥୁଲା କିନ୍ତୁ ଚଳିତ ବର୍ଷ ଏକ ମାସ ଧରି ସଡକ ସୁରକ୍ଷା ମାସ ପାଳନ କରାଯିବ ବୋଲି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ମାରାଣ୍ଡି କହିଛନ୍ତି । ଏହି ରଥ ଆଜିଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସହରାଞ୍ଚଳ ସମେତ ଗାଁ ଗହଳିରେ ବୁଲିବା ସହିତ ଲୋକ ମାନଙ୍କୁ ସଡକ ସୁରକ୍ଷା, ହେଲମେଟ ପିନ୍ଧି ଗାଡି ଚଳାଇବା, ମଦ୍ୟପାନ କରି ଗାଡି ନଚଲାଇବା ଏବଂ ଓଭରଲୋଡିଂ ଉପରେ ସଚେତନ କରାଇବ ବୋଲି ସେ କହିଛନ୍ତି । ଜିଲ୍ଲାରେ ଦୁର୍ଘଟଣା ହ୍ରାସ ନିମିତ୍ତ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ସାପ୍ତାହିକ ହାଟ ଗୁଡିକରେ ଢେମେସା ନୃତ୍ୟ ମାଧ୍ୟମରେ ଲୋକମାନଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରାଯିବ ବୋଲି ସେ କହିଛନ୍ତି। ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ରାଲି ସମେତ ସଚେତନତା ଏହି କ୍ରମ ରେ ଜିଲ୍ଲାରେ ଜାରି ରହିବ ଏବଂ ଆମେ ଟ୍ରାଫିକ ନିୟମ ପାଳନ କରିବା ସହ ଅନ୍ୟମାନଙ୍କୁ ପାଳନ କରିବାରେ ସଚେତନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଆଗକୁ ଚେକିଙ୍ଗ କଡାକଡି ହେବ ବୋଲି ସତର୍କ ସୂଚନା ଦେଇଛନ୍ତି , ଜିଲ୍ଲା ପରିବହନ ଅଧିକାରୀ ରାଜେଶ ମାରାଣ୍ଡି ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *