ଜୟପୁର ପାଲଟିଛି ଚୋରା ଦେଶୀ ଓ ବିଦେଶୀ ମଦ କାରବାରର ହବ୍।

Spread the love

ଜୟପୁର ପାଲଟିଛି ଚୋରା ଦେଶୀ ଓ ବିଦେଶୀ ମଦ କାରବାରର ହବ୍।

ଜୟପୁର :କୋରାପୁଟ ଜିଲ୍ଲାର ପ୍ରମୁଖ ସହର ଜୟପୁର ପାଲଟିଛି ଚୋରା ଦେଶୀ ଓ ବିଦେଶୀ ମଦ କାରବାରର ଆଡ୍ଡାସ୍ଥଳୀ। ସହର ମଧ୍ୟରେ ଏବଂ ଆଖପାଖ ଅଞ୍ଚଳରେ ଅଧିକାଂଶ ଢାବାରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ କାରବାର ବଢି ଚାଲିଛି। ଏଥିଯୋଗୁଁ ସହରରେ ଚୋରି ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଢାବା ଓ ସହର ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ଘର ଓ ପାନ ଦୋକାନ,ଚା ଦୋକାନ ଗୁଡିକରେ ଚଢାଉ ହେଉନଥିବା କାରଣରୁ ବେପରୁଆ ଭାବେ ମଦ କାରବାର ସହରର ବିଭିନ୍ନ ସ୍ଥାନରେ ଚାଲୁରହିଛି।

ମଦ କାରବାର ବେଳେ କାହାରିକୁ ଯଦି ଗିରଫ କରାଯାଏ ତାହେଲେ ସେମାନେ ଜାମିନ ରେ ଆସି ପୁଣି ମଦ କାରବାର ରେ ଯୋଡିତ ରହୁଛନ୍ତି। ତେଣୁ ମଦ ବ୍ୟବସାୟୀ ମାନେ ଏଭଳି ଚଢାଉକୁ ଖାତିର କରୁ ନ ଥିବା ଜଣାପଡିଛି। ଏହି ମଦ କାରବାରକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଯଦି ନୁଆ କୋଠର ଆଇନ୍ ବ୍ୟବସ୍ଥା ଲାଗୁ କରାଯିବ ତାହେଲେ ଚୋରା ମଦ କାରବାର ରୋକିବା ପାଇଁ ଆଶା କରାଯାଇପାରିଥାନ୍ତା।

ବର୍ତ୍ତମାନ ସରକାରଙ୍କ ନିୟମ ଅନୁଯାୟୀ ଚୋରା ମଦ କାରବାରକୁ ରୋକିବା ପାଇଁ ମୂଖ୍ୟତଃ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଅବକାରୀ ବିଭାଗ ର ଗଠନ କରାଯାଇଛି। ଏପରି ସ୍ଥିତିରେ ଜୟପୁର ଅବକାରୀ ବିଭାଗ ପକ୍ଷରୁ କୌଣସି ସ୍ଥାନରେ ଚଢାଉ ହେଉନଥିବା କାରଣରୁ ଜୟପୁର ସହରରେ ଅନେକ ସାହି ଗଳିରେ ଚା ଦୋକାନ, ପାନ ଦୋକାନ ଏବଂ ଢାବା ଗୁଡିକରେ ମଧ୍ୟ ଦେଶି ଓ ବିଦେଶୀ ମଦ କାରବାର ଜୋରଦାର ଚାଲିଛି। ନିର୍ଦ୍ଦିଷ୍ଟ କିଛି ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଗୁଡିକ ବେଆଇନ ଭାବେ ଢାବାଗୁଡିକୁ ବିଦେଶୀ ମଦ ଯୋଗାଉଛନ୍ତି। ଅବକାରୀ ଓ ପୋଲିସ ବିଭାଗ ଚଢାଉ ସମୟରେ ଏହା ସ୍ପଷ୍ଟ ହେଉଛି। କିନ୍ତୁ ସମ୍ପୃକ୍ତ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଜଣାପଡିଛି। ଜୟପୁର ବ୍ଳକ୍ ଅନ୍ତର୍ଗତ ଅବକାରୀ ବିଭାଗ ଏବଂ ଜୟପୁର ସଦର ପୋଲିସର ମିଳିତଭାବେ ବିଭିନ୍ନ ସ୍ଥାନରେ ଦେଶୀ ମଦ ଭାଟିରେ ଚଢାଉ କରାଯାଇ ଅନେକ ମଦ ପୋଚ ନଷ୍ଟ କରାଯାଇଛି। ନିର୍ଦ୍ଧିଷ୍ଟ କେତେକ ଅଞ୍ଚଳରେ ଅବକାରୀ ଓ ପୋଲିସ ର ଚଢାଉ ହେଉନଥିବା ଦେଖାଯାଇଛି। ଜୟପୁର ବ୍ଳକ୍ ଅନ୍ତର୍ଗତ ଫାମ୍ପୁଣି ଗ୍ରାମ ରେ ଜୟପୂର ଅବକାରୀ ବିଭାଗ ପକ୍ଷରୁ କେବେହେଲେ ଚଢାଉ ହେଉନଥିବା କାରଣରୁ ଜଣେ ବିଖ୍ୟାତ ମହୁଲ ଓ ଗୁଡ଼ ବ୍ୟବସାୟୀଙ୍କ ଘରେ ଏକାକୀ ଗୁଡ଼, ମହୁଲ ବିକ୍ରୀ ହେଉଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ସାଧାରଣରେ ଖବର ନେଲାବେଳେ ଜଣାପଡିଛି କି ଫାମ୍ପୁଣିର ପ୍ରତ୍ୟେକ ପାନ ଦୋକାନ ଚା ଦୋକାନ ଏମିତିକି ହୋଟେଲ ବଜାରରେ ମଧ୍ୟ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ଜଣାପଡିଛି। କିନ୍ତୁ ଏପରି ଚୋରା କାରବାରକୁ ଜୟପୂର ଅବକାରୀ ବିଭାଗ କେମିତି ଜାଣିପାରୁ ନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟ ପଟେ ଜୟପୂର ବୈପାରିଗୁଡା ରାସ୍ତା ମଧ୍ୟରେ ଥିବା ଢାବା ଓ ଅନେକ ସ୍ଥାନରେ ଚୋରା ମଦ କାରବାର ଜୋରଦାର ଚାଲିଛି। ଏହି କାରଣରୁ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା ଦେଖାଯାଇଛି। ତେଣୁ ଅବକାରୀ ଓ ପୋଲିସ ବିଭାଗ ଆବଶ୍ୟକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *