ଉପଖଣ୍ଡ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ-୨୦୨୫ ପାଳନ
ଜୟପୁର ତା.୨୬.୦୧.୨୦୨୫ରିଖ:- ଜୟପୁର ଉପଖଣ୍ଡରେ ୭୬ତମ ସାଧାରଣତନ୍ତ୍ର ଦିବସ ମହୋତ୍ସବ ଜୟପୁର ଦଶହରା ପଢିଆ ଠାରେ ବହୁ ଆଡମ୍ବରରେ ପାଳନ କରାଯାଇଛି ।
ଏହି ପବିତ୍ର ଦିବସ ଉପଲକ୍ଷେ ଉପଜିଲ୍ଲାପାଳ କୁମାରୀ ଆକବରମ୍ ସସ୍ୟା ରେଡ୍ଡୀ ମହୋଦୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବାହ୍ନ ୮.୩୦ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ତତ୍ ପରେ ଉପସ୍ଥିତ ଥିବା ୪୪ ପ୍ଲାଟୁନ ଟୃପକୁ ପରିଦର୍ଶନ କରି ଥିଲେ। “ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସବୁବେଳେ ବଜାୟ ରଖିବା ଓ ଉଚ୍ଚ ସ୍ଥାନ ଦେବା, ଜୟପୁର ସହରକୁ ପ୍ରଦୂଷଣ ମୁକ୍ତ ରଖିବା , କୋରାପୁଟ ଜିଲ୍ଲା ଆଦିବାସୀ ସଂସ୍କୃତିକୁ ନେଇ ଉଦ୍ଧାହରଣ ପାଲଟିଛି ଏବଂ ଜୟପୁର ହେଉଛି ଭାଇଚରର ସହର ଯେଉଠି ସବୁ ଭାଷାର ଭାଷାଭାଷି ଏକତ୍ରିତ ହୋଇ ଭାଇ ଚାରାର ପରମ୍ପରାକୁ ବଜାୟ ରଖିଛି। ପରସ୍ପର ପ୍ରତି ସମ୍ମାନ ଓ ଉତ୍ତମ ବୁଝାମଣା ଜୟପୁର ବାସୀଙ୍କ ପାଖରେ ସବୁ ବେଳେ ରହୁ ବୋଲି କାମନା କରୁଛି ” ବୋଲି ଉପଜିଲ୍ଲାପାଳ ତଥା ମୁଖ୍ୟ ଅତିଥି ମହୋଦୟା ଜୟପୁର ସହରବାସୀଙ୍କୁ ବାର୍ତ୍ତା ଦେଇଥିଲେ ।
ତତ୍ ପରେ ଶାରୀରିକ କ୍ରିଡା କୌଶଳ ପ୍ରତିଯୋଗିତା ଓ କୌତୁକ ପୋଷାକ ପ୍ରତିଯୋଗିତା ଆରମ୍ଭ ହୋଇ ଥିଲା । ଏହା ପରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଛାତ୍ର ଛାତ୍ରୀ ଓ ପ୍ୟାରେଡରେ ଭାଗ ନେଇ ଥିବା ବିଜେତା ଟୃପ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା (HDFC ବ୍ୟାଙ୍କ ଦ୍ବାରା ପ୍ରଦତ୍ତ) ପୁରସ୍କାର ବିତରଣ ହୋଇ ଥିଲା । ଚଳିତ ବର୍ଷ ନୂତନ ଭାବେ ଭାଗ ନେଇ ଥିବା ROWERS ଟୃପ ଜୟପୁର ଫାର୍ମାସି କଲେଜଙ୍କୁ ମଧ୍ୟ ସମ୍ମାନିତ କରାଯାଇ ଥିଲା । ପ୍ୟାରେଡ ପଡିଆର କାର୍ଯ୍ୟକ୍ରମ ପରେ ଉତ୍କଳ ବଳଶ୍ରମରେ ଥିବା ଅନ୍ତେବାସୀ (ପ୍ରଦତ୍ତ ଜିଲ୍ଲା ଯୋଗାଣ ବିଭାଗ ଜୟପୁର ), ଓ ଉପଖଣ୍ଡ କାରାଗାର ଜୟପୁରର କଏଦୀ ( ପ୍ରଦତ୍ତ ଜିଲ୍ଲା ଯୋଗାଣ ବିଭାଗ ଜୟପୁର) ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ମିଷ୍ଟାନ ବଣ୍ଟନ କରାଯାଇଥିଲା ।
ଏହି ଉତ୍ସବରେ ତହସିଲଦାର ସବ୍ୟସାଚୀ ଜେନା, ଉପଖଣ୍ଡ ଭାରପ୍ରାପ୍ତ ପୁଲିସ ଅଧିକାରୀ, ଜୟପୁର ଟାଉନ ଥାନା ଶ୍ରୀ ରମଣୀ ରଞ୍ଜନ ଦଳାଇ, ସଦର ଥାନା ଶ୍ରୀ ଈଶ୍ଵର ତାଣ୍ଡି, ଉପଖଣ୍ଡ ଭାରପ୍ରାପ୍ତ ପୁଲିସ ଅଧିକାରୀ ମହିଳା ଥାନା ଓ Asst. collector ସନିଆ ନାୟକ ଓ ବିଭିନ୍ନ ସରକରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ସରକରୀ ବିଭାଗର ପଦାଧିକାରୀ ଓ ବିଭିନ୍ନ ଇଲେକ୍ଟ୍ରୋନିକ ଓ ଖବର କାଗଜର ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ପରିଚାଳନା କରିଥିଲେ। ଏହି ଉତ୍ସବରେ ସହକାରୀ କର୍ମଚାରୀ ସଲମନ ଖରା, କ୍ଷିପ୍ର ଲେଖକ ଉପାଜିଲ୍ଲାପାଙ୍କ କାର୍ଯ୍ୟ।ଳୟ , ଶ୍ରୀ ସନ୍ତୋଷ କୁମାର ସାହୁ, କିରାଣୀ-ତଥା-ଗ୍ରନ୍ଥାଗାରିକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ।ଳୟ ଜୟପୁର ଓ ନିତ୍ୟାନଂଦ ଭତ୍ରା ବରିଷ୍ଠ କିରାଣୀ ଉପାଜିଲ୍ଲାପାଙ୍କ କାର୍ଯ୍ୟ।ଳୟ ପ୍ରମୁଖ ସହଯୋଗ କରି ଥିଲେ ।
Leave a Reply