ଚାକିରି ସମୟରେ ମିଳିଲାନି: ଘୋଷଣାର ୩ବର୍ଷ ପରେ ମିଳିଲା ରାଜ୍ୟପାଳ ପୁରସ୍କାର

Spread the love

ଚାକିରି ସମୟରେ ମିଳିଲାନି: ଘୋଷଣାର ୩ବର୍ଷ ପରେ ମିଳିଲା ରାଜ୍ୟପାଳ ପୁରସ୍କାରକୋରାପୁଟ: ୨୦୨୧ ମସିହାରେ ଶ୍ରେଷ୍ଠ କର୍ତ୍ତବ୍ୟ ପାଇଁ ରାଜ୍ୟପାଳ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ଅବସରପ୍ରାପ୍ତ ସବ୍‌ ଇନିସପେକ୍ଟର ସୁଦର୍ଶନ ଅଧିକାରୀ। ତାଙ୍କୁ ରାଜ୍ୟପାଳଙ୍କ ସଭାଗୃହ ପରିସରରେ ରାଜ୍ୟପାଳ ହରିବାବୁ କାମ୍ଭମପତି ପୁରସ୍କାରରେ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଡିଜିପି ପୁଲିସ ୱାଇବି ଖୁରାନିଆଙ୍କ ସହ ରାଜ୍ୟର ବହୁ ବରିଷ୍ଠ ପୁଲିସ ଅଧିକାରୀ ଏହି ପୁରସ୍କାର ବିତରଣୀ ଉତ୍ସବରେ ଭାଗ ନେଇଥିଲେ। ହେଲେ ବିଡମ୍ବନାର ବିଷୟ ହେଉଛି ୨୦୨୨ମସିହାରେ ସେ ପାଇବାକୁ ଥିବା ଏହି ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିବା କଥା ପୁରୁଣା ସରକାର ଭୁଲି ଯାଇଥିଲେ। ଯାହା ହେଉ ନୂଆ ସରକାର ଆସିବା ପରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ତେବେ ପୁରସ୍କାର ପାଇବା ବେଳକୁ ଅଧିକାରୀ ଜଣକ ଅବସର ନେଇ ସାରିଲେଣି। ସେ ଚାକିରି କାଳରେ ଏହି ପଦବି ପାଇଥିଲେ ଅଧିକ ଖୁସି ହେବା ସହ କାମ କରିବା ଦିଗରେ ସେ ବେଶୀ ଉତ୍ସାହିତ ହୋଇଥାନ୍ତେ। ଜୀବନରେ ଏଭଳି ସମ୍ମାନ କାଁ ଭାଁ ମିଳେ ତାହା ଚାକିରିକାଳରେ ମିଳିଥିଲେ ଆହୁରି ଅଧିକ ଆତ୍ମସନ୍ତୋଷ ମିଳିଥାନ୍ତା‌ ବୋଲି କହିଛନ୍ତି ଅବସରପ୍ରାପ୍ତ ପୁଲିସ ଅଧିକାରୀ ସୁଦର୍ଶନ। ଅବସର ନେବା ପରେ ପୁଣି ଥରେ ୟୁନିଫର୍ମ ପିନ୍ଧି ପୁରସ୍କାର ନେଇ ଖୁସି ଅନୁଭବ କରୁଛି ବୋଲି କହିଛନ୍ତି ଶ୍ରୀ ଅଧିକାରୀ। ୨୦୨୧ମସିହାରେ ଶ୍ରୀ ଅଧିକାରୀ ଡିଜିପି ଡିସ୍କ, ଡିଜିପି କମେଣ୍ଡସନ, ଓଅଭ୍ୟନ୍ତରୀଣ ସୁରକ୍ଷା ସେବା ପଦକ ପାଇଥିଲେ।

ପୁଲିସ ବ୍ୟବସ୍ଥାରେ ଏହି ପଦକର ବିଶେଷ ମହତ୍ତ୍ବ ରହିଛି। ରାଜ୍ୟ ସରକାର ସବୁ ଦିନ କିଛି ନା କିଛି ଛୋଟ ବଡ ସରକାରୀ କାର୍ଯ୍ୟକ୍ରମ କରୁଛନ୍ତି। ଅଥଚ ଏହି ସ୍ବତନ୍ତ୍ର ସାମରିକ ପରମ୍ପରା ପାଳନ ଲାଗି ଉତ୍ସବଟିଏ ଆୟୋଜନ କରିବାକୁ ଗୃହ ବିଭାଗ ଦିନଟିଏ ପାଉନାହିଁ। ଏହି ଖବରଟି ପୁଲିସ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ନିକଟ ଅତୀତରେ ନୁହେଁ, ୧୯୫୧ ମସିହାରୁ ଭାରତବର୍ଷରେ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁଲିସ ପଦକ ବ୍ୟବସ୍ଥା ରହିଛି।
ଅଗଷ୍ଟ ୧୫ ଓ ଜାନୁଆରି ୨୬ ତାରିଖ ଅବ୍ୟବହିତ ପୂର୍ବରୁ ପଦକ ପାଇବାକୁ ଥିବା ପୁଲିସ ଅଧିକାରୀମାନଙ୍କର ନାମ ଘୋଷଣା ହୋଇଥାଏ। ଜୀବନ ବା ସମ୍ପତ୍ତି ବଞ୍ଚାଇବା ଅଥବା ଅପରାଧ ରୋକିବା କିମ୍ବା ଅପରାଧୀଙ୍କୁ ଗିରଫ କରିବା କ୍ଷେତ୍ରରେ ସାହସିକତା ପ୍ରଦର୍ଶନ ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରିଥାନ୍ତି। ଜଣେ ପୁଲିସ ଅଧିକାରୀ ଚାକିରି କାଳମଧ୍ୟରେ ଯେ କୌଣସି ସମୟରେ ଏହି ପଦକ ପାଇପାରନ୍ତି। ଏହାବ୍ୟତୀତ ପୁଲିସ ଅଧିକାରୀଙ୍କ ଚାକିରି କାଳର ଉଲ୍ଲେଖନୀୟ ପ୍ରଦର୍ଶନ, ସାଧନା, ନିଷ୍ଠା, ସଚ୍ଚୋଟତା, ପ୍ରତିବଦ୍ଧତାକୁ ସ୍ବୀକୃତି ଦେବାକୁ ଯାଇ ଅନ୍ୟସବୁ ସେବା ପଦକ ପ୍ରଦାନ କରାଯାଇଥାଏ।
ଗୃହ ବିଭାଗ ଏହାକୁ ଗୋଟିଏ ସ୍ବତନ୍ତ୍ର ଅଳଙ୍କାରୀକରଣ ଉତ୍ସବ ଆୟୋଜନ କରି ଅତିଥିଙ୍କ ମାଧ୍ୟମରେ ସଂପୃକ୍ତ ଅଧିକାରୀଙ୍କ ସାର୍ଟରେ ଲଗାଇବାର ବ୍ୟବସ୍ଥା ରହିଛି। ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ପୁଲିସ ସାରା ରାଜ୍ୟକୁ ସୁରକ୍ଷା ଦେଉଛି। ଦିନରାତି ଖରାବର୍ଷାକୁ ଖାତିର ନକରି ଜୀବନକୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଛି। ହେଲେ ସେମାନଙ୍କୁ ଯେତେବେଳେ ଜୀବନର ଶ୍ରେଷ୍ଠ ସ୍ବୀକୃତି ମିଳିବା କଥା, ତାହା ପ୍ରଦାନ କ୍ଷେତ୍ରରେ ଉଦାସୀନତା ଆଦୌ ଗ୍ରହଣୀୟ ନୁହେଁ। କାହିଁକି ଗୃହ ବିଭାଗ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଭୁଲିଗଲେ। ଏହା କ’ଣ ଆମ ପୁଲିସକୁ ସମ୍ମାନ?

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *