ଭିଜିଲାନ୍ସ ଜାଲରେ ଆଙ୍ଗନବାଡ଼ି ସୁପରଭାଇଜର

Spread the love

ଭିଜିଲାନ୍ସ ଜାଲରେ ଆଙ୍ଗନବାଡ଼ି ସୁପରଭାଇଜର

କୋରାପୁଟ ୨୭/୦୩: ଭିଜିଲାନ୍ସ ଜାଲରେ ଆଙ୍ଗନବାଡ଼ି ସୁପରଭାଇଜର । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଆଙ୍ଗନବାଡ଼ି ସୁପରଭାଇଜର ରେଣୁକା ପଟ୍ଟନାୟକ ଲାଞ୍ଚ ନେଉଥିବାବେଳେ ଭିଜାଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଲକ୍ଷ୍ମୀପୁର ବ୍ଲକରେ ନୂଆ କରି ଅଙ୍ଗନବାଡ଼ିରେ ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯଦି ଟଙ୍କା ନ ଦିଅନ୍ତି ତାଙ୍କୁ କାମରେ ହଇରାଣ କରିବେ ବୋଲି ଧମକ ଦେଇଥିଲେ। ଅଭିଯୋଗକାରୀ ଏହି ରାଶି ଦେବାକୁ ଅକ୍ଷମତା ପ୍ରକାଶ କରି ସେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଉ ଆଜି ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେବାବେଳେ ଆଙ୍ଗନବାଡ଼ି ସୁପରଭାଇଜରଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ଏଥିସହ ତାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି। ଅପରପକ୍ଷରେ ତାଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *