ନବରଂଗପୁରରୁ ହାଇଦ୍ରାବାଦକୁ ଦାଦନ ସୁଅ

Spread the love

ନବରଂଗପୁରରୁ ହାଇଦ୍ରାବାଦକୁ ଦାଦନ ସୁଅ

ନବରଙ୍ଗପୁର: କାମ ଅନ୍ଵେଷଣରେ ମୃତ୍ୟୁର ଉପତ୍ୟକାରେ ଜୀବନ ସହ ଲଢ଼ୁଛନ୍ତି ଦାଦନ। ପେଟ ଚାଖଣ୍ଡକ ପାଇଁ ନିରୀହ ଲୋକେ ଦାଦନ ଖଟିବାକୁ ଯାଇ କେବେ ଶବ ହୋଇ ଫେରୁଛନ୍ତି ତ ଆଉ କେବେ ଆହାତ, ଏଡସ୍ ଭଳି ଭୟଙ୍କର ରୋଗ ଧରି ଅବଶିଷ୍ଟ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ସବୁ ଠାରୁ ବେଶି ତେଲେଙ୍ଗାନାର ହାଇଦ୍ରାବଦକୁ ଦାଦନ ଖଟିବାକୁ ଯାଉଛନ୍ତି। ସମ୍ପ୍ରତି ଚଇତ ପରବ ସରିବା ସହ ନିଜ ନିଜ ଅଂଚଳର ବାଲିଯାତ୍ରା ବି ସରି ଆସିଲାଣି। ଏବେ ପୁଣି ଦାଦନ ସୁଅ ଆରମ୍ଭ ହୋଇଛି।

ନବରଙ୍ଗପୁର ଜିଲ୍ଲାରୁ ପ୍ରତ୍ୟେକ ଦିନ ହାଇଦ୍ରାବାଦକୁ ୧୦ଟି ବସ ଚଳାଚଳ କରୁଛି। ଏହି ବସରେ ଶତ ପ୍ରତିଶତ ବିଭିନ୍ନ ବୟସ ବର୍ଗର ନାବାଳକ ଯାଉଛନ୍ତି। ଆଉ କିଛି ଶ୍ରମିକ ଘରୋଇ ବସରେ ଏମଭି -୭୯, ମାଲକାନଗିରୀ, ଚିତ୍ରକୋଣ୍ଡା , ମୋଟୁ ପର୍ଯ୍ୟନ୍ତ ଯାଇ ସେଠାରୁ ହାଇଦ୍ରାବାଦ ଯାଉଛନ୍ତି।

ଜିଲ୍ଲାରୁ ପ୍ରତିବର୍ଷ ୫ହଜାରରୁ ଅଧିକ ଶ୍ରମିକ ଚାଲାଣ ହେଉଥିବା ବେଳେ ୨ବର୍ଷରେ ୭ଶହରୁ ଊର୍ଦ୍ଧ୍ବ ପିଲାଙ୍କ ପାଠପଢ଼ାରେ ଡୋରିବନ୍ଧା ସରିଲାଣି। ଏହି ପିଲା ମାନେ ନିଜ ପରିବାରବର୍ଗ, ସାଙ୍ଗ ସାଥୀ ସହ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବାରୁ ସେମାନଙ୍କ ବହି ବସ୍ତାନି ବନ୍ଧା ହୋଇ ଘର କୋଣରେ ପଡିଛି। ଏଇଡ୍ ଏଟ୍ ଏକ୍ସନ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ସର୍ଭେ କରି ସରକାରଙ୍କୁ ସମସ୍ୟା ସମ୍ପର୍କରେ ଅବଗତ ବି କରିଛି। ଏଭଳିକି ଦାଦନ ମାନଙ୍କ ମଧ୍ୟରେ କିଛି ନାବାଳକ ୧୦ମ, ଯୁକ୍ତ ୨ ଓ ଯୁକ୍ତ ୩ ପାଠ ପଢ଼ି ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥାଇ ଯାଉଥିବା ଜଣା ପଡିଛି।

ଦଲାଲମାନେ ଅଧିକ ଟଙ୍କା ପ୍ରଲୋଭନ ଦେଖାଇ ଦାଦନ ଚାଲାଣ କରିବାରେ ସକ୍ଷମ ହେଉଛନ୍ତି। ଜିଲ୍ଲାରେ ଗୋଟିଏ ଲାଇସେନସ୍ ଜଣେ ଠିକାଦାର କରିଥିବା ବେଳେ ସେ ମାତ୍ର ୯୯ଜଣ ଶ୍ରମିକଙ୍କୁ ଦାଦନ ନେବା ପାଇଁ ଏହା କରିଛନ୍ତି। ଗତ ୫ବର୍ଷ ମଧ୍ୟରେ ଜିଲ୍ଲାର ୪୦ରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ପ୍ରାଣ ହରାଇଥିବା ବେଳେ ଶତାଧିକ ନିଖୋଜ ରହିଛନ୍ତି। ଗତ ୨ବର୍ଷରେ ବିଭିନ୍ନ ଯୋଜନାରେ ହଜାର କୋଟି ଟଙ୍କା ଜିଲ୍ଲା ପାଇଁ ଆସିଥିଲେ ହେଁ ଦାଦନ ଚାଲାଣ ସମସ୍ୟା ରୋକିପାରିନି। ପରିବାର ପାଇଁ ହେଉ କିମ୍ବା ଅଧିକ ମଜୁରୀ ଆଶାରେ ଏମାନେ ଦାଦନ ଯିବା ନିୟମିତ ଘଟଣା ପାଲଟିଛି।

ଏମାନେ ଯିବା ସମୟରେ ଅତ୍ୟଧିକ ଉତ୍ସାହିତ ହୋଇ ଯାଉଥିବା ବେଳେ ଫେରିବା ସମୟରେ ଏମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି।

ହାଇଦ୍ରାବାଦ ଯାଉଥିବା ଶ୍ରମିକ ମାଲାକାନଗିରୀ ଦେଇ ଯାଆସ କରୁଥିବା ଦେଖିବାକୁ ମିଳିଛି। ପୁଲିସ ଓପ୍ରଶାସନର ନାକ ତଳେ ଏପରି ଶତାଧିକ ଦାଦନ ଶ୍ରମିକ ସବୁ ଦିନ ଯାଉଛନ୍ତି। ଯଥା ମୁଣ୍ଡବଥା ନାଁରେ ପ୍ରଶାସନ କିଛି ପଦକ୍ଷେପ ନେଉନି। ସରକାର ଦାଦନ ସମସ୍ୟା ରୋକିବା ପାଇଁ ସ୍ଥାୟୀ ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *