ବାସବରାଜୁ ସହ ୮ ମାଓବାଦୀଙ୍କ ଅନ୍ତିମ ସଂସ୍କାର କଲା ଛତିଶଗଡ଼ ପୁଲିସ

Spread the love

ମାଲକାନଗିରି:  ଆଣି ଶେଷରେ ଛତିଶଗଡ଼ ପୁଲିସ ଜବରଦସ୍ତ ବାସବରାଜୁ ସମେତ ୮ ଜଣ ନକ୍ସଲଙ୍କର ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି। ଗତ ୨୧ ତାରିଖରେଏନକାଉଣ୍ଟରରେ ମାଓ ନେତା ବାସବରାଜୁ ସମେତ ୨୭ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ।


ବାସବରାଜୁଙ୍କ ଶବକୁ ପରିବାର ଲୋକେ ନେବାକୁ ଆସିଥିଲେ ମଧ୍ୟ ଦେଇନଥିଲେ। ପୁଲିସ ବାସବରାଜୁଙ୍କ ମର ଶରୀରକୁ ପରିଜନଙ୍କୁ ଦର୍ଶନ କରିବାକୁ ଦେଲେ ନାହିଁ ବୋଲି ଭାଇ ରାମପ୍ରସାଦ ଅଭିଯୋଗ କରିଛନ୍ତି। ଏହାସହ ସମାଜସେବୀ ବେଲା ଭାଟିଆ ମଧ୍ୟ ଛତିଶଗଡ଼ର ପୁଲିସ ଏଭଳି ବେଆଇନ କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ମାନବଧିକାରର ଖଣ୍ଡନ କରିଥିବା ଅଭିଯୋଗ କରିଥିଲେ। ଆନ୍ଧ୍ର ହାଇକୋର୍ଟର ଆଦେଶକୁ ପୁଲିସ ଅବମାନନା କରିଥିବା କୁହାଯାଇଛି।
ଗତ ୨୧ ତାରିଖ ଦିନ ବଡ଼ ଏନକାଉଣ୍ଟରରେ ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟିର ମହାସଚିବ ବାସବରାଜୁର ମୃତ୍ୟୁ ହୋଇଥିଲା। ତେବେ ତାପର ଦିନ ହିଁ ପରିବାର ଲୋକେ ଶବ ନେବାକୁ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ସୂଚନାଯୋଗ୍ୟ, ଗତ ୨୧ ତାରିଖ ଦିନ ବଡ଼ ଏନକାଉଣ୍ଟରରେ ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟିର ମହାସଚିବ ବାସବରାଜୁର ମୃତ୍ୟୁ ହୋଇଥିଲା। ତେବେ ତାପର ଦିନ ହିଁ ପରିବାର ଲୋକେ ଶବ ନେବାକୁ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେତେବେଳେ ପୁଲିସ ଅଧିକାରୀମାନେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ। ବାସବରାଜୁଙ୍କ ପରିବାର ଲୋକଙ୍କୁ କାଗଜ ପତ୍ର ଠିକ କରିବା ପରେ ଶବ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା।


ତେବେ ଛତିଶଗଡ ପୁଲିସ କିନ୍ତୁ ମାଓନେତା ବାସବରାଜୁର ମୃତଦେହ ହସ୍ତାନ୍ତର କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ବାସବରାଜୁର ଭାଇ ଅଭିଯୋଗ କରିଛନ୍ତି। ଏନେଇ ବାଧ୍ୟ ହୋଇ ବାସବରାଜୁଙ୍କ ମା‘ ସୀତାମା ଆନ୍ଧ୍ରପ୍ରଦେଶର ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଛନ୍ତି। ତେବେ ହାଇକୋର୍ଟ ସୀତାମ୍ମା ଏନେଇ କୌଣସି ଦଲିଲ ପ୍ରଦାନ କରିପାରିନଥିଲେ। କିଛି ଛତିଶଗଡ଼ ପୁଲିସ ମୃତଦେହ ଦେଉନଥିବା ନେଇ କୌଣସି ପ୍ରମାଣ ଦେଇପାରିନଥିବା ହାଇକୋର୍ଟ ତାଂକୁ ପୁଣି ଛତିଶଗଡ ଯାଇ ଶବ ଦେବାକୁ ଅନୁରୋଧ କରିବାକୁ ନିର୍ଦେଶ ଦେଇଥିଲେ

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *