“ଲେଟସ୍ ୱାକ୍ ଟୁଗେଦର୍” ସମାଜସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ରଜ ମହୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ

Spread the love

“ଲେଟସ୍ ୱାକ୍ ଟୁଗେଦର୍” ସମାଜସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ରଜ ମହୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ


ନବରଙ୍ଗପୁର  ଜିଲ୍ଲାର ଅଗ୍ରଣୀ ସମାଜ ସେବୀ ଅନୁଷ୍ଠାନ “ଲେଟସ୍ ୱାକ୍ ଟୁଗେଦର୍” ଆନୁକୂଲ୍ୟରେ ସ୍ଥାନୀୟ ସୌରା ସାହି କଲ୍ୟାଣ ମଣ୍ଡପ ରେ ଦିବସ ବ୍ୟାପୀ ରଜ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ, ସଂଗୀତ ବିଚିତ୍ରା, ସାହିତ୍ୟ ଆଲୋଚନା ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ଓ ପ୍ରତିଷ୍ଠାତା ଅପରାଜିତା ଶତପଥୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ସନ୍ଧ୍ୟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଦସ୍ୟ ଦେବଦାଶ ମହାଙ୍କୁଡ, ସ୍ୱର ଘୁଙ୍ଗୁର ସଂଗୀତ ସାଂସ୍କୃତିକ ଅନୁଷ୍ଠାନ, ଜୟପୁର ର ଧୀରେନ ମୋହନ ପଟ୍ଟନାୟକ, ବିଶିଷ୍ଟ ହାସ୍ୟ କଳାକାର ଗୋପାଳ କୃଷ୍ଣ ସାମନ୍ତରାୟ, ଜୟପୁର ଓ ହାସ୍ୟ କଳାକାର ଟୁନା ଟନ୍ ଟନ୍, ରାୟଗଡ଼ା ରୁ ଯୋଗଦେଇ ଓଡ଼ିଶା ର କୃଷି ଭିତ୍ତିକ ପର୍ବ ରଜ ମହୋତ୍ସବ ପାଳନ ର ତାତ୍ପର୍ଯ୍ୟ ସମ୍ବନ୍ଧରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ତୃତୀୟ ଅଧିବେଶନ ର ଏହି କାର୍ଯ୍ୟକ୍ରମ ରେ ରବୀନ୍ଦ୍ର ତ୍ରିପାଠୀ ସଭାପତିତ୍ବ କରିଥିଲେ ଓ ମଞ୍ଚ ଉପସ୍ଥାପିକା ସୁନନ୍ଦିନୀ ତ୍ରିପାଠୀ ମଞ୍ଚ ସଞ୍ଚାଳନ କରିଥିଲେ।

ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାର ର ଦଶ ଜଣ ସ୍ୱନାମଧନ୍ୟ ନିଃସ୍ୱାର୍ଥପର ସମାଜ ସେବୀ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରି ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଭଗବାନ ବାହିନୀପତି, ଶରତ ଚନ୍ଦ୍ର ମହାପାତ୍ର, ମନୋଜ କୁମାର ପାଣିଗ୍ରାହୀ, ମନୋହର ତ୍ରିପାଠୀ, ବିକ୍ରମ ଦାଶ, ଅଖିଳ ଭଟ୍ଟ, ବରୁଣ ଧାନଫୁଲ, ନଗେନ୍ଦ୍ର ପଟ୍ଟନାୟକ, ଦୀନ ଦୟାଲ ଜୈନ ଓ ପ୍ରଭଞ୍ଜନ ତ୍ରିପାଠୀ ଙ୍କୁ ସେମାନଙ୍କ ସମାଜ ସେବା ପ୍ରତି ରହିଥିବା ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।  ପ୍ରଥମ ଅଧିବେଶନ ର କାର୍ଯ୍ୟକ୍ରମ କୁ ଜଗନ୍ନାଥ ମହାପାତ୍ର ଉଦଘାଟନ କରିଥିବା କାର୍ଯ୍ୟକ୍ରମ ରେ ନିରୁପମା ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ ଓ ଜି. ଭି. ଭି. ରଞ୍ଜିତା ମଞ୍ଚ ସଞ୍ଚାଳନ କରିଥିଲେ। ପାରମ୍ପରିକ ପିଠା, ଝୋଟି, ପୋଷାକ ଓ ସଂଗୀତ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଦ୍ଵିତୀୟ ଅଧିବେଶନ ସାହିତ୍ୟ ଆଲୋଚନା ଓ କବିତା ପାଠ କାର୍ଯ୍ୟକ୍ରମରେ ରାମ ପ୍ରସାଦ ପାତ୍ର ଅଧ୍ୟକ୍ଷତା କରିଥିଲେ ଓ କବି ସବ୍ୟସାଚୀ ବିଷୋୟୀ ମଞ୍ଚ ସଞ୍ଚାଳନ କରିଥିଲେ। ସମ୍ମାନନୀୟ ବକ୍ତା ଭାବେ ଡଃ ବିଜୟ ମିଶ୍ର ଓ ଅତିଥି ଭାବେ ବିଜୟ ଚୌଧୁରୀ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ପୂର୍ବତନ ସଦସ୍ୟା ଜେମାମଣି ବିଷୋୟୀ, ବୁଲୁ ହୋତା, କବି ସାଇମନ ବିଡିକା, ସୁଧୀରାଜ ରାଉତ ଯୋଗଦେଇ ଥିଲେ। ଏହି ଅବସରରେ ଗୋପାଳ କୃଷ୍ଣ ସାମନ୍ତରାୟ ଓ ଟୁନା ଟନ୍ ଟନ୍ ହାସ୍ୟ କଳା କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଉଦିତ ଭାନୁଙ୍କ ସଂଯୋଜନା ରେ କଣ୍ଠଶିଳ୍ପୀ ସୁରେଶ ମିଶ୍ର, କସ୍ତୁରୀ ରଥ, ବିଜୟ ପାଣିଗ୍ରାହୀ ପ୍ରମୁଖ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ ହୋଇଥିଲା। ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ବିଜୟ ଚୌଧୁରୀ, ଜେମାମଣୀ ବିଷୋୟୀ, ସୁରେଶ ମିଶ୍ର, କସ୍ତୁରୀ ରଥ, ବିଜୟ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ର ସୁପରିଚାଳନା ରେ ବିଦ୍ୟାର୍ଥୀ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ, ଡଃ ବିଜୟ ମିଶ୍ର, ଅଧ୍ୟାପକ ଅଖିଳ ଭଟ୍ଟ, ଦୀନ ଦୟାଲ ଜୈନ, ଶରତ ଚନ୍ଦ୍ର ମହାପାତ୍ର, ଉଦିତ ଭାନୁ, ବବିତା ସାହୁ ପ୍ରମୁଖ ସହଯୋଗ କରିଥିଲେ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ବୁଦ୍ଧୀଜୀବୀ ଓ ସଂସ୍କୃତି ପ୍ରେମୀ ମାନେ  ଯୋଗଦେଇ ଥିଲେ ଓ ମହିଳା ମାନେ ରଜ ଦୋଳି ର ଆନନ୍ଦ ନେଇଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *