୫୦ତମ ରଥ ନିର୍ମାଣ କରି ଥକିପଡ଼ି ନାହାନ୍ତି ସନ୍ୟାସୀ ମାଝୀ

Spread the love

୫୦ତମ ରଥ ନିର୍ମାଣ କରି ଥକିପଡ଼ି ନାହାନ୍ତି ସନ୍ୟାସୀ ମାଝୀ



ନବରଙ୍ଗପୁର: ରାଜରାଜୁଡା ଅମଳରୁ ନବରଙ୍ଗପୁର ସଦର ମହକୁମାର ରଥଯାତ୍ରା ପ୍ରସିଦ୍ଧି ଲାଭ କରି ଆସିଛି। ନବରଙ୍ଗପୁର ଜଗନ୍ନାଥ ମନ୍ଦିରର ତିନି ଠାକୁର ଯେମିତି ସୁନ୍ଦର ତାଙ୍କ ରଥ ମଧ୍ୟ ସେତିକି ସୁନ୍ଦର। ତେବେ ଏଭଳି ଦିବ୍ୟରଥକୁ ନିରନ୍ତର ଭାବେ ନିର୍ମାଣ କରି ଆସୁଛନ୍ତି ନବରଙ୍ଗପୁର ସହରର ୭୫ ବର୍ଷୀୟ ଭଗବତୀ ସାହି ନିବାସୀ ସନ୍ୟାସୀ ମାଝୀ।

ପେଷାରେ ସେ ଜଣେ ପୌର ପାଳିକାର ଅବସର ପ୍ରାପ୍ତ ଟେକ୍ସ କଲେକ୍ଟର। ପରମ୍ପରା ଭାବେ ବାପା ଡମୁ ମାଝୀଙ୍କ ପରେ ରଥ ନିର୍ମାଣ କାର୍ଯ୍ୟ ଦାୟିତ୍ଵ ସନ୍ୟାସୀଙ୍କ ଉପରେ ନ୍ୟସ୍ତ ରହିଛି। ସନ୍ୟାସୀ କହିଛନ୍ତି ଯେ, ୨୫ ବର୍ଷ ବୟସରୁ ବାପାଙ୍କ ସହ ସେ ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇ ନିରନ୍ତର ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ କରି ଚାଲିଛନ୍ତି। ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହା ସଂପୂର୍ଣ୍ଣ ହେବା ପରେ ଏହି ରଥ ତାଙ୍କର ୫୦ତମ ରଥ ନିର୍ମାଣ ହେବ। ପୂର୍ବରୁ ନବରଙ୍ଗପୁର ବ୍ୟତୀତ ସେ କଳାହାଣ୍ଡି, କୋରାପୁଟ, ଦଶମନ୍ତପୁର ଅଞ୍ଚଳର ରଥ ନିର୍ମାଣ କରିଥିବା କହିଛନ୍ତି। ନିର୍ମାଣ କାର୍ଯ୍ୟରେ ତାଙ୍କୁ ମୁଖ୍ୟ ବଢେଇ ଦୁର୍ଜନ ଭତ୍ରା ସହଯୋଗ କରୁଥିବାବେଳେ ଦେଦଶପାଲି ଓ ଚକାଛପର ଗ୍ରାମର ବଢେଇ ମାନେ ନିୟୋଜିତ ହୋଇଥାନ୍ତି।

୧୨ ଚକ ବିଶିଷ୍ଟ ଏହି ରଥ ନିର୍ମାଣ କାର୍ଯ୍ୟ ପାଇଁ ୮ ଜଣରୁ ଉର୍ଦ୍ଧ୍ବ କୁଶଳୀ ବଢେଇମାନେ ଆବଶ୍ୟକ ପଡନ୍ତି। ଅକ୍ଷୟ ତୃତୀୟା ଦିନ ରଥ କାଠ ଅନୁକୂଳ ହେବା ପରଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରି ରଥଯାତ୍ରା ପୂର୍ବଦିନ ପ୍ରସାଶନକୁ ହସ୍ତାନ୍ତର କରିବାକୁ ପଡେ। 


ଜାତୀୟ ରାଜପଥ ଉପରେ ଏହି ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ହୁଏ। ଟ୍ରାଫିକ ଓ ପ୍ରତିକୂଳ ପାଗ ସତ୍ବେ ଜଗନ୍ନାଥଙ୍କ କୃପାରୁ ନିର୍ଦ୍ଧାରିତ ଦିବସରେ ରଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଏ। ଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ଶେଷ ହେବା ପରେ ପୁନର୍ବାର ଚିତାଉ ଅମାବାସ୍ୟା ପରେ ରଥକୁ ଅଲଗା କରିବାକୁ ପଡ଼େ। ଗୁଣ୍ଡିଚା ଓ ବାହୁଡ଼ା ଦୁଇ ଦିନ ଯାକ ରଥ ଟଣା ସମୟରେ ମଧ୍ୟ ସେ ଉପସ୍ଥିତ ରହି ରଥ କିଭଳି ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ଯିବ ଏବଂ ବାହୁଡା ଦିନ ଗୁଣ୍ଡିଚା ମନ୍ଦିରରୁ ଜଗନ୍ନାଥ ମନ୍ଦିର ଯାଏଁ ଆସିବା ପର୍ଯ୍ୟନ୍ତ ବଢ଼େଇ ମାନଙ୍କୁ ସାଙ୍ଗରେ ରଖି ଉପସ୍ଥିତ ରହିଥାନ୍ତି। ଏହି କାର୍ଯ୍ୟ ଶେଷ ହେବା ପରେ ପୁନର୍ବାର ଆସନ୍ତା ରଥଯାତ୍ରାକୁ ଅପେକ୍ଷା କରିଥାନ୍ତି କହିଛନ୍ତି ସନ୍ୟାସୀ ମାଝୀ। ତାଙ୍କର ଏହି ନିର୍ମାଣ କଳାକୁ ଶ୍ରୀ ମାଝୀ ୭ ବର୍ଷ ଧରି ତାଙ୍କ ପୁଅ ରବୀନ୍ଦ୍ର ମାଝିଙ୍କୁ ତାଲିମ ପ୍ରଦାନ କରିଛନ୍ତି। ତାଙ୍କ ପରେ ପୁଅ ରବୀନ୍ଦ୍ର ଏହି କାର୍ଯ୍ୟ ଜାରି ରଖିବ ବୋଲି ସନ୍ୟାସୀ ଆଶାବାଦୀ ରହିଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *