ସର୍ଗୀଗୁଡା ଛକ ନିକଟରେ ଭୟାନକ ସଡ଼କ ଦୁର୍ଘଟଣା।

ଦୁର୍ଘଟଣାରେ ବସ ଚକା ତଳେ ପଶିଗଲା ବାଇକ।


କୋଟପାଡ଼ ନିକଟ ସର୍ଗୀଗୁଡା ଛକ ନିକଟରେ ଭୟାନକ ସଡ଼କ ଦୁର୍ଘଟଣା।
ବସ ର ସମ୍ମୁଖ ପଟ ଚକା ମଧ୍ୟରେ ପଶିଗଲା ବାଇକ । ବସ୍ ଏବଂ ବାଇକ
ମଧ୍ୟରେ ମୁହାଁମୁହିଁ ଧକ୍କା । ବାଇକ ଚାଳକ ଗୁରୁତର ଆହତ । ଆହତ ବ୍ୟକ୍ତି
ଜଣକ ବୋରିଗୁମ୍ମା ବ୍ଲକ କେରକେଣ୍ଡା ଗ୍ରାମର ସନପତି ଭତରା ବୋଲି
ଜଣାପଡ଼ିଛି।ଦୁର୍ଘଟଣାରେ ଗୁରୁତର ଆହତଙ୍କୁ କୋଟପାଡ଼ ମେଡିକାଲରେ
ଭର୍ତି କରା ଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଆହତ ବ୍ୟକ୍ତି କୁ ଜୟପୁର
ସ୍ନିତ୍ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘରୋଇ ବସ୍ ଟି
ଉମରକୋଟ ରୁ ଜଗଦଲପୁର ଅଭିମୁଖେ ଯାଉଥିବା ବେଳେ ଆହତ ବ୍ୟକ୍ତି
ଜଣକ ନିଜ ଗ୍ରାମ କେରକେଣ୍ଡାରୁ ଚିତାଗାଁକୁ ଯାଉଥିଲେ । ବସ ସହ ମୁହାଁ
ମୁହିଁ ଧକ୍କା ହୋଇଥିଲା ।

Leave a Reply

Your email address will not be published. Required fields are marked *