ଆତ୍ମସମର୍ପଣ କରିଥିବା ମାଓ ନେତାଙ୍କ ପରିବାରର ୩ ଜଣଙ୍କୁ ହତ୍ୟା କଲେ ନକ୍ସଲ

Spread the love

ଆତ୍ମସମର୍ପଣ କରିଥିବା ମାଓ ନେତାଙ୍କ ପରିବାରର ୩ ଜଣଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନରେ ଆତ୍ମସମର୍ପଣ କରିଥିବା ମାଓ ନେତାଙ୍କ ପରିବାରର ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ଛତିଶଗଡ଼ର ବିଜାପୁର ଜିଲ୍ଲାର ପେଦ୍ଦାକୋରାମ ଗ୍ରାମର ଜଣେ ଛାତ୍ର ସହ ୩ ଜଣକୁ ହତ୍ୟା କରି ଫେରାର ହୋଇଯାଇଛନ୍ତି ନକ୍ସଲ। ସେମାନେ ହେଲେ ଝିଣ୍ଡୁ ମୋଡିୟମ,ସୋମା ମୋଡିୟମ ଏବଂ ଅନିଲ ମାଣ୍ଡବି।
ସଶସ୍ତ୍ର ନକ୍ସଲ ପେଦ୍ଦାକୋରାମ ଗ୍ରାମରେ ପହଞ୍ଚିଥିଲେ। ଆତ୍ମସମର୍ପଣ କରିଥିବା ଦିନେଶ ମୋଡିୟମଙ୍କ ଘରକୁ ଯାଇଥିଲେ। ଦିନେଶକୁ ଖୋଜିଥିଲେ। ତେବେ ଦିନେଶ ଘରେ ନଥିବା ପରିବାର ଲୋକେ କହିଥିଲେ। ନକ୍ସଲ ଏଥିରେ ରାଗିଯାଇ ପରିବାର ଲୋକଙ୍କୁ ପ୍ରଥମେ ମାରଧର କରିଥିଲେ। ଦିନେଶ ପୁଲିସ ଇନଫର୍ମର କହିବା ସହ ସେ ନକ୍ସଲ ସଂଗଠନକୁ ଭାଙ୍ଗିବାକୁ ଚେଷ୍ଟା କରିଛି। ତାକୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କହିଥିଲେ। ପରେ ପରିବାରର ଲୋକଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା କରିଥିଲେ। ଏତିକିରେ ନକ୍ସଲଙ୍କର ରାଗ ଶାନ୍ତ ହୋଇନଥିଲା। ଗ୍ରାମର ୭ ଜଣକୁ ମଧ୍ୟ ନିସ୍ତୁକ ମାଡ଼ ମାରିବା ପରେ ଚେତାବନୀ ଦେଇ ଛାଡ଼ିଥିଲେ। ଗ୍ରାମର ୧୨ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିବା ମଧ୍ୟ ସୂଚନା ମିଳିଛି। ଏମାନଙ୍କୁ ଜଂଗଲରେ ପ୍ରଜାକୋର୍ଟରେ ହାଜର କରାଯିବ ବୋଲି କୁହାଯାଇଛି। ଖବର ପାଇ ପୁଲିସ ଏବଂ ଯବାନ ଗାଁକୁ ଘେରିବା ସହ ଅପରେସନକୁ ଜୋରଦାର କରାଯାଉଛି।
ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ସଶସ୍ତ୍ର ନକ୍ସଲ ପେଦ୍ଦାକୋରାମ ଗ୍ରାମରେ ପହଞ୍ଚିଥିଲେ। ଆତ୍ମସମର୍ପଣ କରିଥିବା ଦିନେଶ ମୋଡିୟମଙ୍କ ଘରକୁ ଯାଇଥିଲେ। ଦିନେଶକୁ ଖୋଜିଥିଲେ। ତେବେ ଦିନେଶ ଘରେ ନଥିବା ପରିବାର ଲୋକେ କହିଥିଲେ। ନକ୍ସଲ ଏଥିରେ ରାଗିଯାଇ ପରିବାର ଲୋକଙ୍କୁ ପ୍ରଥମେ ମାରଧର କରିଥିଲେ। ଦିନେଶ ପୁଲିସ ଇନଫର୍ମର କହିବା ସହ ସେ ନକ୍ସଲ ସଂଗଠନକୁ ଭାଙ୍ଗିବାକୁ ଚେଷ୍ଟା କରିଛି। ତାକୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କହିଥିଲେ। ପରେ ପରିବାରର ଲୋକଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା କରିଥିଲେ। ଏତିକିରେ ନକ୍ସଲଙ୍କର ରାଗ ଶାନ୍ତ ହୋଇନଥିଲା। ଗ୍ରାମର ୭ ଜଣକୁ ମଧ୍ୟ ନିସ୍ତୁକ ମାଡ଼ ମାରିବା ପରେ ଚେତାବନୀ ଦେଇ ଛାଡ଼ିଥିଲେ। ଗ୍ରାମର ୧୨ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିବା ମଧ୍ୟ ସୂଚନା ମିଳିଛି। ଏମାନଙ୍କୁ ଜଂଗଲରେ ପ୍ରଜାକୋର୍ଟରେ ହାଜର କରାଯିବ ବୋଲି କୁହାଯାଇଛି। ଖବର ପାଇ ପୁଲିସ ଏବଂ ଯବାନ ଗାଁକୁ ଘେରିବା ସହ ଅପରେସନକୁ ଜୋରଦାର କରାଯାଉଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *