ଦାଦନ ଖଟିବାକୁ ଯାଇ ଘରକୁ ଫେରିବା ବେଳେ ଜୀବନ ହାରିଲେ ଯୁବକ

Spread the love

ଦାଦନ ଖଟିବାକୁ ଯାଇ ଘରକୁ ଫେରିବା ବେଳେ ଜୀବନ ହାରିଲେ ଯୁବକ

ନବରଙ୍ଗପୁର: ଗାଁରେ କାମ ଧନ୍ଦା ମିଳୁନଥିବାରୁ ନବରଙ୍ଗପୁର ବ୍ଲକ ବାସିନୀ ଗାଁର ଡମୁ ଗୌଡ଼ଙ୍କ ପୁଅ ସମରଥ ଗୌଡ଼ (୨୮) ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଆଜି ଭୋରରେ ପହଚିଂବା ପରେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟର ଏକ ବରଗଛରେ ବେକରେ ଦଉଡ଼ି ଜୀବନ ହାରିଦେଇଥିଲେ। ଆଦର୍ଶ ନବରଙ୍ଗପୁର ଥାନା ପକ୍ଷରୁ ଅପମୃତ ମାମଲା ରୁଜୁ କରି ମରଶରୀରର ବ୍ୟାବଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରିଥିବା କହିଛନ୍ତି ସବଇନିସପେକ୍ଟର ଗଣେଶ ପଟ୍ଟନାୟକ।

ଗତ କିଛି ମାସ ତଳେ ସମରଥ ଗାଁର କିଛି ଲୋକଙ୍କ ସହ ମିଶି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଆଜି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ମିଶି ଗାଁକୁ ଫେରୁଥିଲେ। ପାରଲାଖେମୁଣ୍ଡିରୁ ବସରେ ନବରଙ୍ଗପୁର ପହଚିଂଥିଲେ ସମରଥ। ଗତ କିଛି ଦିନ ହେବ ମାନସିକ ଚିନ୍ତାରେ ସମରଥ ରହୁଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ବସରୁ ଓହ୍ଲାଇବା ପରେ ସାଙ୍ଗରେ ଆସିଥିବା ବ୍ୟକ୍ତି ଜଣକୁ ଧକ୍କା ମାରି ଦୂରକୁ ଦଉଡି ପଳାଇଥିଲେ। ଉକ୍ତ ବ୍ୟକ୍ତି ଜଣକ ବହୁ ଖୋଜାଖୋଜି କରି ନ ପାଇ ଗାଁକୁ ଯାଇ ଡମୁକୁ ଜଣାଇଥିଲେ।

ସମରଥ ଗାଁର କିଛି ଲୋକଙ୍କ ସହ ମିଶି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଆଜି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ମିଶି ଗାଁକୁ ଫେରୁଥିଲେ। ପାରଲାଖେମୁଣ୍ଡିରୁ ବସରେ ନବରଙ୍ଗପୁର ପହଚିଂଥିଲେ ସମରଥ। ଗତ କିଛି ଦିନ ହେବ ମାନସିକ ଚିନ୍ତାରେ ସମରଥ ରହୁଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।


ସମରଥ ଏହା ପରେ କୃଷକ ବଜାର ନିକଟରେ ଥିବା ଗୋଟିଏ ବରଗଛରେ ଦଉଡି ଦେଇ ଜୀବନ ହାରିଥିଲେ। ତେବେ ଦଉଡ଼ିରୁ ଖସି ତଳେ ପଡ଼ି ଯାଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ କାଉନସିଲର ଏମ୍ ରାଜେଶ୍ବରୀ ଥାନାକୁ ସୂଚନା ଦେଇଥିଲେ। ତାପରେ ପୁଲିସ ଘଟଣାସ୍ଥଳକୁ ଯାଇ ଶବକୁ ଜବତ କରି ପଂଚନାମା କରିଥିଲେ। ଜିଲ୍ଲା ସଦରମହକୁମା ଡାକ୍ତରଖାନାକୁ ନେଇ ବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରିଥିବା କହିଛନ୍ତି ସବଇନିସପେକ୍ଟର ଗଣେଶ ପଟ୍ଟନାୟକ।

ତେବେ ଦାଦନ ଶ୍ରମିକ ଭାବେ କାମ କରିବାକୁ  ଯାଇ ଫେରିଥିବା ସମରଥ କାହିଁକି ଓ କେଉଁ ପରିସ୍ଥିତିରେ ମାନସିକସ୍ଥିତି ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *