କୋରାପୁଟରେ ପେନସନ ଅଦାଲତ

Spread the love

କୋରାପୁଟରେ ଜିଲା ପେନ୍‌ସନ ଅଦାଲତ



କୋରାପୁଟ:କୋରାପୁଟ ସଦ୍‌ଭାବନା ସଭାଗୃହରେ ପେନସନ ଅଦାଲତ କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଅନୁଷ୍ଠିତ ହୋଇଯାଇଛି। ପେନସନ ଅଭିଯୋଗ ନିର୍ଦ୍ଦେଶକ ତଥା ସାଧାରଣ ପ୍ରଶାସନ ସ୍ବତନ୍ତ୍ର ସଚିବ ନିହାର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ପେନସନ ସଂକ୍ରାନ୍ତୀୟ ସମୀକ୍ଷା କରାଯାଇଥିଲା। ଦୁଇ ଜିଲ୍ଲାର ୫୦୦ ବିଚାରାଧୀନ ପେନସନ ଉପରେ ସମୀକ୍ଷା କରାଯାଇଥିଲା। ତୁରନ୍ତ ଫଇସଲା କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କୋରାପୁଟ ଜିଲ୍ଲାର ୭୨ ଏବଂ ମାଲକାନଗିରି ଜିଲ୍ଲାର ୯ ଜଣ ପେନସନ‌ଧାରୀଙ୍କ ସହ ଆଲୋଚନା କରାଯାଇ ସମାଧାନ କରାଯାଇଛି। ଅବସର ଦିନ ଫାଇନାଲ ପେନସନ ପ୍ରଦାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନଙ୍କ ନାଁରେ ବିଭିନ୍ନ ମାମଲା ରହିଛି ସେମାନଙ୍କ ଅବସର ପୂର୍ବରୁ ସମାଧାନ କରାଯାଇ ଫାଇନାଲ ପେନସନ ଦେବାକୁ ଚେଷ୍ଟା କରାଯିବ । ସାଧାରଣ ଲୋକଙ୍କ ଆପତ୍ତା ଓ ଅଭିଯୋଗ ମିଳିତ ଜନଶୁଣାଣିରେ କିପରି ସମାଧାନ କରାଯାଉଛି ଏବଂ ଆଇନଗତ ବାଧକ ପାଇଁ ସମାଧାନ ହୋଇପାରୁ ନଥିବା ବିଭିନ୍ନ ମାମଲାକୁ ନେଇସମୀକ୍ଷା କରାଯାଇଥିଲା।

ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ କିପରି ଜନଶୁଣାଣିରେ ସମାଧାନ କରାଯିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ଦାଶ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ, ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ସଂଜୟ କୁମାର, ସାଧାରଣ ପ୍ରଶାସନ ଓ ପେନସନ ଅଭିଯୋଗ ବିଭାଗ ଅତିରିକ୍ତ ସଚିବ ରଶ୍ମିରଞ୍ଜନ ସାହୁ, ଉପସଚିବ ଅସିତ କୁମାର ପାଣି, ଜୟପୁର ଉପଜିଲ୍ଲାପାଳ ଏ. ଶଷ୍ୟା ରେଡ୍ଡି, ଆଇଏଏସ୍ ଅଧିକାରୀ ସନ୍ତୋଷ କୁମାର ପାତ୍ର, ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ବିକ୍ରମଦେବ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ମହେଶ୍ଵର ଚନ୍ଦ୍ର ନାୟକ, କୋରାପୁଟ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, ଡେପୁଟି କଲେକ୍ଟର ସୁବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ପ୍ରଧାନ ମହାଲେଖାଗାରର ମିଳିତ ସହ‌ଯୋଗରେ ପେନସନ ଅଦାଲତ ଆୟୋଜନ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *