ଗାଁକୁ ପହଞ୍ଚି ପାରିଲାହିଁ କାର ଖଟିଆରେ ୪ କିଲୋମିଟର ବୁହାହେଲେ ଗର୍ଭବତୀ

Spread the love

ଗାଁକୁ ପହଞ୍ଚି ପାରିଲାହିଁ କାର ଖଟିଆରେ ୪ କିଲୋମିଟର ବୁହାହେଲେ ଗର୍ଭବତୀ

ଝରିଗାଁ -ଝରିଗାଁ ବ୍ଲକରେ ପୁଣି ଦେଖ‌ିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁକୁ ଭଲ ରାସ୍ତା ନଥୁବାରୁ ଗାଁରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ ନା କୌଣସି ଚାରି ଚକିଆ ଗାଡି ।ତେଣୁ ପରିବାର ଲୋକେ ଖଟିଆକୁ ଭାର କରି ତହିଁରେ ଗର୍ଭବତୀଙ୍କୁ ବୋହି ଗାଡି ନିକଟରେ ପହଞ୍ଚିଥିଲେ ।ଏ ଭଳି ଅଭାବନୀୟ ଘଟଣା ଦେଖ‌ିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଅନ୍ତ୍ର ଅନ୍ତର୍ଗତ ସର୍ଗୀପାନୀ ଗାଁରେ ।ସର୍ଗୀପାନୀ ଗାଁର ଅଭି ସାନ୍ତିଙ୍କ ସ୍ତ୍ରୀ ପୁଲକ ସାନ୍ତିଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାରଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇନଥିଲା |କୌଣସି ଉପାୟ ନପାଇ ପରିବାର ଲୋକେ ଖଟିଆ ଭାର କରି ତହିଁରେ ଗର୍ଭବତୀଙ୍କୁ ବୋହି ଚାରି କିଲୋମିଟର ଦୂର ଫୁଲଝରୀ ଗାଁ ନିକଟରେ ପହଞ୍ଚାଇବା ପରେ ଏକ କାର ଯୋଗେ ଗର୍ଭବତୀଙ୍କୁ ଝରୀଗାଁ ଡାକ୍ତରଖାନାରେ ପହଞ୍ଚାଇଥିଲେ ।ପୁଲକ ସାନ୍ଧୁଙ୍କ ଅବସ୍ଥା ଗୁରୁତର ଥ‌ିବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଥିବା ସୂଚନା ମିଲିଛି | ଝରିଗାଁ ବ୍ଲକରେ ଏବେ ମଧ୍ୟ ଅନେକ ଗାଁକୁ ଭଲ ରାସ୍ତା ସଂଯୋଗ ହୋଇନଥିବାରୁ ବର୍ଷାଦିନେ ଲୋକେ ଗର୍ଭବତୀ ଏବଂ ଗୁରୁତର ରୋଗୀମାନଙ୍କୁ ଖଟିଆରେ ବୁହାହୋଇ ଡାକ୍ତର ଖାନା ନିଆଯାଉଥିବା ଦେଖ‌ିବାକୁ ମିଳୁଛି ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *