ଭିଜିଲାନ୍ସ ପଞ୍ଜରେ ପଡିଲେ ରାୟଗଡା ଓ କୋରାପୁଟ ଜଳ ବିଭାଜିକା ମିଶନର ପୂର୍ବତନ ପି ଡି ଦୟା ନିଧୂ ବାଗ

Spread the love

ଭିଜିଲାନ୍ସ ପଞ୍ଜରେ ପଡିଲେ ରାୟଗଡା ଓ କୋରାପୁଟ ଜଳ ବିଭାଜିକା ମିଶନର ପୂର୍ବତନ ପି ଡି ଦୟା ନିଧୂ ବାଗ

କୋରାପୁଟ : ଭିଜିଲାନ୍ସ ପଞ୍ଜୁରେ ପଡିଲେ ଦୟାନିଧୂ ବାଗ । ଦୀର୍ଘ ଦିନ ଧରି ଭିଜିଲାନ୍ସ କୁ ଚକମା ଦେଇ ଦୁର୍ନୀତି କରି ଚାଲିଥିଲେ । ତାଙ୍କ ନାମରେ ଜଳ ବିଭାଜିକା ମିଶନ ଦ୍ବାରା କାଶୀପୁରରେ ବଡ ଧରଣର ଦୁର୍ନୀତି ନେଇ ଅଭିଯୋଗ ଥିଲା । ଏଇ କେଶରେ ପୂର୍ବରୁ ଜଳଛାୟା ମିଶନର ଚାରି ଜଣ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ମୃରିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ନିର୍ଦ୍ଦେଶକ ଦୟାନିଧୂ ବାଗଙ୍କ ୮ଟି ସ୍ଥାନରେ ଭିଜିଲାନସ୍ ଚଢ଼ାଉ ଚାଲିଛି। ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗ ରହିଛି। ବାଗ ବର୍ଭମାନ ମୃଭିକା ସଂରକ୍ଷଣ ଏବଂ ଜଳବିଭାଜିକା ବିକାଶ, ଓଡ଼ିଶାରେ କର୍ମରତ । ଓଡ଼ିଶା ଭିଜିଲାନ୍ସ ଦ୍ଵାରା ୧୦ ଜଣ ଡି ଏସପି, Γ

୮ ଜଣ ଇନ୍ଟ ପେକ୍ଟର, ୧୦ ଜଣ ଏଏସ୍ଏଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମ ଚାରୀଙ୍କ ନେତୃତ୍ବରେ ଏକକାଳୀନ ଆଠଟି ସ୍ଥାନରେ ତଲାସ କରାଯାଉଛି । ଭିଜିଲାନ୍ସ ଦଳ ତାଙ୍କ ଜନ୍ମ ସ୍ଥାନ କଳାହାଣ୍ଡିର ଘର କୁପାଗାଓଁ ଗ୍ରାମ, ତାଙ୍କ ଶ୍ୱଶୁରଙ୍କ ଘର କଳାହାଣ୍ଡିର ବିକ୍ରମଗୁଡ଼ା, ଭୁବନେଶ୍ଵରର ଗୋଠପାଟଣାସୁ ମହାନଦୀ ଆପାର୍ଟମେଣୁ, ଚନ୍ଦ୍ରଶେଖରପୁରର ଘର, ଶ୍ରୀ ବାଗଙ୍କ ଫିସ ଚାମ୍ବର, ନବରଙ୍ଗପୁର ସହର ଅନ୍ତର୍ଗତ ମାଝିଗୁଡ଼ା ଛକ ନିକଟରେ ପାଦଲଗୁଡ଼ାରେ ଥିବା କୋଠା, ନବରଙ୍ଗପୁରର ଚୁଟିଆଗୁଡ଼ା ମୌଜାରେ ପୂବା ଦୁଇଟି କୋଠାରେ ଖୋଜା ଚାଲିଛି। ପରବର୍ତ୍ତୀ ସମୟରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି । ଦୟାନିଧୂ ବାଗ କୋରାପୁଟ ଓ ରାୟଗଡା ରେ ଚାକିରି କାଳ ସମୟରେ କାମ ନକରି ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ନେଇ ଭିଜିଲାନସ୍ ନିକଟରେ ପୂର୍ବରୁ ଅଭିଯୋଗ ରହିଥିଲା । ବିଶେଷ କରି ରାୟଗଡ଼ା ଜିଲ୍ଲାର କାଶିପୁର ଅଞ୍ଚଳରେ ବ୍ୟାପକ ହେରଫେର ହୋଇଥିବା ନେଇ ଭିଜିଲାନସ୍ ନିକଟରେ ଅଭିଯୋଗ ହୋଇଥିଲା । ଏଥ୍ ପୂର୍ବରୁ ଭିଜିଲାନସ୍‌ ଜଳଛାୟା ଓ ମୃଭିକା ସଂରକ୍ଷଣ ବିଭାଗର ଚାରି ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା । ଦୀର୍ଘଦିନ ଧରି ଭିଜିଲାନସ୍ ନଜରରେ ରହିଥ ? ବା ଦୟାନିଧୂ ବାଗ ଙ୍କ ନିଜ ଘର ସମେତ ୮ଟି ସ୍ଥାନରେ ଆଜି ଭିଜିଲାନସ୍ ପକ୍ଷରୁ ଚଢାଉ ଜାରି ରହିଥ ? ବା ଜୟପୁର ଭିଜିଲାନ୍ସ ତରଫରୁ ଗଣମାଧ୍ୟମକୁ ସୂଚନା ମିଳିଛି ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *