ଜୟପୁର ନିକଟ ଜୟନ୍ତଗିରିରେ ସାମୁହିକ ବୃକ୍ଷରୋପଣ, ଶତାଧିକ ଚାରା ରୋପିତ

ଜୟପୁର, ୨୦/୭ କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୩ତମ ଜନ୍ମଦିନ ଉପଲକ୍ଷେ ଆୟୋଜିତ ପଞ୍ଚଦିନିଆ ଧ୍ୟାନ ଓ ସାମାଜିକ କାର୍ଯ୍ୟକ୍ରମର ଅଂଶ ଭାବେ, ତା. ୧୮ ଜୁଲାଇ ରେ ଜୟନ୍ତଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ସାମୁହିକ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା।
ସଂଘୀୟ ପରିଚାଳକ ଶ୍ରୀ ଜଗଦାନନ୍ଦଜୀଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମଞ୍ଜୁବାଳା ମୁନି ଓ ବିଦ୍ୟାଳୟର ସହଶିକ୍ଷକ ବୃନ୍ଦ ସହଭାଗୀ ହୋଇଥିଲେ। ଏହି ଅବସରରେ ସଂଘର ବରିଷ୍ଠ ସଦସ୍ୟ ଗିରିଜାନନ୍ଦ, ମୁକୁନ୍ଦାନନ୍ଦ, ଅରୁଣ ଷଡଙ୍ଗୀ, ମୃତ୍ୟୁଞ୍ଜୟ ଠାକୁର ଓ ଅନ୍ୟାନ୍ୟ ସଦସ୍ୟମାନେ ଅନୁପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଏହି ପରିସରରେ ଶତାଧିକ ଚାରା ରୋପିତ ହେଇ ଉତ୍ସାହପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ଏହି ପଦକ୍ଷେପ ସ୍ଥାନୀୟ ଶିଶୁମାନେଁ ପାଇଁ ପରିବେଶ ଜାଗରୁକତା ଓ ନୂଆ ପ୍ରେରଣା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *