ସବୁଜ ନବରଙ୍ଗପୁର ଗଠନକୁ ନେଇ ପରିବର୍ତ୍ତନ ଫାଉଣ୍ଡେସନ ର ଉଦ୍ୟମ | ଦେଢ ସେଂଖ୍ୟା ବୃକ୍ଷ ରୋପଣ।

Spread the love

ନବରଙ୍ଗପୁର, ୨୦/୭ ପରିବେଶ ସୁରକ୍ଷା ଓ ସବୁଜ ନବରଙ୍ଗପୁର ଗଠନକୁ ନେଇ ପରିବର୍ତ୍ତନ ଫାଉଣ୍ଡେସନ ର ସଭ୍ୟମାନେ ଭତରା ସିଉନି ମନ୍ଦିର ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଫାଉଣ୍ଡେସନ ର ସଂସ୍ଥାପକ ଓ ଅଧ୍ୟକ୍ଷ ନିନୀବାବୁ ତ୍ରିପାଠୀଙ୍କ ଆହ୍ୱାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ବୃକ୍ଷ ରୋପଣ କରାଯାଇଛି।

ଏଥିରେ ଉପସ୍ଥିତ ଥିବା ଜିଲ୍ଲା ଓକିଲ ସଂଘ ଅଧ୍ୟକ୍ଷ ସିରାଜୁଦ୍ଦିନ, ଟେଲିଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ, ଅଧ୍ୟାପକ ଅଖିଳ ଭଟ୍ଟ ସହ ବହୁତ ସଦସ୍ୟ ଜଣେଇଛନ୍ତି ଯେ ଯୁବ ସମାଜ ସକ୍ରିୟ ହେଲେ ଏହି ଲକ୍ଷ ପୂରଣ ସମ୍ଭବ। ଏହି ଅବସରରେ ଅନେକ ସାମାଜିକ କର୍ମୀ ଓ ସଦସ୍ୟ ଯଥା ସୁଧୀର କୁମାର ସିଂ, ଅଭିନାଶ ମହାପାତ୍ର, ଚନ୍ଦନ ଗୌଡ, ରାଜୀବ ପ୍ରଧାନ, ବିକ୍କି ଜେନା ଇତ୍ୟାଦି ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।
ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି ଯେ ଯେକୌଣସି ସଂଘଠନ ବୃକ୍ଷ ରୋପଣ କରିବାକୁ ଚାହାଲେ ସମସ୍ତ ସାହାଯ୍ୟ ଓ ସହଯୋଗ ଦିଆଯିବ। ସ୍ୱର୍ଣାଲାତା ପଟ୍ଟନାୟକ, ପି. ଭେଙ୍କଟ, ଜଗନ୍ନାଥ ମହାପାତ୍ର ଓ ଅନ୍ୟ ଉପଦେଷ୍ଟାମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

Related Posts

ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

Spread the love

Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

Spread the love

Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

Leave a Reply

Your email address will not be published. Required fields are marked *