ଜିଲ୍ଲା ପରିଷଦ ଅଫିସ ରେ ଦୁର୍ନୀତି ର କୋଳେଙ୍କରି କିଏ କାହାକୁ ଘଣ୍ଟ ଘୋଡାଉଛି *ଶୀଘ୍ର ଅନୁସନ୍ଧାନରେ ହିତାଧିକାରୀମାନେ ଅସନ୍ତୁଷ୍ଟ ଅଛନ୍ତି।*

Spread the love

ଡି ଆର୍ ଡି ଏ ଦ୍ୱାରା ଦୁର୍ନୀତିର ତଦନ୍ତ | ଜିଲ୍ଲା କଲେକ୍ଟର ଙ୍କୁ ଦାବି ପତ୍ରୋ

ଶୀଘ୍ର ଅନୁସନ୍ଧାନରେ ହିତାଧିକାରୀମାନେ ଅସନ୍ତୁଷ୍ଟ ଅଛନ୍ତି।

କୋରାପୁଟ : କୋରାପୁଟ ଜିଲ୍ଲା ପରିଷଦ ଅଫିସ ରେ ଦୁର୍ନୀତି ର କୋଳେଙ୍କରି କିଏ କାହାକୁ ଘଣ୍ଟ ଘୋଡାଉଛି ଅଧିକ ଛାନଭିନ କଲେ ତଥ୍ୟ ପଦାକୁ ବାହାରିବ, ଜିଲ୍ଲା ପରିଷଦ ଅଫିସ ରେ କାର୍ଯ୍ୟରତ ଶ୍ରୀ ରାଜେନ୍ଦ୍ର ଦୀପ, ସିନିୟର୍ ରେଭେନୁ ଆସିଷ୍ଟାଣ୍ଟ ଶ୍ରୀ ଜୟନ୍ତ ନାୟକ କମ୍ପୁଟର ପ୍ରୋଗ୍ରାମର , ଏବଂ ଶ୍ରୀ ଗଣେଶ୍ୱର କଂହର, ଆଡିଶିନାଲ ଇ ଓ , ଙ୍କ ବିରୁଦ୍ଧରେ ଜି ଆର୍ ଏସ ମାନଙ୍କ ପଦନ୍ନତି ରେ ଦୁର୍ନୀତିରେ ଲିପ୍ତ ଥିବା ଲିଖିତ ଆବେଦନ ପତ୍ର ଅତିନିକଟ ରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଙ୍କ ନିକଟରୁ ପ୍ରେରିତ ହେଇଥିଲା ତାହା ଉପରେ ହୋଇଅଧିକ ଛାନ ଭିନ ଏବଂ ଅଧିକ ତଦନ୍ତ ପାଇଁ ପଞ୍ଚାୟତି ରାଜ ବିଭାଗରୁ ପତ୍ର ଆସି ଥିଲା, କିନ୍ତୁ ତାକୁ ତରବରିଆ ଭାବେ ଏଣୁତେଣୁ କିଛି ଉପର ଦେଖାଣିଆ ତଦନ୍ତ କରି ରିପୋର୍ଟ ତଲବ ହୋଇଥିବା ଚିତ୍ର ରୁ ସ୍ୱଷ୍ଟ ଜଣା ପଡେ, ଅଧିକ ତଦନ୍ତ କଲେ ଜଣାପଡିବ ଯେ କିଛି କର୍ମଚାରୀ ଖୁଣ୍ଟମାରି ଦୀର୍ଘ ବର୍ଷ ହେବ ବଦଳି ସତ୍ୱେ ଅତି ଚତୁର ସହିତ ଡେପୁଟେସନ ରେ ରହି ଡି ଆର୍ ଡି ଏ ଵା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଛାଡିବାକୁ ନାରାଜ଼, ଏବଂଏମାନଙ୍କର ବିରୁଦ୍ଧରେ ଅତି ବଡ଼ ଦୁର୍ନୀତି ର ଅଭିଯୋଗ ହେଲେବି ଅତି ଚତୁରତାର ସହିତ ତାକୁ ଘଣ୍ଟ ଘୋଡାଇ ଆଗକୁ ବଡ଼ିଵା ପାଇଁ ସକ୍ଷମ, ଏବଂ ତାକୁ ଘଣ୍ଟ ଘଡ଼ାଇ ବାକୁ ସମର୍ଥ ହେଇଛନ୍ତି, ଯାହା ତଥ୍ୟ ପ୍ରମାଣ ମିଳେ ପତ୍ର ସଂଖ୍ୟା ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ଙ୍କ ପି ଆର୍- ଏନ ଆର୍ ଇ ଜି – ପି ଜି -0019 2023 9878 ଅନୁଯାଇ ଯାହାକି କୋରାପୁଟ ଜିଲ୍ଲା ପରିଷଦ କୁ ଦିଅ ଯାଇଛି ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭଗ ଦ୍ୱାରା, ଏହି ପତ୍ର କୋରାପୁଟ ଜିଲ୍ଲାର ଶ୍ରୀ ହରିଶନ୍ଦ୍ର ଗେମେଲ, ଏବଂ ଅନ୍ୟ ସାତ ଆକାଉଣ୍ଟ /ଡି ଇ ଓ ଙ୍କ ଦ୍ୱାରା ବିଭାଗ କୁ ଦିଆଯାଇଥିବା ଆବେଦନ ଉପରେ ପ୍ରତିକ୍ରିୟା କରି ଅଗ୍ରେଶୀତ ପତ୍ର ଅଟେ, ଏହି ଆବେଦନରେ ଶ୍ରୀ ଗେମେଲ ଏବଂ ଅନ୍ୟ ସାତ ଜଣ କୋରାପୁଟ ର ଡି ଇ ଓ ଉଲେଖ କରି ଥିଲେଯେ ଜିଲ୍ଲାପରିଷଦ ରେ କର୍ମ ରତ ଶ୍ରୀ ରାଜେନ୍ଦ୍ର ଦୀପ, ଏସ ଆର୍ ଏ , ଶ୍ରୀ ଜୟନ୍ତ ନାୟକ, ସି ପି , ଏବଂ ଶ୍ରୀ ଗଣେଶ୍ୱର କହଁର, ଆଡିଶିନାଲ ଇ ଓ , ଡି ଆର୍ ଡି ଏ ଜିଲ୍ଲା ପରିଷଦ କୋରାପୁଟରେ , ଜିଲ୍ଲା ର 158 ଜଣ ଜି ଆର୍ ଏସ ମାନଙ୍କୁ ଆକାଉଣ୍ଟ କମ୍ ଡି ଇ ଓ ଭାବେ ପଦନ୍ନତି କରାଗଲା ସେହିସମୟରେ ପ୍ରାୟ ପ୍ରତ୍ୟକ ଜି ଆର୍ ଏସ ଠାରୁ 50,000 ରୁ 100, 000, ଏକ ଲକ୍ଷ୍ୟ ଟଙ୍କା ହିସାବରେ ଏକ କୋଟିରୁ ଉର୍ଦ୍ଧ ଟଙ୍କା ପଦନ୍ନତି ସକାଶେ ସଂଗ୍ରହ କରିଥିବା ଅଭିଯୋଗ କରିଥିଲେ, ପୁନଶ୍ଚ ଏହି ଉପୋରକ୍ତ ତିନିଜଣ ଜିଲ୍ଲାର ପ୍ରତ୍ୟକ ବ୍ଲକ ରେ ଏମ୍ ଆଇ ଏସ ଏକ୍ସପୋର୍ଟ ନିଯୁକ୍ତି ସମୟରେ ପ୍ରତ୍ୟକ ପ୍ରାର୍ଥୀଙ୍କ ଠାରୁ ପ୍ରାୟ 50,000 ରୁ 70,000 ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା, ଏଣୁ ସର୍ବତ ଭାବେ ଏହି ତିନିଜଣ ଏକ କୋଟି ରୁ ଉର୍ଦ୍ଧ ଟଙ୍କା ର ଦୁର୍ନୀତି ରେ ଲିପ୍ତ ଥିବା ବିଷୟ, ଉପରକ୍ତ ପତ୍ର ସଂଖ୍ୟା ରେ ଉଲେଖ କରିଥିଲେ, ଏବଂ ଉର୍ଦ୍ଧ ସଂଗୃହିତ ଟଙ୍କା ର ଅର୍ଧେକେ ଶ୍ରୀ ଗଣେଶ୍ୱର କଂହର ଆଡିଶିନାଲ ଇ ଓ, ନେଇଥିବା ଉଲ୍ଲେଖ କରାଯାଇଛି, ଏବଂ ଏହାର ତଦନ୍ତ ସକାଶେ ଆବେଦନ ହୋଇଥିଲା, ତାହା ଉପରେ ଛାନ ଭିନ କରି ରିପୋର୍ଟ ତଲବ କରିବା ପାଇଁ ପଞ୍ଚାୟତି ରାଜ ବିଭାଗ ଦ୍ୱାରା କୋରାପୁଟ ଜିଲ୍ଲାପରିଷଦ କୁ ଦିଆ ଯାଇଥିଲା, କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ କୋରାପୁଟ ଜିଲ୍ଲାପରିଷଦ ଏକ ତରବରିଆ ଭାବେ ତଦନ୍ତ କରି ଉପୋରକ୍ତ ତିନି ଜଣକୁ କ୍ଲେନ୍ ଚିଟ୍ ଦେଇଛନ୍ତି, ଏଥି ପୂର୍ବରୁ ମଧ୍ୟ କୋରାପୁଟ ର ଆର୍ ଟି ଆଇ କର୍ମ କର୍ତା ଶ୍ରୀ ପ୍ରଦୀପ୍ତ କୁମାର ମିଶ୍ର ଉପୋରକ୍ତ ତିନିଜଣଙ୍କ ନାମରେ ଉପୋରକ୍ତ ବିଷୟରେ ଦୁର୍ନୀତିର ଅଭିଯୋଗ କରି ତା 13-11-2023 ରେ ପଞ୍ଚାୟତି ରାଜ ବିଭାଗକୁ ପତ୍ର ଦେଇଥିଲେ, କିନ୍ତୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରେ ଶ୍ରୀ ଜୟନ୍ତ ନାୟକ ସି ପି , ଦୀର୍ଘ ୨୦ ବର୍ଷ ପ୍ରାୟ ହେଲା ଅଛନ୍ତି ତାଙ୍କର ଜଡ ଅତି ମଜଭୂତ, ସିଏ ଦଶମନ୍ତପୁର ବ୍ଲକ ର ସି ପି ଥିଲେ ବି ଡେପୁଟେସନ ରେ ଜିଲ୍ଲା ପରିଷଦ ରେ କାର୍ଯ୍ୟ କରନ୍ତି, ସିଏ ସବୁ ଉପୋରସ୍ତ ଅଧିକାରୀଙ୍କୁ ଯଥା ସି ଡି ଓ କମ୍ ଏକ୍ଜିକ୍ୟୁଟି ଅଫିସର ଙ୍କୁ ଧରି ସବୁ ଦୁର୍ନୀତିକୁ ଘଣ୍ଟ ଘଡ଼ାଇବାରେ ସମର୍ଥ, ତେଣୁ ଉପୋରକ୍ତ ତଦନ୍ତ କୁ ଯାହା ନାମରେ ଅଭିଯୋଗ ଅଛି ତାହାକୁହିଁ ତଦନ୍ତ ଭାର ନ୍ୟସ୍ତ କରାଗଲା, ଅର୍ଥାତ ଶ୍ରୀ ଗଣେଶ୍ୱର କଂହର ଆଡିଶିନାଲ ଇ ଓ ଙ୍କୁ ହିଁ ତଦନ୍ତ ଭାର ଦିଆଗଲା, ଏଥିରୁ ସ୍ୱଷ୍ଟ ଯେ ତଦନ୍ତ କେତେଦୂର ଗଭୀର ଭାବେ ହେଇଥିବ, ପୁନଶ୍ଚ ଏବେବି ଜି ଆର୍ ଏସ ନିଯୁକ୍ତି ରେ ଉପୋରକ୍ତ ତିନିଜଣ ଙ୍କୁ ହିଁ ଭାର ଦିଆ ଯାଇଛି ସ୍କୃଟିନୀ ପାଇଁ, ଏଥିପାଇଁ ସାଧାରଣରେ ଦାବି ହେଉଛି ଜିଲ୍ଲା ପାଳ ଏକ ନିରପେକ୍ଷ ତଦନ୍ତ ଵା ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ ନିର୍ଦେଶ କଲେ ସତ୍ୟା ସତ୍ୟ ଲୋକ ଲଚନକୁ ଆସିବ କିମ୍ବା ଭିଜିଲାସନ୍ସ ବିଭଗ ନିଜସ୍ୱ ଆଡୁ ଏକ କେସ କରି ତଦନ୍ତ କଲେ ସବୁ ଜଣାପଡିବପୀଡିତାମାନେ ଜିଲ୍ଲା କଲେକ୍ଟରଙ୍କ ନିକଟରେ ଆଉ ଏକ ରିଟ୍ ଦାଖଲ କରିଥିର ସମାଚାର ମିଳିଛି।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *