କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

Spread the love

ଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ କରି ବେସି ପରିମାଣରେ କେନ୍ଦୁପତ୍ର ବସ୍ତା ବୋଝେଇ କରି ଚାଲାଣ କରୁଛନ୍ତି।
୧୬ ଚକିଆ ଟ୍ରକ୍‌ରେ ୪୦୦ ବସ୍ତା ର ନିୟମ ଥିବା ବେଳେ, ବର୍ତ୍ତମାନ ଅଧିକାଂଶ ଟ୍ରକ୍‌ରେ ଏହାଠାରୁ ଅଧିକ ବସ୍ତା ଲୋଡ୍‌ କରାଯାଉଛି। ଫଳରେ ଏହି ଭାର ଧରି ଟ୍ରକ୍‌ଗୁଡିକ ବ୍ରିଜ୍‌ରେ ଫସିଯାଇ ଯାନଚଳାଚଳକୁ ବାଧା ପହଞ୍ଚାଉଛି।
ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଏହି ଅବ୍ୟବସ୍ଥିତ ଯାତାୟାତରେ ସେମାନେ ଦୈନିକ ହଇରାଣ ହେଉଛନ୍ତି। ଟ୍ରକ୍ ମାଲିକମାନେ ନିଜ ସ୍ୱାର୍ଥ ପାଇଁ ଅତିରିକ୍ତ ମାଲ ବୋଝେଇ କରୁଥିବା ବେଳେ, ସାଧାରଣ ଲୋକ ଦୁଃଖଭୋଗ କରୁଛନ୍ତି।
ସ୍ଥାନୀୟ ବାସିନ୍ଦାମାନେ ଏହି ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ଆକର୍ଷଣ କରି, ଟ୍ରାକ୍‌ର ଓଜନ ନିୟମ ଦୃଢ଼ତା ସହ ପାଳନ କରାଯାଉ ବୋଲି ଦାବି କରିଛନ୍ତି।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    ନବରଙ୍ଗପୁର ଜିଲ୍ଲାରେ ବୁଲିଲା ବଜ୍ରପାତ ସଚେତନତା ରଥ

    Spread the love

    Spread the loveନବରଙ୍ଗପୁର, ଆଗାଷ୍ଟ ୦୪ : ବଜ୍ରପାତରୁ ଜନସାଧାରଣଙ୍କ ସୁରକ୍ଷା ତଥା ଏ ସମ୍ବନ୍ଧୀୟ ସତର୍କତା ଅବଲମ୍ବନ ନିମନ୍ତେ ଆଜି ପୂର୍ବାହ୍ନ ୧୦ ଘଣ୍ଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ବିପର୍ଜୟ ପରିଚାଳନା…

    Leave a Reply

    Your email address will not be published. Required fields are marked *