ତେନ୍ତୁଳୀଖୁଣ୍ଟିରେ “ବେଟି ବଚାଓ, ବେଟି ପଢ଼ାଓ” ଓ “ବିଜୁ କନ୍ୟା ରତ୍ନ” ଯୋଜନା ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ।

ନବରଙ୍ଗପୁର/ତେନ୍ତୁଳୀଖୁଣ୍ଟି, ୨୧/୭ ବାପୁଜୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ତେନ୍ତୁଳୀଖୁଣ୍ଟିରେ ଏକ ଅନନ୍ୟ ଓ ସଂବେଦନଶୀଳ ପଦକ୍ଷେପ ରୂପେ ନବଜାତ କନ୍ୟା ଶିଶୁମାନଙ୍କୁ ସ୍ୱାଗତ ଜଣାଇ ଏକ ପରିବେଶ ସୁରକ୍ଷା ଓ ପ୍ରକୃତି ସଚେତନତା ଅଭିଯାନ ଆୟୋଜିତ ହେଲା। ଏହି କାର୍ଯ୍ୟକ୍ରମ ‘ବେଟି ବଚାଓ, ବେଟି ପଢ଼ାଓ’ ଓ ‘ବିଜୁ କନ୍ୟା ରତ୍ନ’ ଯୋଜନା ଅଧୀନରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା।
ଅଭିଯାନ ସମୟରେ ଆମ୍ବ, ସଜନା, ପିଜୁଳି, ଅଁଳା, ବଉଳ, ଓ ଜାମୁକୋଳି ପ୍ରଭୃତି ଫଳ ଚାରାର ବୃକ୍ଷରୋପଣ କରାଯାଇ, ପ୍ରକୃତି ସୁରକ୍ଷା ଉପରେ ଓ ଜନସାଧାରଣ ମଧ୍ୟରେ ସଚେତନତା ବୃଦ୍ଧି କରାଯାଇଥିଲା।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ଶ୍ରୀ ମୋନଜ କୁମାର ପାଣିଗ୍ରାହୀ (ଗୋଷ୍ଠି ଉନ୍ନୟନ ଅଧିକାରୀ), ଶ୍ରୀ ସିମାଞ୍ଚଳ ସାହୁ (ଅତିରିକ୍ତ ତହସିଲଦାର), ଶ୍ରୀମତୀ ଅଜନ୍ତା ଶୁଭଦର୍ଶୀ (ଅଧକ୍ଷ, ଶିଶୁ ମଙ୍ଗଳ କମିଟି), ଶ୍ରୀ ପ୍ରଭାତ କୁମାର ପଟନାୟକ (ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ), ଶ୍ରୀ ମୋହନ ମଧୁସୂଦନ ବାଘ (ଏ.ବି.ଇ.ଓ), ବିନୀତ ଜେଠି (ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ), ଶ୍ରୀ ଆନନ୍ଦ କୁମାର ଭତରା (ପ୍ରଧାନ ଶିକ୍ଷକ), ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବୃନ୍ଦ।
କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁରେଶ କୁମାର ପଟନାୟକ ସମସ୍ତଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ସେ କହିଲେ ଯେ, “ଏହି ଅଭିଯାନ ଦ୍ୱାରା ଶିଶୁ କନ୍ୟାଙ୍କ ପ୍ରତି ଦୃଢ଼ ସମ୍ମାନ ବଢ଼ିବ, ଲିଂଗ ଅସମାନତା ହ୍ରାସ ପାଇବା ସହ ନାରୀମାନେ ସଶକ୍ତ ହେବେ।”
ଅନ୍ୟତମ ଆ୍ଷଣ ଥିଲା ୩୫ ଜଣ ନବଜାତ କନ୍ୟାଙ୍କ ପରିବାରଙ୍କୁ ମାନପତ୍ର ଓ ଉପହାର ଦେଇ ସମ୍ମାନ ଦେବା ଅନୁଷ୍ଠାନ। ଏହା ଦ୍ୱାରା ଏକ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି ଯେ ଝିଅ ଶିଶୁମାନେ ବୋଝ ନୁହେଁ, ସେମାନେ ଏକ ଶକ୍ତିଶାଳୀ ଭବିଷ୍ୟତର ଆଧାର।
ସମାପନ ସମୟରେ ଶ୍ରୀ କିଶୋର ଚନ୍ଦ୍ର ମାର୍ଥା (ପ୍ରୋବେସନ ଅଫିସର) କାର୍ଯ୍ୟକ୍ରମର ସଫଳତା ପ୍ରତି ବ୍ୟକ୍ତିଗତ ଓ ସଂଘଟିତ ଧନ୍ୟବାଦ ଜଣାଇଥିଲେ।
Leave a Reply