ଦଶଜଣ ଶିକ୍ଷକ-ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ

କୋରାପୁଟ/ନବରଙ୍ଗପୁର, ୫/୯ ଡ଼. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଓ ଗୁରୁଦିବସକୁ ଅବସର କରି ସ୍ଥାନୀୟ ତୃପ୍ତି ଲଜ୍ଜ ସମ୍ମିଳନୀଗୃହରେ ଉତ୍କଳ ପରିଷଦ ଆନୁକୂଲ୍ୟରେ ଗୁରୁଦିବସ ପାଳନ କରାଗଲା।

ଅନୁଷ୍ଠାନରେ ସମାଜସେବୀ ଜଗନ୍ନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ସଭାପତି ବିଜୟ ଚୌଧୁରୀ କାର୍ଯ୍ୟକ୍ରମର ସଭାପତିତ୍ୱ ନିର୍ବାହ କରିଥିଲେ।
ଏହି ଅବସରରେ ଦଶଜଣ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ମାନପତ୍ର ଓ ଉତ୍ତରୀୟ ସହ ସମ୍ବର୍ଦ୍ଧନା କରାଯାଇଥିଲା। ସମ୍ମାନିତମାନଙ୍କ ମଧ୍ୟରେ ଡ଼. ଭେଙ୍କେଟେଶ୍ୱରୀ, କୁମୁଦିନୀ ପଟ୍ଟନାୟକ, ହୃଷୀକେଶ ଦାଶ, ରେଣୁକା ଆଚାର୍ଯ୍ୟ, ହର ପ୍ରସାଦ ଦାଶ, କିଶୋର ଚନ୍ଦ୍ର ସାହୁ, ଜଗନ୍ନାଥ ଦାଶ, ରୀତା ରାଣୀ ପଟ୍ଟନାୟକ, ବି. ରାମମୂର୍ତ୍ତି ପଟ୍ଟନାୟକ, ପ୍ରଦୀପ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଜଗଦୀଶ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଅଭିଭାଷଣ ରଖିଥିଲେ। ଆଇନଜୀବୀ ରାମ ପ୍ରସାଦ ପାତ୍ର ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟାପକ ଅଖିଳ କୁମାର ଭଟ୍ଟ ସ୍ଵାଗତ ଭାଷଣ ଓ ଡ଼. ସାଇ ରମେଶ ରାଓ ଧନ୍ୟବାଦ ଜଣାଇଥିଲେ।
ଅନୁଷ୍ଠାନରେ ସୁରେଶ ଚନ୍ଦ୍ର ମିଶ୍ର ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ, ଯେଉଁଠି ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରର ଛାତ୍ରଛାତ୍ରୀମାନେ ଗୁରୁବନ୍ଦନା ପ୍ରସ୍ତୁତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷକ-ଶିକ୍ଷୟତ୍ରୀ, ସାହିତ୍ୟିକ, ବୁଦ୍ଧିଜୀବୀ ଓ ସମାଜସେବୀମାନେ ସାମିଲ ହୋଇଥିଲେ।