ତରୁଣ ପ୍ରଜ୍ଞା ଭାରତୀ ତରଫରୁ ସଙ୍ଗୀତପ୍ରତିଯୋଗିତା ଅନୁଷ୍ଠିତ।

Spread the love

ତରୁଣ ପ୍ରଜ୍ଞା ଭାରତୀ ତରଫରୁ ସଙ୍ଗୀତପ୍ରତିଯୋଗିତା ଅନୁଷ୍ଠିତ।

ଜୟପୁର, ଆଜି ଜୟପୁର ରେ ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନ ତରଫରୁ ଚଳିତ ବର୍ଷର ଶିଶୁଗୀତ, ବନବାସୀ ସଙ୍ଗୀତ, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ସ୍ଥାନୀୟ ଏନ୍.କେ.ଟି ରୋଡ଼ ସ୍ଥିତ ନାରାୟଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ସକାଳ ୯.୦୦ ଘଣ୍ଟ ସମୟରୁ ଆୟୋଜିତ କରାଯାଇଥିଲା। ଗତକାଲି ୨୩.୧୧.୨୦୨୪ ଶନିବାର ଦିନ ପ୍ରଥମାଷ୍ଟମୀ ଉପଲକ୍ଷେ ଲୋକନୃତ୍ୟ, ଓଡିଶୀ ଓ ଝୋଟି ପ୍ରତିଯୋଗିତା ପଞ୍ଚାନନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।ଉପରୋକ୍ତ ସମସ୍ତ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସାଧାରଣ ବର୍ଗର ପୁରୁଷ ଓ ମହିଳାମାନେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିଲେ। ଏଥିରେ ଅନୁଷ୍ଠାନର ସଭାପତି ତପନ କିରଣ ତ୍ରିପାଠୀ, ଉପସଭାପତି ରାମ ଶଙ୍କର ଷଡଙ୍ଗୀ, ସହ ସମ୍ପାଦକ ଅଜୟ କୁମାର ମଲିକ, କୋଷାଧ୍ୟକ୍ଷ ରବୀନ୍ଦ୍ର ମହାରଣାଙ୍କ ସହ ଲିପିକା ଦଳାଇ ପ୍ରମୁଖ ସଦସ୍ୟମାନେ ପ୍ରତିଯୋଗିତା ପରିଚାଳନା କରିଥିଲେ। ଏଥିରେ ମହମ୍ମଦ ସରିଫ, ଶଙ୍କରୀ ଦଳପତି, ଅନିତା ବେହେରା, ଗୀତା ଜୟନ୍ତୀ ପାତ୍ର, ଇତିଶ୍ରୀ ସୁବୁଦ୍ଧି, ଶିବ ଶଙ୍କର, ଜାନକୀ ପାଣିଗ୍ରାହୀ, ସବିତା ତ୍ରିପାଠୀ, ରିତାଞ୍ଜଳି ଡାକୁଆ ଅନ୍ୟମାନଙ୍କ ସହ ପ୍ରତିଯୋଗିତାରେ ପ୍ରମୁଖ ବିଚାରକ ଭାବେ କାର୍ଯ୍ୟ ସଂମ୍ପନ୍ନ କରିଥିଲେ। ଆସନ୍ତା ୦୧.୧୨.୨୦୨୪ ରବିବାର ଦିନ ସକାଳ ୯.୦୦ ଘଣ୍ଟ ସମୟରେ ଗୀତା ଶ୍ଳୋକାବୃତ୍ତି, ତର୍କ ଓ ସାଂସ୍କୃତିକ ଜ୍ଞାନ ପରୀକ୍ଷା ପ୍ରତିଯୋଗିତା ନାରାୟଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅନୁଷ୍ଠିତ ହେବ। ଆସନ୍ତା ଡିସେମ୍ବର ମାସ ହେବାକୁ ଥିବା ଅନୁଷ୍ଠାନର ବାର୍ଷିକ ଉତ୍ସବରେ ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ସଭାପତି ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ଜଣାଇଥିଲେ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *