ଦେଓମାଳିରୁ ଫେରୁଥିଲେ ଯୁବକ, ଦୁର୍ଘଟଣାରେ ଚାଲିଗଲା ଜୀବନ l

Spread the love

ଦେଓମାଳିରୁ ଫେରୁଥିଲେ ଯୁବକ, ଦୁର୍ଘଟଣାରେ ଚାଲିଗଲା ଜୀବନ

କୋରାପୁଟ/କେନ୍ଦୁଗୁଡ଼ା: ଦେଓମାଳିରୁ ବାଇକ ଯୋଗେ ଜଣେ ଯୁବକ ଫେରୁଥିବା ବେଳେ ସର୍ଗିଗୁଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଆଜି ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ଉକ୍ତ ଯୁବକଙ୍କ ପ୍ରାଣହାନି ଘଟିଛି। ମୃତକ ହେଲେ କେନ୍ଦୁଗୁଡ଼ା ଗାଁର ଚନ୍ଦ୍ରଶେଖର ସୌର (୨୬)।ଚନ୍ଦ୍ରଶେଖର ସୌର ନିଜ ସାଙ୍ଗମାନଙ୍କ ସହ ଦେଓମାଳି ବୁଲିବାକୁ ଯାଇଥିଲେ। ଆଜି ସକାଳେ ସେ ନିଜ ବାଇକରେ ଗାଁକୁ ଫେରୁଥିବା ବେଳେ ବାଇକଟି ଟ୍ରକ ପଛ ପଟେ ପିଟିଥିଲା। ଏହାଫଳରେ ଚନ୍ଦ୍ରଶେଖର ସୌରଙ୍କ ମୃତ୍ୟୁ ଘଟିଥିଲା l ଏହି ଅଘଟଣରେ ଆଉ ଜଣେ ଆହତ ହୋଇଥିବାର ସୂଚନା ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *