ବେନିୟମ ଭାବରେ ଟଙ୍କା ଆଦାୟ କରି ଙ୍କୁ ଗିରିଫ କରି କୋର୍ଟ ଚାଲାଣ, ଉଚ୍ଚପଦସ୍ଥ ଅଧିକାରୀ ଙ୍କ ସଂପୃକ୍ତି ନେଇ ଜନ ମାନସ ରେ ସନ୍ଦେହ ସୃଷ୍ଟି l

Spread the love

ବେନିୟମ ଭାବରେ ଟଙ୍କା ଆଦାୟ କରି ଙ୍କୁ ଗିରିଫ କରି କୋର୍ଟ ଚାଲାଣ l

ଉଚ୍ଚପଦସ୍ଥ ଅଧିକାରୀ ଙ୍କ ସଂପୃକ୍ତି ନେଇ ଜନ ମାନସ ରେ ସନ୍ଦେହ ସୃଷ୍ଟି l

ବ୍ରହ୍ମପୁର – ୪/୧୨/୨୪ ଜିଲ୍ଲା ସାମ୍ବାଦିକ ସଂଘ ଗଞ୍ଜାମ ଓ ଓଡ଼ିଶା ସାମ୍ବାଦିକ ମହାସଂଘ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ, ନିକଟରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ଗଞ୍ଜାମ ଛତ୍ରପୁର ଙ୍କ ଅଧୀନରେ ଥିବା ଆନ୍ଧ୍ର ଓଡ଼ିଶା ସୀମାନ୍ତ ଗିରିଶୋଲା ନିକଟରୁ ବେନିୟମ ଉପାୟରେ ଭାରିଯାନ ମାନଙ୍କ ଠାରୁ ମୁନାଫା ଆଦାୟ କରୁଥିବା ବିଷୟ କୁ ନେଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ଓ ନିର୍ଦ୍ଦେଶକ ଦୁର୍ନୀତି ନିବାରଣ ବିଭାଗ ଉଦ୍ଦେଶ୍ୟ ରେ ପ୍ରଦାନ କରାଚନ୍ତି । ଗତ ୨୪ ତାରିଖ ରେ ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର,ଅଚାନକ ଗୋଳନ୍ଥରା ଥାନା ଅଧିକାରୀ ଙ୍କ ସହଯୋଗ ରେ ଗିରିଶୋଲା ନିକଟସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରି ୩ ଜଣ ଦଲାଲ କୁ ଗିରଫ କରି ସେମାନଙ୍କୁ ଜେରା କରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଗଞ୍ଜାମ ଛତ୍ରପୁର ର ଜଣେ ଉପ ଆଞ୍ଚଳିକ ଅଧିକାରୀ ଓ ଜଣେ ଉପ ନିରୀକ୍ଷକ ଙ୍କୁ ଗିରିଫ କରି କୋର୍ଟ ଚାଲାଣ କରିଥିଲେ। ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର ଙ୍କ ପ୍ରତିକ୍ରିୟା ଅନୁଯାଇ ଯେଉଁ ଦଲାଲ୍ ମାନେ ବେନିୟମ ଉପାୟରେ ଟଙ୍କା ଆଦାୟ କରୁଥିଲେ ଭାରି ଜାନ ଚଳାଉଥିବା ବ୍ୟକ୍ତି ବିଶେଷ ଙ୍କୁ କହୁଥିଲେ ଯେ ଆମକୁ ଏଠାରେ ଟଙ୍କା ଦେଇ ସୀମା ପାର ହୋଇ ପଳାଅ , ନଚେତ୍ ଆଗରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଗାଡ଼ି ଅଛି ସେଠାରେ ବହୁତ୍ ଟଙ୍କା ଦେବାକୁ ପଡିବ, ବୋଲି କହି ବେନିୟମ ଭାବରେ ଟଙ୍କା ଆଦାୟ କରୁଥିଲେ। ଦଲାଲ୍ ମାନେ ଯେ ହେତୁ ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର ନିକଟରେ ଆଂଚଳିକ ପରିବହନ ଅଧିକାରୀଙ୍କ ନାମ ନେଇଛନ୍ତି ତେଣୁ ଉଚ୍ଚପଦସ୍ଥ ଅଧିକାରୀ ଙ୍କ ସଂପୃକ୍ତି ନେଇ ଜନ ମାନସ ରେ ସନ୍ଦେହ ସୃଷ୍ଟି କରିଛି। ଯେଉ ଦୁଇ ଜଣ ବିଭାଗିୟ ଅଧିକାରୀଙ୍କୁ ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ,ସେହି ଦୁଇ ଜଣ କେବଳ ଏହି ଦୁର୍ନୀତି ରେ ସଂପୃକ୍ତ ନୁହଁନ୍ତି ଆହୁରି କେତେକ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏହି ଦୁର୍ନୀତି ରେ ସଂଶ୍ଳିଷ୍ଟ ଥିବା ଯୋଗୁଁ ସେମାନେ ଏତେ ବଡ ସାହସ କରି ବେନିୟମ ଉପାୟରେ ଟଙ୍କା ଆଦାୟ କରୁଥିଲେ ବୋଲି ବୁଦ୍ଧିଜୀବି ମହଲ ରେ ଆଲୋଚନା ହେଉଛି।
ତେଣୁ ଜିଲ୍ଲା ସାମ୍ବାଦିକ ସଂଘ ଗଞ୍ଜାମ ଓ ଓଡ଼ିଶା ସାମ୍ବାଦିକ ମହାସଂଘ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବୀ ରଖିଛି ଯେ ଗିରଫ ହୋଇଥିବା ଦୁଇ ଜଣ କର୍ମଚାରୀଙ୍କୁ ଛାଡ଼ି ଯେଉ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଏପରି କୁତ୍ସିତ କର୍ମ ରେ ଲିପ୍ତ ରହିଚନ୍ତି ସେମାନଙ୍କୁ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଚିହ୍ନଟ କରି ,ଦୃଷ୍ଟାନ୍ତ ମୂଳକ ଦଣ୍ଡ ରେ ଦଣ୍ଡିତ କରାଯିବା ଉଚିତ୍ l


ଓଡ଼ିଶା ସାମ୍ବାଦିକ ମହାସଂଘ ର ସମ୍ପାଦକ, ବରିଷ୍ଠ ଆଇନଜୀବି ତଥା ବିବିଧ ସମ୍ବାଦ ର ସମ୍ପାଦକ ଶ୍ରୀ ଗୌରାଙ୍ଗ ଚୌଧୁରୀ ଙ୍କ ନେତୃତ୍ୱରେ ଉକ୍ତ ଦାବିପତ୍ର ପ୍ରଦାନ ପାଇଁ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରାଲୀ ରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁରଜିତ କୁମାର ରାଉଳ, ଶୁଭେନ୍ଦୁ କୁମାର ଦାସ, ଜଗଦାନନ୍ଦ ଦାସ, ଜ୍ୟୋତି ରଂଜନ ଗୌଡ଼, ଜୟରାମ ମହାରଣା, ଆଦିତ୍ୟ ନାରାୟଣ ରଥ, ପବିତ୍ର ନାୟକ, ମନୋଜ କୁମାର ପାଢ଼ୀ, ଇଶ୍ଵରି ରାଉତ, ରାମକୃଷ୍ଣ ମହାରଣା, ସୁଶାନ୍ତ କର, ସନ୍ତୋଷ କୁମାର ପାଢ଼ୀ, ପ୍ରଶାନ୍ତ କୁମାର ମହାପାତ୍ର, ଦୟାନନ୍ଦ ସାହୁ, ସୁନିର ବିଶ୍ୱାସ, ସୁନିଲ ସାହୁ , ରମେଶ ବେହେରା , ରମେଶ ସାହୁ , ସଞ୍ଜୀବ ବିଶ୍ଵାଳ ପ୍ରମୁଖ ୬୦ ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *