ମାଲକାନଗିରିରେ ମୃଦୁ ଭୁମିକମ୍ପ ଅନୁଭୂତ, କ୍ଷୟକ୍ଷତିର ସୂଚନା ନାହିଁ

Spread the love

ମାଲକାନଗିରିରେ ମୃଦୁ ଭୁମିକମ୍ପ ଅନୁଭୂତ, କ୍ଷୟକ୍ଷତିର ସୂଚନା ନାହିଁ

ମାଲକାନଗିରି: ମାଲକାନଗିରିରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୭ଟା ୨୮ ମିନିଟରେ ଅନୁଭୂତ ହୋଇଥିବା ଜଣାଯାଇଛି ।ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ନାହିଁ। ଏହାର ପ୍ରଭାବ କୋରାପୁଟ ଜିଲ୍ଲାରେ ବି ପରିଲକ୍ଷିତ ହୋଇଛି। ଖାଲି ସେତିକି ନୁହେଁ, ପଡ଼ୋଶୀ ଛତିଶଗଡ଼ର ସୁକୁମା ଓ ବିଜାପୁରରେ ମଧ୍ୟ ଅନୁଭୂତ ହୋଇଛି।ଭୂମିକମ୍ପର କେନ୍ଦ୍ରବିନ୍ଦୁ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ବୋଲି ସ୍ପଷ୍ଟ ହୋଇଛି। ମୁଲୁଗୁଠାରେ ରିକ୍ଟର ସ୍କେଲର ତୀବ୍ରତା ୫.୩ ବୋଲି ଜଣାଯାଇଛି।ମାଲକାନଗିରି ଜିଲ୍ଲା ସହିତ ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଓ ବିଜାପୁର ଜିଲ୍ଲାରେ ବୁଧବାର ସକାଳେ ମୃଦୁ ଭୂମିକମ୍ପ ଲୋକମାନେ ଅନୁଭବ କରିଛନ୍ତି । ବୁଧବାର ସକାଳ ୭ଟାରୁ ୭ଟା ୩୦ମିନିଟ ମଧ୍ୟରେ ପ୍ରାୟ ୩ରୁ ୪ ସେକେଣ୍ଡ ଧରି ମୃଦୁ ଭୂମିକମ୍ପ ହୋଇଥିବାର ଲୋକମାନେ କହିଛନ୍ତି।ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ ଡିଏନକେ କଲୋନୀ, ମାଲକାନଗିରି କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଘର ଓ ରେଭିନ୍ୟୁ କଲୋନୀ, ବଣ୍ଡା ବାକୁଲି ଗୁଡା ସାହି ସହିତ ପଡିଆ ବ୍ଲକର କିଛି ଗ୍ରାମରେ ଘର, ଭୂଇଁ, ଖଟ, ପଲଙ୍କ, ଟେବୁଲ, ଚେୟାର ଥରିବା ସହିତ ଟେବୁଲ ଉପରେ ଥିବା ଫୁଲ ଦାନୀ ଥରି ଥରି ତଳକୁ ଖସିପଡ଼ିଥିଲା । ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ଘଟି ନଥିବା ବେଳେ ବସ୍ତିବାସିନ୍ଦା କିଛି ମାତ୍ରାରେ ଭୟଭୀତ ହୋଇଥିବାର ଜଣା ପଡିଛି । ସୂଚନା ଯୋଗ୍ୟ ଯେ, ଗତ ୪ବର୍ଷ ତଳେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂମିକମ୍ପ ହୋଇ କିଛି ମାତ୍ରାରେ କ୍ଷୟକ୍ଷତି ଘଟିଥିଲା । ବିଶେଷ କରି ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟ କାନ୍ଥ ଫାଟି ଯିବା ସହିତ ଅନେକ ଲୋକଙ୍କ ଘର କାନ୍ଥ ମଧ୍ୟ ଫାଟି ଯାଇ ଥିବାର ଦେଖିବାକୁ ମିଳିଥିଲା ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *