ସ୍ବାଭିମାନ ଅଂଚଳରୁ ୩ ମହିଳା ମାଓବାଦୀ ଗିରଫ l

Spread the love

ସ୍ବାଭିମାନ ଅଂଚଳରୁ ୩ ମହିଳା ମାଓବାଦୀ ଗିରଫ l


ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳର ୩ ମହିଳା ମାଓବାଦୀକୁ ଗିରଫ କରିବାରେ ଜିଲ୍ଲା ପୁଲିସ ଏବଂ ଡିଭିଏଫ ଯବାନ ସଫଳ ହୋଇଛନ୍ତି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ୩ ଜଣ ମହିଳା ମାଓବାଦୀଙ୍କୁ ଚିତ୍ରକୋଣ୍ଡା ସ୍ବାଭିମାନ ଅଂଚଳର ଗୁଣ୍ଠାବାଡା ନିକଟରୁ ଗିରଫ କରିଥିବା କହିଥିଲେ। ଗିରଫ ହୋଇଥିବା ମହିଳା ମାଓବାଦୀଙ୍କ ନାମରେ ୮ ଲକ୍ଷ ଟଂକାର ପୁରସ୍କାର ରହିଥିବା ସେ କହିଥିଲେ। ଗିରଫ ହୋଇଥିବା ମାଓବାଦୀମାନେ ହେଲେ ସ୍ବପ୍ନା ଅରଫ ଚନ୍ଦ୍ରମା ଖିଲ, ବବିତା ଓରଫ କମଳା ଖିଲ ଏବଂ ସୁନିତା ଖିଲ। ସ୍ବପ୍ନା ଏସିଏମ ପଦବିରେ ଥିବା ବେଳେ ବବିତା ଏବଂ ସୁନିତା ପାର୍ଟି ମେମ୍ବର ରହି କାମ କରୁଥିଲେ। ସ୍ବପ୍ନା ନାମରେ ସରକାର ୪ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ବବିତା ଏବଂ ସୁନିତା ନାମରେ ୨ ଲକ୍ଷ ଲେଖାଏଁ ପୁରସ୍କାର ରହିଥିବା ଡିଆଇଜି ନୀତି ଶେଖର ପ୍ରକାଶ କରିଥିଲେ।
ସ୍ବପ୍ନା ୨୦୧୮ ମସିହାରେ ଆନ୍ଧ୍ର-ଓଡିଶା ବଡର ଡିଭିଜନାଲ କମିଟିରେ ସାମିଲ ହୋଇଥିଲା। ଗୁମ୍ମା ଏରିଆ କମିଟିର ମିଲିଟାରି ପ୍ଲାଟୁନରେ କାମ କରୁଥିଲା। ସେହିପରି ବବିତା ଏବଂ ସୁନିତା ଦୁହେଁ ଉଦୟର ଅଙ୍ଗରକ୍ଷକ ଭାବେ କାମ କରୁଥିଲା। ସେ ଗତ ୨୦୨୧ରେ ପାର୍ଟିରେ ସାମିଲ ହୋଇ କାମ ଆରମ୍ଭ କରିଥିଲା। ସ୍ବପ୍ନା ମାଲକାନଗିରି ଜିଲ୍ଲାର ୭ଟି ବିଭିନ୍ନ କେଶରେ ସାମିଲ ଥିବା ପୁଲିସ କହିଛି।
ସେହିପରି ବବିତା ଏବଂ ସୁନିତା ମଧ୍ୟ ତିନୋଟି ସ୍ଥାନରେ ପୁଲିସ ଉପରେ ଗୁଳି ଚଳାଇଥିବା ସ୍ବୀକାର କରିଥିବା ପୁଲିସ କହିଛି। ପୁଲିସ ଏମାନଙ୍କୁ ଧରି ପଚରାଉଚରା କରୁଛି। ଏମାନଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସ ହାତରେ ଲାଗିଥିବା କୁହାଯାଇଛି। ସମସ୍ତଙ୍କ ଘର ଯଡାମ୍ବ ପଞ୍ଚାୟତର ଧାକଡପଦର ଗ୍ରାମରେ। ଏମାନେ ପୁଣି ସ୍ବାଭିମାନ ଅଂଚଳରେ ନକ୍ସଲ ଗତିବିଧିକୁ ବଢାଇବା ସହ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ।
ତେବେ ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୁଲିସ ଏବଂ ଡିଭିଏଫ ଯବାନ ଗୁଣ୍ଠାଵାଡା ଗ୍ରାମ ନିକଟରେ ଘେରାଉ କରି ଏମାନଙ୍କୁ କାବୁ କରିଥିଲେ। ତେବେ ଏମାନଙ୍କ ସହ ଆହୁରି ଅନେକ ନକ୍ସଲ ରହିଥିବା ଜଣାପଡିଛି। ତେବେ ସେମାନେ ଖସିବାରେ ସଫଳ ହୋଇଛନ୍ତି। ପୁଲିସ ଏବଂ ଡିଭିଏଫ ଯବାନ ସେହି ଅଂଚଳରେ କୁମ୍ବିଂକୁ ଜୋରଦାର ଆରମ୍ଭ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଏସପି ବିବେକାନନ୍ଦ ଶର୍ମା,ଅତିରିକ୍ତ ଏସପି ତପନ ରଥ ମଧ୍ୟ ଉପସ୍ଥିତ ଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *