ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦାନବୀର ଜଗତଙ୍କ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ।

Spread the love

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦାନବୀର ଜଗତଙ୍କ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ।

ନବରଙ୍ଗପୁର ୩୧.୧୨.୨୦୨୪ : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ଦପ୍ତରି ଦାନବୀର ଜଗତ ଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମହେଶ୍ଵର ଚନ୍ଦ୍ର ନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନବୀନ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ହୋଇଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଶ୍ରୀ ଜଗତଙ୍କ କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା, ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗ କୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରୋଭିଜିନାଲ ପେନସନ ମଧ୍ୟ ପ୍ରଦାନ କରିବା ସହିତ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରି, ପରିବାର ସହ ଅବସର କାଳୀନ ବାକି ସମୟ ଶୁଭଙ୍କର ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ଅଧିକାରୀ ପନକା ରବିନ୍ଦ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଡେପୁଟି ଜିଲ୍ଲାପାଳ, ଗୀତାଞ୍ଜଳି ବେହେରା, ପି ମନସ୍ମିତା, ସମସ୍ତ ସହକାରୀ ଜିଲ୍ଲାପାଳ , ବିଜୟ ସାହୁ, ସୁରେଶ ପଟ୍ଟନାୟକ, ଜିତେନ୍ଦ୍ର ଚୌଧୁରୀ, ଅଜୟ ସାହୁ, ସତ୍ୟନାରାୟଣ ସାହୁ, ସୁବାସ ସାହୁ, ଯୋଛନା ଚୌଧୁରୀ, ସୁନୀଲ କୁମାର ଦାସ,ରାମ ଚନ୍ଦ୍ର ରଘୁ ମଣ୍ଡଳ, ସଞ୍ଜୀବ ପଣ୍ଡା,ଦିବାକର ପଟନାୟକ,ବିଶ୍ୱଜିତ ମହାନ୍ତି, ସୌରଭ ଦାସ, ରିନା ପାତ୍ର ପ୍ରମୁଖ ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *