କୋରାପୁଟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି l

Spread the love

କୋରାପୁଟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି l

କୋରାପୁଟ : ଜିଲ୍ଲାରେ ପାଣି ପଞ୍ଚୟତ ପକ୍ଷ ପାଳନ କରାଯାଉଛି। ଅଥଚ ଚାଷୀଙ୍କୁ ଡକାଯାଇନି। ଚାଷୀଙ୍କୁ ଅଣଦେଖା କରାଯାଇ ପାଣି ପଞ୍ଚୟତର ସଫଳ ରୂପାୟନ କିଭଳି ସମ୍ଭବ ହେବ । ସ୍ଥାନୀୟ ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ ଆୟୋଜିତ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଅଧିକାରୀମାନଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ବିଧାୟକମାନେ। ଚାଷୀଙ୍କୁ ଅଣଦେଖା କରାଯାଇଥିବାରୁ ତୀବ୍ର ନିନ୍ଦା କରିବା ସହ ଅସନ୍ତୋଷ ପ୍ରକାଶ କରିଛତି ସ୍ଥାନୀୟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଓ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉତା ।
ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ରଘୁରାମ ମାଛ, ପଟ୍ଟ Iଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଏବଂ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁକ୍ଷା ପ୍ରମୁଖ ଯୋଗ ଦେଇଥିଲେ। କୋରାପୁଟ ହେଉଛି ଏକ କୃଷି ପ୍ରାଧାନ୍ୟ ଜିଲ୍ଲା । ଏହି ଜିଲ୍ଲାରେ ପ୍ରାୟ ୮୦ ଭାଗ ଚାଷ ଉପରେ ନିର୍ଭର କରୁଛନ୍ତି । କୃଷି ଓ କୃଷକଙ୍କ ସମୃଦ୍ଧି କରିବା ପାଇଁ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ କରାଯଉଛି। ପାଣିକୁ କିପରି ଉପଯୁକ୍ତ ସଂରକ୍ଷଣ କରଯିବ, କିପରି ପାଣିକୁ କ୍ଷେତରେ ସଦ୍‌ବିନିଯୋଗ କରି ବିଭିନ୍ନ ପରିବା ଚାଷ କରା‌ଯିବ ଏବଂ ସରକାରଙ୍କ ବିଭିନ୍ନ ଯୋଜନାରେ କିପରି ସାମିଲ ହୋଇ ଚାଷୀ ଲାଭ ଉଠାଇ ପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ, ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମରେ ଚାଷୀଙ୍କ ଦେଖା ମିଳିନଥିଲା। କାର୍ଯ୍ୟକ୍ରମରେ ଚାଷୀଙ୍କୁ ଡକା ଯାଇ ନଥିବାରୁ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଅଧିକାରୀମାନଙ୍କୁ ତାଗିଦ୍ କରିଥିଲେ।
ବିଧାୟକ ଶ୍ରୀ ମାଛ କହିଛତି, ଜିଲ୍ଲାର ୩୦ ଭାଗ ଚାଷୀଙ୍କ ଜମିକୁ ପାଣି ମାଡ଼ି ପାରୁନାହିଁ। ଅଧିକାରୀମାନେ ନିଜ ନିଜ ଭିତରେ କାର୍ଯ୍ୟକ୍ରମ
ସାରି ଦେଉଛନ୍ତି। ଜିଲ୍ଲାସ୍ତରୀୟ ଏହି ଗୁରୁତ୍ବପୂର୍ଣ କାର୍ଯ୍ୟକ୍ରମରେ ଚାଷୀଙ୍କୁ କାହିଁକି ଗୁରୁତ୍ୱ ଦିଆଯାଇନି। କାର୍ଯ୍ୟକ୍ରମ ସମ୍ପର୍କରେ ଚାଷୀଙ୍କୁ କାହିଁକି ସୂଚନା ଦିଆଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ ୨୪ ବର୍ଷ ଶାସନ କାଳରେ ଅଧିକାରୀମାନେ ନିଜ ମନମୁଖୀ ଚଳାଇଛନ୍ତି। ସେମାନଙ୍କୁ ତାଗିଦ୍ କରାଯାଇ ଚାଷ ଓ ଚାଷୀଙ୍କ ଉନ୍ନତି ପ୍ରତି ଦୃଷ୍ଟି ଦିଆଯିବ। କୃଷକମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି।ଅନ୍ୟପକ୍ଷରେ ପଟ୍ଟାଙ୍ଗି ବିଧାୟକ ଶ୍ରୀ କାଡାମ କହିଛନ୍ତି, ଚାଷୀଙ୍କୁ ଉଚିତ୍ ସମ୍ମାନ ମିଳିଲେ କୃଷିର ବିକାଶ ହୋଇପାରିବ। ଚାଷ ଜମିକୁ ପାଣି ମାଡୁ ନାହିଁ।ତଥାପି କିପରି ଜଳକର ନିଆଯଉଛି ବୋଲି ସେ ଅଭିଯୋଗ କରିଥିଲେ ।
ଅପର କୋଲାବ ପ୍ରକଳ୍ପର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶିବପ୍ରସାଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସୁନାବେତା ଭାରତୀୟ ମୂର୍ତ୍ତିକା ଓ ଜଳ ସଂରକ୍ଷଣ ଅନୁଷ୍ଠାନର ମୁଖ୍ୟ ଡ. ଆର୍.ଏସ୍. ଦେବରାଳନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ଅତିରିକ୍ତ ଜିଲ୍ଲାପାଳ ଆଲାମଣୀ ସେଠୀ, ସାଂସଦଙ୍କ ପ୍ରତିନିଧି ମନୋଜ ଆଚର୍ଯ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାଳତୀ ମାଝୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲୋଚନଚନ୍ଦ୍ର ମାଝୀ, ଉଦ୍ୟାନ ଉପ ନିର୍ଦ୍ଦେଶକ ସୁଦାମ ଚନ୍ଦ୍ର ବିଶ୍ୱାଳ, କୋରାପୁଟ କୃଷି ଜିଲ୍ଲା ଅଧିକାରୀ ହେମନ୍ତ କୁମାର ପଢ଼ିହାରୀ, ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ବାଳକୃଷ୍ଣ ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ରଚନା, ଡିବେଟ୍ ଓ କୁଇଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା ପରିଚାଳନା କରିଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *