ଦିଗହରା ଜୟପୁର ପୌରାଞ୍ଚଳ, ଆବଶ୍ୟକ ଏକ ସଂପୂର୍ଣ୍ଣ ଓ ନିର୍ଦିଷ୍ଟ ପୌରଧିକାରୀ।

Spread the love

ଦିଗହରା ଜୟପୁର ପୌରାଞ୍ଚଳ, ଆବଶ୍ୟକ ଏକ ସଂପୂର୍ଣ୍ଣ ଓ ନିର୍ଦିଷ୍ଟ ପୌରଧିକାରୀ।

* ମହାତ୍ମା ଗାନ୍ଧୀ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ବିଶୃଙ୍ଖଳିତ ହୋଇଛି।

ଜୟପୁର :ଅଲଡ଼ା ହେଲାଣି ଜୟପୁର ପୌରପାଳିକାର କର୍ଯ୍ୟନିତି କୌଣସି କାର୍ଯ୍ୟ ସଠିକ ଢଙ୍ଗରେ କାର୍ଯ୍ୟକାରୀ ନହେବା ହେତୁ ପ୍ରଶ୍ନବାଚୀ ଉଠିଲାଣି ପୌର ଅଧିକାରୀଙ୍କ ପ୍ରତି। ଏଠି ସମସ୍ୟା ମାଳ ମାଳ କାମ ଦୁର୍ବଳ ନୀତି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜୟପୁର ପୌର ପରିଷଦ ଦାୟିତ୍ଵ ରେ ଥିବା ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟ ତପ୍ତରତା ପ୍ରତି ପ୍ରଶ୍ନ ଉଠିଲାଣି। ଦୁଇ ମାସ ପୂର୍ବେ ଆରମ୍ଭ ହୋଇଥିବା ମହାତ୍ମା ଗାନ୍ଧୀ ରୋଡ୍ ସମ୍ପ୍ରସାରଣ କାର୍ଯ୍ୟ ଏବେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଅଛି | ରାସ୍ତାର ସମ୍ପ୍ରସାରଣ ପାଇଁ ଘର ଏବଂ ଦୋକାନ ହଟାଇବାରେ ଦେଖାଯାଇଥିବା କଠୋରତା … ଅପରେସନରେ ଦେଖାଯାଇ ନଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି।
ପୂର୍ବ କାର୍ଯନିର୍ବାହୀ ଅଧିକାରୀ ଜଣେ ଦକ୍ଷ ଅଧିକାରୀ ଭାବେ ନିଜର କର୍ମ ତପ୍ତରତା ଦେଖାଇ ଜୟପୁର ପୌର ପରିଷଦ ର ଅନେକଗୁଡ଼ିଏ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଥିବାରୁ ଆଜି ଜୟପୁର ର ବହୁତ ବିକାଶ ହୋଇଛି। ବର୍ତ୍ତମାନ ସମୟରେ ଜୟପୂରର ବିକାଶ କାର୍ଯ୍ୟ ନୀତିରେ ରେ ପରିବର୍ତ୍ତନ ହୋଇଯାଇଛି। ସହର ସାରା ଅଳିଆ ଗଦାକୁ, ଧୁଳି ଦୂଷିତ ହୋଇ ସର୍ବ ସାଧାରଣଙ୍କ ଘରଦ୍ୱାରରେ ପଶିବା ହେତୁ ଜନତା ହନ୍ତସନ୍ତ ହେଲେଣି। ଏପରି ସ୍ଥିତିରେ କେନ୍ଦ୍ର ସରକାରଙ୍କ ସ୍ଵଚ୍ଛତା ଅଭିଯାନ ଜୟପୂର ପୌରପାଳିକା ରେ ଠପ୍ ହେଲାଭଳି ଲାଗୁଛି। ଜୟପୁର ସର୍ବ ସାଧାରଣଙ୍କ ଆଶା ଥିଲା ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଦାୟିତ୍ୱ ନେଲାପରେ ସହରର ସ୍ଵଚ୍ଛତା ସହ ବିଭିନ୍ନ କ୍ଷେତ୍ରରେ ବିକାଶ ହେବ। କିନ୍ତୁ ଗତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟ ଶୈଳୀ ଏବଂ ବର୍ତ୍ତମାନ ଦାୟିତ୍ବ ରେ ଥିବା ଅଧିକାରୀଙ୍କ ମଧ୍ୟରେ ସମ୍ପୂର୍ଣ ଭିନ୍ନତା ଦେଖାଯାଇଛି। ଜଣେ ଅଧିକାରୀ ଚାରୋଟି କାର୍ଯ୍ୟାଳୟ ର ଦାୟିତ୍ୱରେ ରହିଥିବା ହେତୁ କୌଣସି କାର୍ଯ୍ୟ ସଠିକ୍ ହେଉନଥିବା ଅନୁଭବ କରୁଛନ୍ତି ଜୟପୁର ପୌରାଞ୍ଚଳବାସୀ।

ସହରର ବିକାଶ ଏବଂ ସ୍ବଚ୍ଛତା କୁ ନେଇ ଖବରକାଗଜରେ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ଚୁପ୍ ରହିଛି ଜୟପୂର ପୈାର ପ୍ରଶାସନ। ଏଭଳି ସ୍ଥିତିର ଯେଉଁ ଠିକାଦାରଙ୍କୁ ସ୍ବଚ୍ଛତା ର ଦାୟିତ୍ୱ ଦିଆଯାଇଛି ଉକ୍ତ ସଂସ୍ଥାରେ ନିୟୋଜିତ ଥିବା ସ୍ୱେଚ୍ଛା କର୍ମି ମାନେ ଦିନେ ଆସିଲେ ଦୁଇ ଦିନ ପଡିଆ ରହୁଥିବା ଦେଖାଯାଇଛି।କେନ୍ଦ୍ର ସରକାରଙ୍କ ସ୍ଵଚ୍ଛତା ଅଭିଯାନ ଜରିଆରେ ଜୟପୂର ପୌରପାଳିକା କୁ ସ୍ଵଚ୍ଛତା ରଖିବା ପାଇଁଁ କୋଟି କୋଟି ଟଙ୍କାର ଅର୍ଥ ଯୋଗାଇଦେଉଛନ୍ତି। କିନ୍ତୁ ଏଠି ଫଳ ଶୂନ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଜୟପୂର ପୌର ପ୍ରଶାସନ ସରକାରଙ୍କ ଅର୍ଥ କୁ ହରି ଲୁଟ୍ କରି ଖାଉଥିବା କହିଛନ୍ତି ଜୟପୁର ସର୍ବ ସାଧାରଣ। ଦରକାର ପଢ଼ିଲେ ଆସନ୍ତା ଦିନରେ ସରକାର ଙ୍କ ଅର୍ଥର ସମ୍ପୂର୍ଣ୍ଣ ହିସାବ ମଗାଯିବ ବୋଲି କହିଛନ୍ତି ପୌରାଞ୍ଚଳବାସୀ। ତେବେ ଏହି ଖବର ପ୍ରସାରିତ ହେବା ପରେ ଆଗକୁ ଜୟପୁର ପୌର ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *