ସହିଦ ମାଧେସିଂହ ହାତଖର୍ଚ୍ଚ ଯୋଜନା: ଲାଭ ପାଇବେ କୋରାପୁଟର ୧୦,୫୪୮ ଛାତ୍ରଛାତ୍ରୀ

Spread the love

ସହିଦ ମାଧେସିଂହ ହାତଖର୍ଚ୍ଚ ଯୋଜନା: ଲାଭ ପାଇବେ କୋରାପୁଟର ୧୦,୫୪୮ ଛାତ୍ରଛାତ୍ରୀକୋରାପୁଟ: ରବିବାର ଆଦିବାସୀ ମେଳା ଉଦ୍‌ଘାଟନ ଅବସରରେ ସହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୋଜନାରେ ନ‌ବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଉଥିୁବା ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ବର୍ଷକୁ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହି କ୍ରମରେ କୋରାପୁଟ ଜିଲ୍ଲାରେ ନ‌ବମରେ ୭୧୯୨ ଓ ଏକାଦଶ ଶ୍ରେଣୀରେ ୩୩୫୬ଜଣ ଛାତ୍ରଛାତ୍ରୀ ଏହି ଯୋଜନା‌ରେ ସାମିଲ କରାଯାଇଥିବା କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି।

କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ନ‌ବମ ୩୬୪ ଓ ଏକାଦଶ ଶ୍ରେଣୀରେ ୨୭୩ ଜଣ ଏହି ପ୍ରତ୍ସାହନ ରାଶି ପାଇବେ। ସେହିପରି ବୈପାରୀଗୁଡାରେ ନ‌ବମ ୪୯୪ ଓ ଏକାଦଶ ଶ୍ରେଣୀରେ ୯୩, ବୋରିଗୁମ୍ମାରେ ୭୪୮ ଓ ୧୦୨, ଦଶମନ୍ତପୁର ୩୦୯ ଓ ୨୧୬, ଜୟପୁରରେ ୭୫୩ ଓ ୩୬୫, କୋରାପୁଟରେ ୫୪୪ ଓ ୫୧୭, ‌‌କୋଟପାଡ଼ରେ ୭୧୮ ଓ ୨୪୧, କୁନ୍ଦ୍ରାରେ ୬୧୪ ଓ ୨୭୧, ଲମତାପୁଟରେ ୩୫୩ ଓ ୪୦, ଲକ୍ଷ୍ମୀପୁରରେ ୫୦୦ ଓ ୩୯୪, ନନ୍ଦପୁରରେ ୬୩୭ ଓ ୧୭୬, ନାରାୟଣପାଟଣାରେ ୩୮୨ ଓ ୬୮, ପଟ୍ଟାଙ୍ଗୀରେ ୩୯୯ ଓ ୧୨୯ ଓ ସେମିଳିଗୁଡାରେ ୩୭୭ ଓ ୪୭୧ଜଣ ଏହି ପ୍ରତ୍ସାହନ ରାଶି ପାଇବେ ବୋପଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ। ଏଥି ମଧ୍ୟରୁ କିଛି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପ୍ରତ୍ସାହନ ରାଶି ଆସିବା ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବା ସହିତ ଡ୍ରପ ଆଉଟ୍ ହାର କମିବାରେ ଏହି ଯୋଜନା ସହାୟକ ହେବ । ତେବେ ନାମଲେଖା ପରେ ବିଦ୍ୟାଳୟରେ ନିୟମିତ ଉପସ୍ଥାନ ରଖୁଥିଲେ ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ଭି.କୀର୍ତ୍ତି ୱାସନ୍ କହିଛନ୍ତି ।

ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ନ‌ବମ ୩୬୪ ଓ ଏକାଦଶ ଶ୍ରେଣୀରେ ୨୭୩ ଜଣ ଏହି ପ୍ରତ୍ସାହନ ରାଶି ପାଇବେ। ସେହିପରି ବୈପାରୀଗୁଡାରେ ନ‌ବମ ୪୯୪ ଓ ଏକାଦଶ ଶ୍ରେଣୀରେ ୯୩, ବୋରିଗୁମ୍ମାରେ ୭୪୮ ଓ ୧୦୨, ଦଶମନ୍ତପୁର ୩୦୯ ଓ ୨୧୬, ଜୟପୁରରେ ୭୫୩ ଓ ୩୬୫, କୋରାପୁଟରେ ୫୪୪ ଓ ୫୧୭, ‌‌କୋଟପାଡ଼ରେ ୭୧୮ ଓ ୨୪୧, କୁନ୍ଦ୍ରାରେ ୬୧୪ ଓ ୨୭୧, ଲମତାପୁଟରେ ୩୫୩ ଓ ୪୦, ଲକ୍ଷ୍ମୀପୁରରେ ୫୦୦ ଓ ୩୯୪, ନନ୍ଦପୁରରେ ୬୩୭ ଓ ୧୭୬, ନାରାୟଣପାଟଣାରେ ୩୮୨ ଓ ୬୮, ପଟ୍ଟାଙ୍ଗୀରେ ୩୯୯ ଓ ୧୨୯ ଓ ସେମିଳିଗୁଡାରେ ୩୭୭ ଓ ୪୭୧ଜଣ ଏହି ପ୍ରତ୍ସାହନ ରାଶି ପାଇବେ ବୋପଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ। ଏଥି ମଧ୍ୟରୁ କିଛି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପ୍ରତ୍ସାହନ ରାଶି ଆସିବା ଆରମ୍ଭ ହୋଇଥିବା ସୂଚନା ମିଳିଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *