ନୁଆଗୁଡ଼ା ଗ୍ରାମ ରେ ମହାଦେବ ଙ୍କ ଆଗମନ

Spread the love

ନୁଆଗୁଡ଼ା ଗ୍ରାମ ରେ ମହାଦେବ ଙ୍କ ଆଗମନ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ସହର ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରତା ରେ ଥିବା ନୂଆଗୁଡା ଗ୍ରାମରେ ଅଲୌକିକ ମହାଦେବ ଙ୍କୁ ଦେଖିବା ପାଇଁ ନାହିଁ ନଥିବା ଭିଡ ଜମିଛି lବୋରିଗୁମ୍ମl ସହର ଅନ୍ତର୍ଗତ ନୂଆଗୁଡ଼l ଗ୍ରାମରେ ପବିତ୍ର ଅଁଳା ନବମୀ ଅବସର ରେ ମାଟି ତଳୁ ଫୁଟି ବାହାରିଛନ୍ତି ସ୍ଵୟଂ ମହାଦେବ l ସୂଚନା ମୁତାବକ ପ୍ରାୟ ତିନିମାସ ଉର୍ଦ୍ଧ୍ବ ହେବ ଏକ ବିରାଟ ବଟ ବୃକ୍ଷ ପ୍ରାକୃତିକ ବିପର୍ଯ୍ୟୟ ରେ ଉପଡ଼ି ପଡ଼ିଥିଲା l ତେବେ ସ୍ଥାନୀୟ ଅଞ୍ଚଳ ର କିଛି ପିଲା ଅନଲାଇନ ମାଧ୍ୟମରେ ମେଟାଲ ଡିଟେକ୍ଟର ମେସିନ କ୍ରୟ କରିଥିଲେ l ବେଶ୍ କିଛି ମାସ ହେବ ପଡ଼ି ରହିଥିବା ବଟ ବୃକ୍ଷ ତଳେ ଯାଇ ସକାଳେ ସେମାନେ ପହଞ୍ଚିଥିଲେ l ପରବର୍ତ୍ତୀ ସମୟ ରେ ମେସିନ ରେ ହାଇ ଫ୍ରିକ୍ଵଇନ୍ସି ସୁଚନା ପ୍ରଦାନ ପାଇଲେ l ସେହି ସ୍ଥାନରେ ଖୋଲିବା ପରେ ଜାଣିବାକୁ ପାଇଲେ ଏହା ଏକ ଶିବ ଲିଙ୍ଗ ଅଟେ l ତତ୍ କ୍ଷଣାତ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ସୂଚନା ଦିଆଗଲା l ସମସ୍ତ ଙ୍କ ମିଳିତ ଉଦ୍ୟମରେ ଶିବ ଲିଙ୍ଗ ଟିକୁ ଖୋଲାଯାଇଥିଲା ଏଵଂ ପୂଜାର୍ଚ୍ଚନା କରଯାଇଥିଲା l ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିବାରେ ଲାଗିଲା l ପ୍ରଶାସନିକ ସହଯୋଗ ରେ ଯେପରି ତୁରନ୍ତ ମନ୍ଦିର ନିର୍ମାଣ ହେବ ସେ ନେଇ ଗ୍ରାମବାସୀ ପ୍ରତିକ୍ରିୟା ଦେଇଛନ୍ତି l କାର୍ତ୍ତିକ ମାସ ଶେଷ ସୋମବାର ପୂର୍ବରୁ ମହାଦେବ ଙ୍କ ଆଗମନ ରେ ଖୁସୀ ପ୍ରକାଶ କରିଛନ୍ତି ଗ୍ରାମବାସୀ l

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *