ସିଟି ଇଂଲିଶ ମିଡିୟମ ସ୍କୁଲର ଦଶମ ବାର୍ଷିକ କ୍ରୀଡା ଉତ୍ସବର ଶୁଭାରମ୍ଭ l

Spread the love

ସିଟି ଇଂଲିଶ ମିଡିୟମ ସ୍କୁଲର ଦଶମ ବାର୍ଷିକ କ୍ରୀଡା ଉତ୍ସବର ଶୁଭାରମ୍ଭ lଜୟପୁର ସିଟି ଇଂଲିଶ ମିଡିୟମ ସ୍କୁଲର ଦଶମ ବାର୍ଷିକ କ୍ରୀଡା ଉତ୍ସବର ଶୁଭାରମ୍ଭ ଆଜି ହୋଇଥିଲା । ସ୍କୁଲର ପ୍ରନ୍ସିପାଲ ସୁଧାକର ପଟ୍ଟନାୟକଙ୍କ ନେତୃତ୍ୱରେ ବିଦ୍ୟାର୍ଥିମାନେ ହନୁମାନ ମନ୍ଦିରରୁ ପୂଜାର୍ଚନା ପରେ ମଶାଲ ଶୋଭାଯାତ୍ରାରେ ନଗର ପରିକ୍ରମା କରି ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠାନର ସଭାପତି ବିରେଶ ପଟ୍ଟନାୟକଙ୍କୁ ମଶାଲ ହସ୍ତାନ୍ତର କଲା ପରେ ସେ ଆନୁଷ୍ଠାନିକ ଭାବେ ଖେଳ ଉତ୍ସବର ଶୁଭାରମ୍ଭ ଘୋଷଣା କରିଥିଲେ । ବାର୍ଷିକ କ୍ରୀଡା ଉତ୍ସବର ପ୍ରଥମ ଦିବସରେ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଯାଏଁ ଅଧ୍ୟୟନରତ ଉଭୟ ଛାତ୍ର ଏବଂ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଦୌଡ଼ ଏବଂ ଦୌଡ଼ି ଡିଆଁ ଆଦି ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ସ୍କୁଲ ପରିଚଳନା କମିଟି ପ୍ରତିଷ୍ଠାତା ସଭ୍ୟ ଶଶୀ ପଟ୍ଟନାୟକ ଏବଂ ଆରୁଗୁଲା ଶ୍ରୀନିବାସ ରାଓ ପୁରୁସ୍କୃତ କରିଥିଲେ । ଆଜିର ଏହି ପ୍ରତିଯୋଗୀତାକୁ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲା ବେଳେ ପି. ଶ୍ରୀନିବାସ ରାଜୁଙ୍କ ସମେତ ସ୍କୁଲର ବରିଷ୍ଟ ଶିକ୍ଷକ ପ୍ରତାପ ପଟ୍ଟନାୟକ ବିଶେଷ ଭାବେ ସହଯୋଗ କରିଥିଲେ। ଆଗାମୀ କାଲିର ଉଦଯାପନୀ ଦିବସରେ ଅନ୍ୟ ସମସ୍ତ ପ୍ରତିଯୋଗୀତା ଅନୁଷ୍ଠିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଅନୁଷ୍ଠିତ ପ୍ରତିଯୋଗୀତାରେ କୃତୀ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରୁ ପବିତ୍ର, ଅନୀଶ, ବିଘ୍ନେଶ, ୟଶୱନ୍ତ, ବିନ୍ଦୁମାଧବ, ସ୍ୱାଧୀନ, ମୋନିକା, ପ୍ରତ୍ୟୁଷା, ନିହାରିକା, ଶବନମ, ପରବିନ, ହାସିନୀ ଏବଂ ୟୋଷିତାଶ୍ରୀ ଅନ୍ୟତମ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *