ସ୍ୱେଚ୍ଚାସେବୀ ଅନୁଷ୍ଠାନ ‘ସିୱା’ ତାର ୨୮ତମ ସ୍ଥାପନା ଦିବସ।

Spread the love

ସ୍ୱେଚ୍ଚାସେବୀ ଅନୁଷ୍ଠାନ ‘ସିୱା’ ତାର ୨୮ତମ ସ୍ଥାପନା ଦିବସ।ଜୟପୁର:ସ୍ୱେଚ୍ଚାସେବୀ ଅନୁଷ୍ଠାନ ‘ସିୱା’ ତାର ୨୭ତମ ସ୍ଥାପନା ଦିବସକୁ ଗତକାଲି ସଂଧ୍ୟାରେ ସ୍ଥାନୀୟ ଜଗନ୍ନାଥ ସାଗର ପାର୍କ ପରିସରରେ ପାଳନ କରିଥିଲା। ଅନୁଷ୍ଠାନର ସଭାପତି ଶ୍ରୀ ସୁଧାକର ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶ୍ରୀ ଅଜୟ ମିଶ୍ରଙ୍କ ସ୍ୱାଗତ ସମ୍ବୋଧନ ସହ ପ୍ରାରମ୍ଭ ହୋଇଥିବା ବେଳେ ଜୟପୁର ସହରର ଲୋକପ୍ରିୟ ସମାଜସେବୀ ଶ୍ରୀ କାର୍ତ୍ତିକ ରାଉତ ଅକାଳ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା। ପରେ ପରେ ସଂପାଦକ ଶ୍ରୀ ସୌମ୍ୟରଂଜନ ଦଳେଇ ଗତ ବର୍ଷ ଅନୁଷ୍ଠାନର ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଉପସ୍ଥାପିତ କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀ ରଞ୍ଜିତ ନାୟକ ବାର୍ଷିକ ଆୟ ବ୍ୟୟର ହିସାବ ଦେଇଥିଲେ। ଏଥି ସହିତ ସିୱା ଅନୁଷ୍ଠାନରେ ନବାଗତ ଦୁଈ ଜଣ ସଭ୍ୟ, ଶ୍ରୀ ରଘୁନାଥ ପାଣିଗ୍ରାହୀ ଏବଂ ଶ୍ରୀ ସୁଭ୍ରଂଶୁ ଅଧିକାରୀଙ୍କୁ ସଭାପତିଙ୍କ ଦ୍ୱାରା ଶପଥ ପାଠ କରାଇ ସ୍ୱାଗତ କରାଯାଇଥିଲା। ଅନୁଷ୍ଠାନର ବରିଷ୍ଠ ସଭ୍ୟ ଶ୍ରୀ ଜି.ଭି ରେଡ୍ଡୀ ଏକ ଆଦର୍ଶ ସମାଜ ଗଠନ ଦିଗରେ ବିଶେଷକରି ଯୁବ ପିଢ଼ିକୁ ଆଧ୍ୟାତ୍ମିକ ଚେତନା ସମୃଦ୍ଧ ହେବା ଲାଗି ନିଜର ବଳିଷ୍ଠ ଯୁକ୍ତି ଉପସ୍ଥାପିତ କରି ସିୱା ଅନୁଷ୍ଠାନ ଦ୍ୱାରା ପରିଚାଳିତ ଆଧ୍ୟାତ୍ମିକ ପାଠଶାଳାରେ ଅଂଶ ଗ୍ରହଣ କରିବା ଲାଗି ଆହ୍ୱାନ କରିଥିଲେ।
ଏତଦ୍ ବିତିତ, ସିୱା ପରିବାରର କନ୍ୟା ସୁଶ୍ରୀ ସମର୍ପିତା ପାଣିଗ୍ରାହୀଙ୍କୁ ସାହିତ୍ୟ କ୍ଷେତ୍ରରେ ସ୍ୱଅର୍ଜିତ ବିଶେଷକୃତିକୁ ପ୍ରଶଂସାପୂର୍ବକ ତାଙ୍କୁ ମଂଚକୁ ଡ଼ାକି ପ୍ରୋତ୍ସାହିତ କରାଯାଇଥିଲା। ଆଉ ତା ସହିତ ବିଗତ ବର୍ଷରେ ସିୱା ଦ୍ୱାରା ସମ୍ପାଦିତ ବିବିଧ କାର୍ଯ୍ୟ ସବୁରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ କେ. ମୋହନ ରାଓ ଏବଂ ଶ୍ରୀ କେ.କ୍ରଷ୍ଣା ରାଓଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା।
ଶେଷରେ ଅନୁଷ୍ଠାନ ପ୍ରତିଷ୍ଟାତା ସଭ୍ୟ ଶ୍ରୀ ପ୍ରତାପ ପଟ୍ଟନାୟକଙ୍କ ଦ୍ୱାରା ସ୍ୱନକ୍ଷତ୍ର ଦିବସ ଅବସରରେ ମିଷ୍ଟାନ୍ନ ବଣ୍ଟନ କରି ସଭା ସାଙ୍ଗ କରି ଗୀତ ସଙ୍ଗୀତର ଆସର ଆରମ୍ଭ ହୋଇଥିଲା। ସୁନାମଧନ୍ୟ କଣ୍ଠଶୀଳ୍ପୀ ଶ୍ରୀ ସନାତନ ପୁରୋହିତ ଦାସଙ୍କ ସହ ଉଦୟମାନ ତାରକା ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶନୀ ପଣ୍ଡା ନୂଆ ପୁରୁଣା ଓଡ଼ିଆ ହୀନ୍ଦି ଗୀତ ପରିବେଷଣ କରି ଦର୍ଶକମାନଙ୍କ ଶୀତ ହଜେଇ ଦେଇ ରାତିର ବିଳମ୍ବିତ ପ୍ରହର ଯାଏଁ ଝୁମିବାକୁ ଏକ ରକମ ବାଧ୍ୟ କରିଥିଲେ ଆଉ ସିୱା ପରିବାରର ସମସ୍ତ ସଭ୍ୟ ସେଇ ଦୁଇ କଳାକାରଙ୍କୁ ପ୍ରସଂଶା ଆଉ ଆଶ୍ରବାଦରେ ଭିଜେଇ ଦେଇଥିଲେ।
ଆଶାତୀତ ସଫଳତାର ସହ ସମ୍ପନ୍ନ ହୋଇଥିବା ଏଇ ବାର୍ଷିକ ଉତ୍ସବରେ ଅନ୍ୟମାନଙ୍କମଧ୍ୟରେ ଅନୁଷ୍ଠାନର ଉପ ସଭାପତି ଶ୍ରୀ ବିଶ୍ୱଜିତ ମିଶ୍ର, ସହ ସଂପାଦକ ଶ୍ରୀ ଗୋପାଳ ସାହୁଙ୍କ ସମେତ ସର୍ବଶ୍ରୀ ପ୍ରଦୀପ୍ତ ସାହୁ, କୃଷ୍ଣ ଚ଼ନ୍ଦ୍ର ଦାସ, ଦୀପକ ଷଡ଼ଙ୍ଗୀ, ଆନନ୍ଦ ମୁନ୍ଦ୍ରା, ରମେଶ ସାହୁ, ଫଣିଭୂଷଣ ତୀଓ୍ୱାରୀ, ବିନାୟକ ମହାପାତ୍ର, ମୁନ୍ନା ଚୌଧୁରୀ, ରମେଶ ପଟ୍ଟନାୟକ, ରବିନ୍ଦ୍ରନାଥ ସାହୁ, ବିଜୟ ମହାପାତ୍ର, ଶଶୀ ପଟ୍ଟନାୟକ, ନିରଞ୍ଜନ ପାଣିଗ୍ରାହୀ, ପିଲୁ ଦାଶ ଏବଂ ମୂରଲୀ ପଟ୍ଟନାୟକ ପ୍ରମୂଖ ସପରିବାର ଉପସ୍ଥିତ ଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *