ଜୟପୁର ଠାରେ ପରବ ପାଇଁ ପ୍ରସ୍ତୁତି ବୈଠକ

Spread the love

ଜୟପୁର ଠାରେ ପରବ ପାଇଁ ପ୍ରସ୍ତୁତି ବୈଠକ
ଜୟପୁର-୧୧.୧୧.୨୦୨୪ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ପରବ ନିମନ୍ତେ ଜୟପୁର ସଦର ମହକୁମା ଠାରେ ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ଆଜି ଉପଜିଲାପାଳ କୁମାରୀ ଅକବରମ ସସ୍ୟା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଉପାଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ଗୀତ ପ୍ରତିଯୋଗିତା, ମଞ୍ଚ ନାଟକ, କ୍ରୀଡ଼ା ପ୍ରତିଯୋଗିତା ଓ କଳା ପ୍ରତିଯୋଗିତା ବିଷୟରେ ଅଲୋଚନଅ କରଯାଇଥିଲା । ବିଭିନ୍ନ ବ୍ଲକ ସ୍ତରରୁ କୃତୀ ପ୍ରତିଯୋଗୀଙ୍କ ମଧ୍ୟରେ ସଙ୍ଗୀତ ପ୍ରତିଯୋଗିତା ଟାଉନ ହଲ ଜୟପୁର ଠାରେ ୩.୧୨.୨୦୨୪ ଠାରୁ ୫.୧୨.୨୦୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ସେହି ପରି ଜିଲ୍ଲା ସ୍ତରୀୟ ଚାରୁ ଓ କଳା ପ୍ରତିଯୋଗିତା ୬.୧୨.୨୦୨୪ ତାରିଖ ଦିନ ୧୦ ଘଟିକା ସମୟରେ ଆରମ୍ଭ ହେବ ଓ ସମସ୍ତ କଳା ପ୍ରଦର୍ଶନୀ ୦୯.୧୨.୨୦୨୪ ତାରିଖ ଦିନ ଚାରୁ ଓ କଳା ମହାବିଦ୍ୟାଳୟ, ଜୟପୁର ଠାରେ ହେବ । ଚଳିତ ବର୍ଷ ମଞ୍ଚ ନାଟକ ଜୟପୁର ଗୀତାଞ୍ଜଳି ମଣ୍ଡପ ଠାରେ ଅନୁଷ୍ଟିତ ହେବ ୦୩.୧୨.୨୦୨୪ ତାରିଖ ଦିନ ଉଦଘାଠନ ହେବ ଓ ଶେଷ ଦିନରେ ଅଥାର୍ଥ ୦୮.୧୨.୨୦୨୪ ତାରିଖ ଦିନ ପୁରସ୍କାର ବିତରଣ ଓ ଶେଷ ନାଟକ ପ୍ରଦର୍ଶନ ହେବ ଏବଂ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନ ୨୯.୧୨.୨୦୨୪ ତାରିଖ ଦିନ ହେବ କୋଟପାଡ ଠାରେ ଫୁଟବଲ ମ୍ୟାଚ ହେବ 100mtr 200mtr 400mtr ଓ 800mtr long jump high jump ସାମୁହିକ କ୍ରୀଡ଼ା ଓ ବ୍ୟାଡ ମିନ୍ଟନ, ସନ୍ତରଣ, ଚେସ ପର୍ବତ ଅରହଣ, କୁସ୍ତି, ସ୍କେଟିଂ ଇତ୍ୟାଦି ମ୍ୟାଚ ଯେ କୌଣସି ବ୍ୟକ୍ତି ବିଶେଷ ଭାଗ ନେଇ ପାରିବେ । ଆଜିର ଏହି ବୈଠକରେ ବ୍ୟୟ ଆୟର ମଧ୍ୟ ଅଲୋଚନା ହୋଇ ଥିଲା ।
ଏହି ବୈଠକରେ ଅନ୍ୟାନ୍ୟ ମାନକ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, ଜିଲ୍ଲା ସାଂସ୍କୃତିକ ଅଧିକାରୀ ପ୍ରୀତିସୁଦ୍ଧା ଜେନା, ଜ୍ଞାନଜିତ ତ୍ରିପାଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦ। ଗାଦବା, ସଭାପତ୍ୟ କଳା ଓ କଳାକାର ମନୋଜ କୁମାର ପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ଚାରୁ ଓ କଲା ମହାବିଦ୍ୟାଳୟର ଅଧ୍ୟକ୍ଷ ୟୁଧୀଷ୍ଟେର ମଲ୍ଲିକ, ସମସ୍ତ କଳାକାର ଓ ସମବଡିକ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *