ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ତଦନ୍ତ ନେଇ ପରିବାର ଲୋକଙ୍କ ଡିଆଇଜିଙ୍କ ଦ୍ବାରସ୍ଥ l

Spread the love

ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ତଦନ୍ତ ନେଇ ପରିବାର ଲୋକଙ୍କ ଡିଆଇଜିଙ୍କ ଦ୍ବାରସ୍ଥକୋରାପୁଟ: ଗତ ୩ତାରିଖ ଦିନ ସେମିଳିଗୁଡା ଥାନା ଅର୍ନ୍ତଗତ ବେହେରାଗୁଡ଼ା ଗାଁରେ ଗର୍ଭବତୀ ମହିଳା ରଚନା ସାହୁଙ୍କର ଅସ୍ବାଭାବିକ ପରିସ୍ଥିତିରେ ମୃତ୍ୟୁ ନେଇ ପରିବାର ଲୋକେ ଏସ୍‌ପି ଓ ଡିଆଜିଙ୍କ ଦ୍ବାରସ୍ଥ ହୋଇଛନ୍ତି। ପରିବାର ଲୋକେ ମହିଳାଙ୍କ ମୃତ୍ୟୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ମୃତ୍ୟୁକୁ ନେଇ ପରିବାରବର୍ଗ ସଂଦେହ ପ୍ରକାଶ କରିବା ସହ ସ୍ବାମୀଙ୍କ ସହ ଏକାଧିକ ପରିବାର ସଦସ୍ୟ ମିଳିତ ଭାବେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ସେମିଳିଗୁଡା ଥାନା ପୁଲିସ ମୃତ ରଚନାଙ୍କ ସ୍ବାମୀ ଅନିଲ କୁମାର ସାହୁଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଛି।
ତେବେ ଏହି ମାମଲାରେ ଅନ୍ୟ ପରିବାରବର୍ଗର ସମ୍ପୃକ୍ତିକୁ ନେଇ ମୃତ ରଚନାଙ୍କ ବାପା, ମା ଓ ଅନ୍ୟ ପରିବାରବର୍ଗ ସଂଦେହ ପ୍ରକାଶ କରିଥିଲେ। ଏ ନେଇ ସେମିଳିଗୁଡା ଥାନା ଅଧିକାରୀଙ୍କୁ ଅଭିଯୋଗ କରିବାରେ ସେ ଓଲଟି ଅସଦବ୍ୟବହାର କରିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏହି ମାମଲାକୁ ନେଇ ଲକ୍ଷ୍ମୀପୁରରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତିକ୍ରମେ ସର୍ବଦଳୀୟ ପ୍ରତିନିଧି ଦଳ ପରିବାରବର୍ଗକୁ ନେଇ ଡିଆଇଜି ନିତୀ ଶେଖର, ଓ ଏସପି ରୋହିତ ବର୍ମାଙ୍କୁ ଭେଟି ଉଚ୍ଚସ୍ତରୀୟ ପୁନଃ ତଦନ୍ତ କରିବାକୁ ଦାବି କରିଛନ୍ତି।

ଆଜି ପରିବାରବର୍ଗକୁ ନେଇ ଜିଲ୍ଲାପରିଷଦ ଅଧ୍ୟକ୍ଷା, ପୂର୍ବତନ ସାଂସଦ ଏସପିଓ ଡିଆଇଜିଙ୍କୁ ଭେଟି ଅଭିଯୋଗ କରିଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଏହି ଘଟଣାର ପୁନଃତଦନ୍ତର ଭାର ଦିଆଯିବ, ଉକ୍ତ ଅଧିକାରୀଙ୍କ ରିପୋର୍ଟକୁ ନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଆଇଜି ନିତୀ ଶେଖର କହିଛନ୍ତି। ସେତେବେଳର ଅଭିଯୋଗକୁ ଭିତ୍ତିକରି ମୃତକାଙ୍କ ସ୍ବାମୀକୁ ସେମିଳିଗୁଡା ପୁଲିସ ଗିରଫ କରିଛିବୋଲି ଡିଆଇଜି କହିଛନ୍ତି।
ତେବେ ମାମଲାର ତଦନ୍ତ ଏବଂ ପୁଲିସ ଅଧିକାରୀଙ୍କ ବ୍ୟବହାରର ଭାଇରାଲ ଭିଡିଓକୁ ନେଇ ଧିରେ ଧିରେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ପୁଲିସ ପ୍ରଶସାନ ସଠିକ ତଥ୍ୟ ଲୋକଲୋଚନକୁ ନ ‌ଆଣିଲେ ଆଗାମୀ ଦିନରେ ସର୍ବଦଳୀୟ ଆନ୍ଦୋଳନର ଚେତାବନୀ ନେତାମାନେ ଦେଇଛନ୍ତି। ସେହିପରି କିଛି ଶାନ୍ତିଶୃଙ୍ଖଳା ପରିସ୍ଥିତି ଉପୁଜିବା ପୂର୍ବରୁ ପୁଲିସ ଓ ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେବା ଆବଶ୍ୟକ‌ ବୋଲି କହିଛନ୍ତି ଲକ୍ଷ୍ମୀପୁର ବିଧାୟକ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *