ବୈପାରିଗୁଡ଼ା ବ୍ଲକ ପାଇଁ ଗୌରବ ଆଣିଲେ ହୀରାମଣି l

ବୈପାରିଗୁଡ଼ା ବ୍ଲକ ପାଇଁ ଗୌରବ ଆଣିଲେ ହୀରାମଣିବୈପାରିଗୁଡ଼ା : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ପାଇଁ ଗୌରବ ଆଣିଛନ୍ତି ଆଦିବାସୀ ଯୁବତୀ ହୀରାମଣି ମାଝୀ। ଭୁବନେଶ୍ଵରର ରମାଦେବୀ ବିଶ୍ଵବିଦ୍ୟାଳୟରେ ଆୟୋଜିତ ଟ୍ରାଇବାଲ ଗ୍ଲୋବାଲ ଫେଷ୍ଟ୍ରେ କମାଲ ଦେଖାଇଛନ୍ତି ରାମଗିରି ପଞ୍ଚାୟତର ନୂଆଗୁଡ଼ା ଗ୍ରାମର ଆଦିବାସୀ ଯୁବତୀ ହୀରାମଣି ମାଝୀ । ଗତ ଜାନୁଆରି ୧୧ ତାରିଖରେ ଆୟୋଜିତ ଟ୍ରାଇବାଲ୍ ଗ୍ଲୋବାଲ ଫେଷ୍ଟ୍ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆଦିବାସୀ ଯୁବତୀମାନଙ୍କ ମଧ୍ୟରେ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରୁ ୩୦ ଜଣ ରୋମଣୀ ଅଂଶଗ୍ରହଣ କରିଥିଲେ । ଦ୍ବିତୀୟ ରାଉଣ୍ଡକୁ ୮ ଜଣ ସୁନ୍ଦରୀ ଯୁବତୀଙ୍କୁ ଚୟନ କରାଯାଇଥିଲା । ଶେଷ ରାଉଣ୍ଡରେ ହୀରାମଣି ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ | ହୀରାମଣି ଆଦିବାସୀ ପରଜା ସମ୍ପ୍ରଦାୟର ଯୁବତୀ ଅଟନ୍ତି | ସେ ପାରମ୍ପରିକ ରୀତିନୀତି ଓ ସଂସ୍କୃତିକୁ ଭୁବନେଶ୍ବରରେ ପରିବେଷଣ କରି କୋରାପୁଟ ଜିଲ୍ଲା ତଥା ବୈପାରିଗୁଡ଼ା ପାଇଁ ଗୌରବ ଆଣିଛନ୍ତି। ଏଭଳି ସଫଳତା ପରେ ହୀରାମଣିଙ୍କୁ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି। ଏହି କ୍ଷେତ୍ରରେ
ସ୍ଥାନୀୟ ସମ୍ପ୍ରଦାୟ କର୍ମୀ , ଜଣେ ସମାଜ ସେବୀ ମମତା ବେହେରା ଅନେକ ଲୋକ ଆଦିବାସୀ ଲୋକଙ୍କୁ ବିଶେଷ ସମର୍ଥନ ଏବଂ ଉତ୍ସାହ ପ୍ରଦାନ କରନ୍ତି।

Leave a Reply

Your email address will not be published. Required fields are marked *