କୋରାପୁଟର ଆଦିବାସୀ ସଂସ୍କୃତି, ପରମ୍ପରା ବିଭବଶାଳୀ: ଜିଲ୍ଲାପାଳ l

Spread the love

କୋରାପୁଟର ଆଦିବାସୀ ସଂସ୍କୃତି, ପରମ୍ପରା ବିଭବଶାଳୀ: ଜିଲ୍ଲାପାଳକୋରାପୁଟ: କୋରାପୁଟ ଜ଼ିଲ୍ଲାର ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ପାଇଁ ଆରମ୍ଭ କରାଯାଇଥିବା ଡଙ୍ଗର ଉତ୍ସବ ଆଜି ପାରମ୍ପରିକ ନୃତ୍ୟ ଗୀତ ସହ ପାଳିତ ହୋଇଛିl ୧୯୯୫ରେ ଆରମ୍ଭ କରାଯାଇଥିବା ଡ଼ଙ୍ଗର ଉତ୍ସବକୁ ପରବର୍ତୀ ବର୍ଷ ପରବ ନାମରେ ନାମିତ କରାଯାଇ ଏକ ବିଶାଳ ରୂପ ଦିଆଯାଇଥିବା ବେଳେ ଡ଼ଙ୍ଗର ଉତ୍ସବର ମୂଳ ଉଦ୍ଦେଶ୍ୟକୁ ବଞ୍ଚାଇ ରଖିବା ପାଇଁ କୋରାପୁଟ ଆସିବାସୀ ସଂଗ୍ରହାଳୟ, ଇଣ୍ଟାକ ଓ ଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଦିବାସୀ ସଂଗ୍ରହାଳୟରେ ପାଳନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଡ.ପିସି ମହାପାତ୍ରଙ୍କ ଅଧ୍ୟକ୍ଷତାରେ କୋରାପୁଟ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋରାପୁଟ ଜ଼ିଲ୍ଲାର କଳା ସଂସ୍କୃତି ପରମ୍ପରା କୁ ଆଗେଇ ନେବା ପାଇଁ ୧୯୯୫ ମସିହାରେ ଆରମ୍ଭ କରାଯାଇଥିବା ଡ଼ଙ୍ଗର ଉତ୍ସବ ପାହଡ଼ ଓ ଜଙ୍ଗଲରେ ବସବାସ କରୁଥିବା ଲୋକ ବିଶେଷ କରି ଆଦିବାସୀମାନଙ୍କ ସାଂସ୍କୃତିକ ବିଭବକୁ ନେଇ କୋରାପୁଟକୁ ଏକ ନୂତନ ପରିଚୟ ଦେଇଛି ବୋଲି ମତ ରଖିଛନ୍ତି। କୋରାପୁଟ ଅଂଚଳର ସାଂସ୍କୃତିକ ବିଭବ ଅତୁଳନୀୟ ଓ ଜିଲ୍ଲା ପ୍ରଶାସନ ଏହି ଦିଗରେ କାର୍ଯ୍ୟ କରିବା ପାଇଁ ଜିଲ୍ଲା ମ୍ୟୁଜିଅମ ପ୍ରତିଷ୍ଠା କରିବା ଭଳି ବିଭିନ୍ନ ପଦକ୍ଷେପ ନେଇଥିବା ଶ୍ରୀ ଭାସନ ସୂଚନା ଦେଇଥିଲେ।
ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡ଼ଙ୍ଗର ଅଞ୍ଚଳର ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ପାଳିତ ହୋଇଆସୁଛି ବୋଲି ଆଦିବାସୀ ସଂଗ୍ରହାଳୟ ର ନିର୍ଦେଶକ ଡ : ଜଗବନ୍ଧୁ ସାମଲ ଜଣାଇଛନ୍ତି।
ଆଦିବାସୀ ଜୀବନ ଧାରାରେ ନୃତ୍ୟ ସଂଗୀତ, ଜାନି ଯାତ୍ରା ସହିତ ଖାଦ୍ୟ ଶସ୍ୟ ଅଙ୍ଗାଙ୍ଗି ଭାବେ ଜଡିତ। ପ୍ରକୃତି ସହ ମେଳ ରଖି ବଞ୍ଚୁଥିବା ଆଦିବାସୀଙ୍କ ପାଇଁ ପାରମ୍ପରିକ ବିହନ ଓ ଚାଷ ପ୍ରଣାଳୀ ର ସଂରକ୍ଷଣ ର ଆବଶ୍ୟକତା ରହିଥିବା ଯୋଗୁଁ ଡ଼ଙ୍ଗର ସମାବେଶ ଭଳି ଉତ୍ସବ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ଅଛି ବୋଲି ପରଜା ସମ୍ପ୍ରଦାୟର ଅଗ୍ରଣୀ ସଦସ୍ୟ ମଦନ କିରସାନି କହିଥିଲେ।
ଭାଷା ଓ ସଂସ୍କୃତି ମଧ୍ୟରେ ସମ୍ପର୍କ ରହିଥିବା ଯୋଗୁଁ ପ୍ରାଥମିକ ଶିକ୍ଷା ରେ ଆଦିବାସୀଙ୍କ ମାତୃଭାଷାକୂ ଶିକ୍ଷାଦାନ ର ମାଧ୍ୟମ କରାଯିବା ଆବଶ୍ୟକ ବୋଲି କହିଛନ୍ତି କୋରାପୁଟ ର ବରିଷ୍ଠ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀକାନ୍ତ ଜାନି।
ଗୋଟିଏ ଦିନ ର ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦିବାସୀ ନୃତ୍ୟ, ସଂଗୀତ ଓ ସଂସ୍କୃତି ସମ୍ପର୍କରେ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା କରାଯାଇଥିଲା। ପାରମ୍ପରିକ ବିହନ ସଂରକ୍ଷଣ ଦିଗରେ ଅଭୁତପୂର୍ବ କାର୍ଯ୍ୟ ସମ୍ପାଦନ କରି ଭାରତ ବର୍ଷର ବିଭିନ୍ନ ପ୍ରତିଷ୍ଠିତ ମଞ୍ଚରେ ସମ୍ମାନୀତ ହୋଇଥିବା ଜୟପୁର ର ଅଷ୍ଟମ ଶ୍ରେଣୀ ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ ଙ୍କ ସହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ବିଶେଷ ଆକର୍ଷଣ ରହିଥିଲା। କଥାରେ କଥାରେ ହର୍ଷିତା ବିହନ ସଂରକ୍ଷଣର ଆବଶ୍ୟକତା, ପ୍ରକ୍ରିୟା ଓ ପିଲାଙ୍କ ଭୂମିକା ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ। ମଂଚକୁ ଡ.ପ୍ରିତିଧାରା ସାମଲ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା ବରିଷ୍ଠ ସାମ୍ବାଦିକ ସିଏଚ୍ ସାନ୍ତାକାର କରିଥିବା ବେଳେ ଇନଟାକ, ଆଦିବାସୀ ସଂଗ୍ରହଳାୟ, ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭ୍ୟ ମାନେ ସହଯୋଗ କରିଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *