ନକ୍ସଲ ପ୍ରବଣ ଶିବିରରୁ ୨୦ ୟୁନିଟ୍‌ ରକ୍ତ ସଂଗୃହୀତ।

Spread the love

ନକ୍ସଲ ପ୍ରବଣ ଶିବିରରୁ ୨୦ ୟୁନିଟ୍‌ ରକ୍ତ ସଂଗୃହୀତ।

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଦୁର୍ଗମ ନକ୍ସଲ ପ୍ରବଣ କର୍ତ୍ତନପାଲୀ ଗ୍ରାମରେ ସମ୍ବାଦ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତିରଂଜନ ଶୁଭ ଉଦଘାଟନ କରିଥିଲେ। ଶିବିରରେ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
କର୍ତ୍ତନପାଲୀ ଅଂଚଳଟି ସଂପୂର୍ଣ୍ଣ ମାଓ ପ୍ରବଣ ଥିବା ବେଳେ ଏଠାରେ ରକ୍ତଦାନ କରି ଏକ ସୁସ୍ଥ ବାତାବରଣ ତିଆରି କରାଯାଇଛି। ଲୋକେ ନକ୍ସଲ ଭୟରେ ରହିଥିଲେ ମଧ୍ୟ ସମାଜସେବା କ୍ଷେତ୍ରରେ ମଧ୍ୟ ଆଗେଇ ଆସିଥିଲେ। ଏହି ରକ୍ତଦାନ ଶିବିରରେ ରକ୍ତଦାତାମାନେ ହେଲେ ସୁମନ୍ତ କୁମାର ନାୟକ, ସୁଶାନ୍ତ କୁମାର ନାୟକ, ଧନ ଭୁମିଆ, ବଣ୍ଡୁ କୋଲାର, କୃଷ୍ଣ ପୁଟିଆ, ମୁକୁନ୍ଦ ଭୁମିଆ, ତ୍ରିନାଥ କମାର, ରୁଦ୍ର ପ୍ରସାଦ ସ୍ବାଇଁ, ପି.ଅଞ୍ଜେନାୟେଲୁ, ରବି ନାରାୟଣ ସାହୁ, ଟି.ସଂକେଶ କୁମାର, ରାଜେଶ କୁମାର ଚୌଧୁରୀ, ଡମ୍ବରୁ ଭୁମିଆ, ସନ୍ୟାସୀ ମୁଦୁଲି, ଗୁପ୍ତେଶ୍ବର ମାଝି, କୈଳାଶ ଚନ୍ଦ୍ର ମାଝି, ସଂଦୀପ କୁମାର ବିଶ୍ବାଳ, ରବୀନ୍ଦ୍ର ଭୁମିଆ, ଦେବେନ୍ଦ୍ର ମାଝି, ମନ ଭୁମିଆ।
ଏହି କାର୍ଯ୍ୟକ୍ରମକୁ ମାଥିଲି ବ୍ଲକ ସଂଯୋଜକ ବିକ୍ରମ କେଶରୀ ପାତ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଛା, ମିନାକ୍ଷୀ ପ୍ରୋଜେକ୍ଟର ଜେନେରାଲ ମ୍ୟାନେଜର ବିରଞ୍ଚି ନାରାୟଣ ଶତପଥି, କୁନୁ ବିଶ୍ବାଳ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଯ୍ୟଧନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *