ତାରାଗାଁରେ ଜିଲ୍ଲାସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

Spread the love

ତାରାଗାଁରେ ଜିଲ୍ଲାସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

ନବରଙ୍ଗପୁର : ରିଖ ଶୁକ୍ରବାର ଦିନ ନୋଡାଲ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ତାରାଗାଁ ରେ ଜିଲ୍ଲାସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ଓ ଏହି ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ କରକମଳରେ ଉଦଘାଟନ ହୋଇଯାଇଛି ଓ ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସଭାପତିତ୍ୱ କରିଛନ୍ତି ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ରେଶମଲାଲ ନାୟକ ମୁଖ୍ୟ ବକ୍ତା ଭାବରେ ମଞ୍ଚାସୀନ ହୋଇଛନ୍ତି ଓ ଶିବଶଙ୍କର ସାମଲ ମଞ୍ଚ ପରିଚାଳନା କରିଥିଲେ ଓ ଉକ୍ତ ପ୍ରଦର୍ଶନୀ ରେ ଜିଲ୍ଲାର ସମସ୍ତ ବ୍ଲକରୁ ୭ ଟି ବିଭାଗର ସର୍ବମୋଟ ୬୦ ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଛି ଓ ଇ -ବର୍ଜ୍ୟ ବସ୍ତୁ ପରିଚାଳନା ବିଭାଗରେ ଜୁଶ୍ରୀ ପୁଷ୍ପ ସରକାରୀ ନୋଡାଲ ପାନାବେଡା ଉଚ୍ଚ ବିଦ୍ୟାଳୟ, ଚନ୍ଦାହାଣ୍ଡି, ଶକ୍ତି ସରଂକ୍ଷଣ ବିଭାଗରେରେ ସୁଶାନ୍ତ ଶବରିଆ, ସରକାରୀ ଉଚ୍ଚ ବିଦ୍ୟାଳୟ ଡ଼ଙ୍ଗରଭେଜା, ବର୍ଜ୍ୟ ବସ୍ତୁ ପରିଚାଳନା ବିଭାଗରେ ପ୍ରିୟାଂଶୀ ସାମଲ ଓଡିଶା ଆଦର୍ଶ ବିଦ୍ୟାଳୟ, – ଉମରକୋଟ, ସଂରକ୍ଷଣ ଜଳ ବିଭାଗରେ ସାଇନା ମଙ୍ଗଳମ ସରକାରୀ ଉଚ୍ଚ ବିଦ୍ୟାଳୟ ଏସ ଭି ଏମ ଏମ, ଉମରକୋଟ, ସୁସ୍ଥ ଜୀବନ ଶୈଳୀ ବିଭାଗରେ କୌଶଲ୍ୟ ହରିଜନ ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଳିଡଙ୍ଗରି, ରାଇଘର, ଗ୍ଧସଭଶକ୍ଷର କଂଗ୍ଧରୟ ପ୍ଲାଷ୍ଟିକର ସମ୍ବରଣ ବିଭାଗରେ ଯୁବରାଜ ପାତ୍ର ସରକାରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ହାଟଭରଣ୍ଡୀ ରାଇଘର, ଧାରଣୀୟ ଖାଦ୍ୟ ବ୍ୟବସ୍ଥା ବିଭାଗରେ ଭୁବନ ଦଣ୍ଡପାଟ, ଡଇଠି ମାଝୀଗୁଡା ପ୍ରଥମ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଜାତୀୟ ସ୍ତରରେ = ପୁରସ୍କୃତ ହୋଇଥିବା କୃଷିଭିତିକ ବିଜ୍ଞାନ ପ୍ରକଳ୍ପ ର କୁନି ବୈଜ୍ଞାନିକ ବସନ୍ତ ଚାଣ୍ଡାଲ୍ ଓ – ଗାଇଡ଼ ଶିକ୍ଷକ ବଦ୍ରି ନାରାୟଣ ବିଶ୍ଵାଳ ଙ୍କୁ ପୁରସ୍କୃତ କରାଯାଇଥିଲା ଓଏଥି ସହିତ ସୁପର – ୧୦୦ କାର୍ଯ୍ୟକ୍ରମର ଦ୍ଵିତୀୟ ଅଭିମୁଖୀ ଶିବିର ର ଉଦ‌ଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ ଜିଲ୍ଲାପାଳ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ସହ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ ଓ ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ଦୀପ ପଣ୍ଡା ତଥା ବିଦ୍ୟାଳୟ ର ସମସ୍ତ ସହକର୍ମୀ, ଜ୍ୟୋତି ରଞ୍ଜନ ନାୟକ, । ପ୍ରକାଶ ରଞ୍ଜନ ମୁଦୁଲି, ବାଳକୃଷ୍ଣ ଦାସ, ନଳିନୀକାନ୍ତ ପାତ୍ର, ଦେବାଶିଷ ପଟ୍ଟନାୟକ, ଅମ୍ଳାନ ଦାସ, ବାବୁରାମ ସାହୁ ସହଯୋଗ କରିଥିଲେ ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *