ଭୂଇଁରୁ ଉଠିପାରୁନି ବଙ୍ଗଳାଗୁଡା ବ୍ରିଜ, ଅଢ଼େଇ ବର୍ଷ ପରେ ବି ଅସ୍ଥାୟୀ ପୋଲ ଭରସା l

Spread the love

ଭୂଇଁରୁ ଉଠିପାରୁନି ବଙ୍ଗଳାଗୁଡା ବ୍ରିଜ, ଅଢ଼େଇ ବର୍ଷ ପରେ ବି ଅସ୍ଥାୟୀ ପୋଲ ଭରସା l

କୋରାପୁଟ: ୩୨୬ ନଂ ଜାତୀୟ ରାଜପଥର କୋରାପୁଟ-ରାୟଗଡ଼ା ରାସ୍ତାରେ ଥିବା ବଙ୍ଗଳାଗୁଡ଼ା ପୋଲ ୨୦୨୨ ବର୍ଷାରେ ଦବି ଯାଇଥିଲା। ବହୁ ପୁରୁଣା ଏହି ବ୍ରିଜ୍ ଦବି ଯିବା ପରେ ୩୨୬ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଠପ୍ ହୋଇ ପଡିଥିଲା।ଗତ ଅଗଷ୍ଟମାସରେ ପାଇଲ୍ ଟେଷ୍ଟିଂ କରାଯାଇଥିଲା। ଏହାର ୫ମାସ ପରେ ଏବେ ପାଇଲ୍ କାମ ଆରମ୍ଭ ହୋଇଛି। କେନ୍ଦ୍ରସରକାରଙ୍କ ସଡକ ଓ ପରିବହନ ବିଭାଗ ଏଥି ପାଇଁ ୮କୋଟି ୨୦ଲକ୍ଷର ଅନୁଦାନ ଦେଇଛନ୍ତି। ତେବେ ଅଢ଼େଇ ବର୍ଷ ପରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇପାରିନି।
ପ୍ରକାଶଯୋଗ୍ୟ, ଗତ ୨୦୨୨ମସିହାରେ ହୋଇଥିବା ପ୍ରବଳ ବର୍ଷାରେ କୋରାପୁଟ ବ୍ଲକରେ ତଥା ୩୨୬ ନଂ ଜାତୀୟ ରାଜପଥର କୋରାପୁଟ-ରାୟଗଡ଼ା ରାସ୍ତାରେ ଥିବା ବଙ୍ଗଳାଗୁଡ଼ା ପୋଲ ଦବି ଯାଇଥିଲା। ବହୁ ପୁରୁଣା ବ୍ରିଜ୍ ଦବି ଯିବା ପରେ ୩୨୬ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଠପ୍ ହୋଇ ପଡିଥିଲା। କିଛି ଦିନ କାକିରିଗୁମ୍ମାରୁ ଦାମନଯୋଡ଼ି-ସେମିଳିଗୁଡା- ସୁନାବେତା ଦେଇ କୋରାପୁଟ ଓ ଜୟପୁରକୁ ଗାଡ଼ି ଚଳାଚଳ କରିଥିଲା। ପରବର୍ତ୍ତୀ ସମୟରେ କୋରାପୁଟ ବ୍ଲକର ବ୍ଲକର ମସ୍ତିପୁଟ ଛକରୁ ଦଶମନ୍ତପୁର ବ୍ଲକର ଏ.ମାଲକାନଗିରି ଦେଇ ପୋଡାଗଡ଼କୁ ସଂଯୋଗ ହୋଇଥିବା ବ୍ଲକର ମସ୍ତିପୁଟ ଛକରୁ ଦଶମନ୍ତପୁର ସଂଯୋଗ ହୋଇଥିବା ଗ୍ରାମାଞ୍ଚଳ ରାସ୍ତାକୁ ଯାତାୟାତ ପାଇଁ ବିକଳ୍ପ ଭାବେ ବାଛିଥିଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ।
୮କୋଟି ୨୦ଲକ୍ଷରେ ୩୫ମିଟର ଲମ୍ବା ଓ ୧୬ମିଟର ଓସାର ବା ଚଉଡ଼ା ବିଶିଷ୍ଟ ହାଇଲେଭଲ ବ୍ରିଜ୍ ନିର୍ମାଣ ହେବ ବୋଲି ଏନଏଚ୍ ପକ୍ଷରୁ ସୂଚନା ମିଳିଛି। ଧାର୍ଯ୍ୟ ସମୟସୀମା ବି ସରିଗଲାଣି। ଅପରପକ୍ଷରେ ନିଜେ ଜିଲ୍ଲାପାଳ ଭି.କୀର୍ତ୍ତିୱାସନ୍ ଏହାର କାମର ସମୀକ୍ଷା କରି ଆସୁଛନ୍ତି। ତା ପରେ ବି ଠିକା ସଂସ୍ଥା ଢ଼ିଲା ମାରି ଧିରେ ସୁସ୍ଥେ କାମ କରୁଥିବା ଦେଖିବାକୁ ମିଳିଛି। ସାମାନ୍ୟ ବର୍ଷା ହେବା ମାତ୍ରକେ ଯାତ୍ରୀ ମାନଙ୍କ ଚିନ୍ତା ବଢ଼ିଯାଉଛି। କେତେବେଳେ ବାଇପାସ୍ ରାସ୍ତା ଧୋଇଯିବକି ଚିନ୍ତାରେ ପଢ଼ୁଛନ୍ତି। ବାଇପାସ ଧୋଇଗଲେ ମୁଖ୍ୟ ରାସ୍ତା ବଦଳରେ କୋରାପୁଟ ଓ ଦଶମନ୍ତପୁର ବ୍ଲକର ଗ୍ରାମାଞ୍ଚଳ ରାସ୍ତା ଦେଇ ୨୫ କିମି ବୁଲି ରାଜପଥକୁ ବାହାରିବାକୁ ପଡୁଥିବାରୁ ଯାତ୍ରୀ ମହଲରେ ବଢୁଛି ଅସନ୍ତୋଷ । ୩୨୬ ନଂ ଜାତୀୟ ରାଜପଥ ଉପରେ ଅବିଭକ୍ତ କୋରାପୁଟର ୪ ଜିଲ୍ଲା ସମେତ ଗଞ୍ଜାମ, ଗଜପତି, କନ୍ଧମାଳବାସୀ ଯାତାୟାତ ପାଇଁ ନିର୍ଭର କରୁଛନ୍ତି। ଅଂଚଳର ଅତ୍ୟନ୍ତ ଜରୁରୀ ଏବଂ ମୁଖ୍ୟ ରାସ୍ତା ହୋଇଥିବାରୁ ଏହାର ନିର୍ମାଣ କାମ ତୁରନ୍ତ ସାରିବାକୁ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା , ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ଦାବି କରିଛନ୍ତି। ଧିରେ ସୁସ୍ଥେ କାମ କରୁଥିବା ଠିକା ସଂସ୍ଥାକୁ ହଟାଇ ନୂଆ ଠିକା ସଂସ୍ଥା ଦ୍ବାରା ଶୀଘ୍ର କାମ କରାଯାଉ ବୋଲି କହିଛନ୍ତି ଲକ୍ଷ୍ମୀପୁର ବିଧାୟକ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *