ସ୍ୱର୍ଗ ରଥ ର ଶୁଭାରମ୍ଭ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି l

Spread the love

ସ୍ୱର୍ଗ ରଥ ର ଶୁଭାରମ୍ଭ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି l


କୋଟପାଡ଼ :କୋରାପୁଟ ଜ଼ିଲ୍ଲା କୋଟପାଡ଼ ଠାରେ ଆଜି ସନ୍ଧ୍ୟା ରେ ସ୍ୱର୍ଗ ରଥ ଓ ଡେଡ ବୋଡି ଫ୍ରିଜେର ର ଶୁଭାରମ୍ଭ ହୋଇଯାଇଛି I ଏହି ଅବସର ରେ ମୁଖ୍ୟ ଅତିଥି ଭାବରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଥିବାର ବେଳେ ମୁଖ୍ୟ ବକ୍ତା ଭାବରେ କୋରାପୁଟ ଜ଼ିଲ୍ଲା ପାଳ ଭି କିର୍ତ୍ତୀ ଭାସନ ଯୋଗ ଦେଇଥିଲେ l

ସମ୍ମାନୀୟ ଅତିଥି ଭାବରେ ଜ଼ିଲ୍ଲା ବ୍ୟବ ସାୟ ସଂଘ ର ସଭାପତି ଭି ପ୍ରଭାକର ଯୋଗ ଦେଇ କୋଟପାଡ଼ ବ୍ୟବସାୟ ସଙ୍ଘ କୁ ପଞ୍ଜିକୃତ କଲେ ବ୍ୟବ ସାୟୀ ଙ୍କ ବହୁତ ଉନ୍ନତି ହେବ ଏବଂ କାର୍ଯା ଳୟ କରିବା ପାଇଁ ସୁବିଧା ହେବା ସଙ୍ଗେ ସଙ୍ଗେ ସରକାରୀ ପାଣ୍ଠି ସୁବିଧାରେ ଆସି ପାରିବ ବୋଲି ଶ୍ରୀ ପ୍ରଭାକର ବ୍ୟକ୍ତବ୍ୟ ରଖି ଥିବା ଜଣା ଯାଇଛି. ଜ଼ିଲ୍ଲା ରେ ହେଉଥିବା ବିକାଶ କୁ ନେଇ ଅତିଥି ବ୍ୟକ୍ତବ୍ୟ ପ୍ରଦାନ କରି ଥିଲେ. କୋଟପାଡ଼ ରେ ନ ଥିବା ଏହି ସ୍ଵର୍ଗ ରଥ ଓ ଡେଡ ବୋଡି ଫ୍ରିଜେର ଦାନ କରିଥିବା ବି ସଙ୍କର ରାଓ ଙ୍କୁ ସମସ୍ତେ ଭୁରି ଭୁରି ପ୍ରଂଶସା କରିଥିଲେ. ଅନ୍ୟ ମାନଙ୍କ ମଧ୍ୟ ରେ ଡ଼ା ରଞ୍ଜିତ ଦାସ,. ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ. ଜୟପୁର ବିଡ଼ିଓ ଶକ୍ତି ମହା ପାତ୍ର. ସମାଜ ସେବି ଗଣେଶ ପଣ୍ଡା. ସୁକାନ୍ତ ମିଶ୍ର. ବାଲ୍ୟ ନାୟକ. ଅଜିତ ପାତ୍ର. ସୁଧୀର ଚନ୍ଦ୍ର ମହାନ୍ତି.ବାପୁନ ତ୍ରିପାଠୀ. ଜୟନ୍ତ ପଟନାୟକ, କୋଟପାଡ଼ ବ୍ଲକ ମିଡ଼ିଆ ଆସୋସିଏସନ ସଭା ପତି ଶ୍ରୀ ରଞ୍ଜିତ କୁମାର ପଟ୍ଟନାୟକ, ସତ୍ୟ ସାଇ ସମିତି କର୍ମ କର୍ତ୍ତା ଙ୍କ ସମେତ ସହର ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବାର ଜଣା ଯାଇଛି I

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *