ପାହାଡ଼ରେ କୁହୁଳୁଛି ନିଆଁ: ଦକ୍ଷିଣ ଓଡ଼ିଶାରେ ବନାଗ୍ନି କୋପ

Spread the love

ପାହାଡ଼ରେ କୁହୁଳୁଛି ନିଆଁ: ଦକ୍ଷିଣ ଓଡ଼ିଶାରେ ବନାଗ୍ନି କୋପକୋରାପୁଟ: ଜଙ୍ଗଲ ଜଳୁଛି। ହେଲେ କୋପ ନାହିଁ। ପାହାଡ଼ ଭିତରେ କୁହୁଳି କୁହୁଳି ଗଛ ଲତାକୁ ଜାଳି ପୋଡ଼ି ପାଉଁଶ କରୁଛି। ବଡ଼ ବଡ଼ ଗଛ ଏଥିରୁ ବର୍ତ୍ତି ଯାଇଥିବା ବେଳେ ନଇଁ ପଡ଼ିଥିବା କିମ୍ବା ଭାଙ୍ଗି ଯାଇଥିବା ଗଛ ନିଆଁର ଆଁ ଭିତରକୁ ଚାଲି ଯାଉଛି। କାଠ ଗଣ୍ଡି ନଷ୍ଟ ହୋଇଯାଉଛି। ଏଭଳି ଚିତ୍ର କୋରାପୁଟ ସର୍କଲର ବିଭିନ୍ନ ଜଙ୍ଗଲରେ ଦେଖିବାକୁ ମିଳିଛି। ଜଙ୍ଗଲ ନିଆଁ ଦ୍ୱାରା ବିଶେଷ କ୍ଷତିହେଉ ନ ଥିବା ବନ ବିଭାଗ ଯେତେ କହିଲେ ମଧ୍ୟ ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। କାଳବୈଶାଖୀ ପ୍ରଭାବରେ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର ଜଙ୍ଗଲ ନିଆଁ ହ୍ରାସ ପାଇଥିଲେ ମଧ୍ୟ କୋରାପୁଟ ଜିଲ୍ଲାର ଲମତାପୁଟ, ନନ୍ଦପୁର, ବୈପାରିଗୁଡା ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ସ୍ଥିତି ଅନୁଧ୍ୟାନ କରିବା ସମୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

କେବଳ ଯେ କୋରାପୁଟ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି ତାହା ନୁହେଁ। ଜଙ୍ଗଲ ବାହାରେ ବି ନିଆଁ ଜଳୁଛି। କେଉଁଠି ଲୋକେ ଚାଷ ପାଇଁ ଜମି ପ୍ରସ୍ତୁତ କରିବାକୁ ନିଆଁ ଲଗାଇ ଅନାବନା ଗଛ ଜାଳି ଦେଉଛନ୍ତି ତ ଆଉ କେଉଁଠି ରାସ୍ତା ପାଶ୍ୱର୍ରେ କିଲୋମିଟର ପର୍ଯ୍ୟନ୍ତ ଗଛ ପତ୍ର ଝଡ଼ିଥିବାରୁ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ରମଗିରି ଗ୍ରାମ ପଞ୍ଚାୟତ, ଲମତାପୁଟ ବ୍ଲକର ଆଳଙ୍ଗପଡ଼ା, ନନ୍ଦପୁର ବ୍ଲକର ପତ୍ରପଣ୍ଡି ଅଞ୍ଚଳରେ ଏଭଳି ଦେଖିବାକୁ ମିଳିଛି। ମଧ୍ୟାହ୍ନରେ ଲୋକ ନିଆଁ ଲଗାଉଥିବା ବେଳେ ତାଙ୍କୁ କାରଣ ପଚାରିବାରୁ ଧାନ ଫସଲ କରିବାକୁ ଜମି ପ୍ରସ୍ତୁତ କରୁଥିବା କହିଥିଲେ। ପ୍ରତିବର୍ଷ ସେମାନେ ଏଭଳି ଭାବେ ଚାଷ କରନ୍ତି ବୋଲି ଚାଷୀ ଡମ୍ବରୁ ପାକଳ କହିଛନ୍ତି। ଏହି ନିଆଁ ଦ୍ୱାରା ବ୍ୟାପକ ଅଞ୍ଚଳ ଧୂଆଁମୟ ହୋଇଥିଲେ ମଧ୍ୟ ସେଥିପ୍ରତି କାହାର ନିଘା ନ ଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୬୧ଟି ବଡ଼ ଛୋଟ ବନାଗ୍ନି ମଧ୍ୟରୁ ଅର୍ଦ୍ଧାଧିକ କେବଳ କୋରାପୁଟ ଜିଲ୍ଲାରେ। କୋରାପୁଟ ସମେତ ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ଗଜପତି ଜିଲ୍ଲାରେ ନିଆଁ ଲାଗିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଗକୁ ତାତି ବଢ଼ିବା ସହ ଜଙ୍ଗଲ ନିଆଁ ଆହୁରି ବ୍ୟାପକ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ବ୍ୟାପକ କ୍ଷତି ହେଉଛି। ବନ ବିଭାଗ ତଥ୍ୟ କହୁଛି ୨୦୨୨ରେ ୮,୪୧୪ ହେକ୍ଟର, ୨୦୨୩ରେ ୯,୫୫୦ ହେକ୍ଟର ଓ ୨୦୨୪ରେ ୪,୦୬୭ ହେକ୍ଟର ଜଙ୍ଗଲ ନିଆଁରେ ଜଳିଯାଇଥିଲା। ଚଳିତବର୍ଷ ପ୍ରଥମ ଅଢ଼େଇ ମାସ ଅର୍ଥାତ୍‌ ଜାନୁଆରି ପହିଲାରୁ ମାର୍ଚ୍ଚ ୧୭ ମଧ୍ୟରେ ରାଜ୍ୟରେ ୩,୨୫୩.୧୫ ହେକ୍ଟର ଜଙ୍ଗଲ ବନାଗ୍ନି ଦ୍ବାରା ପ୍ରଭାବିତ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜଙ୍ଗଲ ପ୍ରତି ମାଡ଼ି ଆସୁଥିବା ଏଭଳି ବିପଦର ମୁକାବିଲା ଦିଗରେ ଏବେଠାରୁ ପଦକ୍ଷେପ ନିଆ ନ ଗଲେ ବିପଦ ସୃଷ୍ଟି ହେବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *