ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଫାଇନାଲ ରେ ବି. ଏସ ପଦର ସ୍ପୋର୍ଟିଂ କ୍ଳବ୍ ଏବଂ ଗାନ୍ଧୀ ଯୁବ ପରିଷଦ

Spread the love

ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଫାଇନାଲ ରେ ବି. ଏସ ପଦର ସ୍ପୋର୍ଟିଂ କ୍ଳବ୍ ଏବଂ ଗାନ୍ଧୀ ଯୁବ ପରିଷଦ

ନବରଙ୍ଗପୁର :ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମ୍ ଠାରେ ନବରଙ୍ଗପୂର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଗତ ୭ ଦିନ ଧରି ଆୟୋଜିତ ହେଇ ଆସୁଥିବା ଜିଲ୍ଲାସ୍ତରୀୟ ପନ୍ଦର ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ବି.ଏସ୍ ପଦର ସ୍ପୋର୍ଟିଂ କ୍ଲବ୍ ଏବଂ ଗାନ୍ଧୀ ଯୁବ ପରିଷଦ ମଧ୍ୟରେ ଅନୁଷ୍ଠିତ ହେବ l ସୂଚନା ଯୋଗ୍ୟ ଯେ ଲିଗ୍ ଖେଳ ଆଧାରରେ ଦୁଇଟି ଗ୍ରୁପର ଦୁଇଟି ଦଳ ଫାଇନାଲ କୁ ପହଞ୍ଚି ଥିଲେ। ପ୍ରତ୍ୟେକ ଦଳ ତିନି ତିନୋଟି ମ୍ୟାଚରେ ବିଜୟ ଲାଭ କରିଥିଲେ। ଉକ୍ତ କ୍ରୀଡା ମାଧ୍ୟମରେ ଅନେକ ଯୁବ ଫୁଟବଲ୍ ଖେଳାଳିଙ୍କୁ ଅନ୍ୱେଷଣ କରାଯାଇପାରିଛି ବୋଲି ପ୍ରାକ୍ତନ କ୍ରୀଡାବିତ୍ ଏବଂ କ୍ରୀଡ଼ାପ୍ରେମୀ ମତବ୍ୟକ୍ତ କରିଛନ୍ତି । ଫାଇନାଲ ମ୍ୟାଚ୍ ରେ ସ୍ଥାନୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମେତ ନବରଙ୍ଗପୁର ଜିଲ୍ଲାର ସମସ୍ତ ବିଧାୟକ ଓ ଜିଲ୍ଲା କ୍ରୀଡା ସଂଘର ସଭାପତି ତଥା ଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର ସହ ସଂଘର ଅନ୍ୟ ସମସ୍ତ ସଭ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ଅଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *