ପାରା ଲିଗାଲ ସ୍ବେଛାସେବୀ ଙ୍କ ତାଲିମ ଶିବିର

Spread the love

ପାରା ଲିଗାଲ ସ୍ବେଛାସେବୀ ଙ୍କ ତାଲିମ ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୂଲ୍ୟରେ ଆଜି ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସଭାଗୣହରେ ଜୟପୁର ଠାରେ ରେ କାର୍ଯ୍ୟ ରତ ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟ ଜିଲ୍ଲା ରେ ରହିଥିବା ବିଚ଼ାରଳୟ ବିଭାଗ ଯଥା କୋରାପୁଟ, ଲକ୍ଷ୍ମୀପୁର, ସେମିଲିଗୁଡା, ଦଶମନ୍ତପୁର, ବୋରିଗୁମ୍ମା, ଜୟପୁର, କୋଟପାଡ଼ ସମସ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ତାଲୁକା ଆଇନ ସେବା କମିଟି ମାଧ୍ୟମରେ କାମକରୁଥିବା ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ବିଭିନ୍ନ ପ୍ରକାର ଆଇନ ଗତ ସମସ୍ୟା ସହିତ ତାଙ୍କର ଭୂମିକା କ’ଣ ରହିଛି ଏବଂ ସେମାନେ କିପରି ଜନସାଧାରଣ ମାନଙ୍କ ପାଖକୁ ଆଇନ ଗତ ସହାୟତା ପହଞ୍ଚାଇ ପାରିବେ ଏବଂ ଜଣେ ଅନ୍ୟ ଜଣଙ୍କ ପାଇଁ ସ୍ବେଛାସେବୀ ହିସାବରେ ସାହାଯ୍ୟ କରିବେ। ତାହା ବାବଦରେ ତାଲିମ ପ୍ରଦାନ କରାଯାଇଥିଲା। ତା ବ୍ୟତୀତ ଭାରତୀୟ ସମ୍ଭିଧାନ ରେ ରହିଥିବା କିଛି ଆଇନ ଉପରେ ଆଲୋଚନା କରାଯାଇଥିଲା ଯଥା: ଜୀବନ ଧରଣର ଅଧିକାର, ପ୍ରାଥମିକ ଶିକ୍ଷା ଅଧିକାର, ଏଫ୍. ଆଇ. ଆର୍, ଗିରଫ ସମ୍ପର୍କିତ, ବାଲ୍ୟ ବିବାହ, ପ୍ରାକ୍ ମକଦ୍ଦମା, ଶିଶୁ ଶ୍ରମିକ, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଇନ ସମ୍ପର୍କିତ ବିଷୟରେ ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀ ପ୍ରଦୀପ କୁମାର ମହନ୍ତ କହିଥିଲେ। ଅନ୍ୟ ଅତିଥି ତଥା ତାଲିମ ପରାମର୍ଶ ଦାତ୍ତାଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚ଼ାରପତି ଶ୍ରୀ ସୁମନ ଜେନା, ଡେପୁଟି ଲିଗାଲ ଏଡ୍ ଡିଫେନ୍ସ କାଉନସେଲ ଶ୍ରୀ କେ. ଦିବାକର ରାଓ ଏବଂ ଶ୍ରୀ ହରିଶ୍ଚନ୍ଦ୍ର ମୁଦୁଲି ଏବଂ ସମ୍ମୁଖ କାର୍ଯ୍ୟାଳୟ ରିଟେନର୍ ତଥା ଆଇନଜୀବୀ ଶ୍ରୀ ଦିବାକର ଗୈାଡ଼ ଯୋଗ ଦେଇ ଉପସ୍ଥିତ ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ବିଭିନ୍ନ ଆଇନ ବିଷୟରେ ତାଲିମ ପ୍ରଦାନ କରିଥିଲେ। ତାଲିମ ଶିବିର ଟିକୁ ପରିଚାଳନା କରିଥିଲେ ଶ୍ରୀ ଦେବେନ୍ଦର କହଁର।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *