ଇଞ୍ଜେକ୍ସନ୍‌  ମୃତ୍ୟୁ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତନାଘନା, ୩ଦିନ ପରେ ମିଳିବ ତଦନ୍ତ ରିପୋର୍ଟ

Spread the love

ଇଞ୍ଜେକ୍ସନ୍‌  ମୃତ୍ୟୁ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତନାଘନା, ୩ଦିନ ପରେ ମିଳିବ ତଦନ୍ତ ରିପୋର୍ଟ



କୋରାପୁଟ: କୋରାପୁଟ ବଡ଼ ଡାକ୍ତରଖାନାରେ ଇଞ୍ଜେକ୍ସନ୍‌ ନେଇ ୬ ଜଣଙ୍କ ମୃତ୍ୟୁ ଘଟଣାର ୨୪ଘଣ୍ଟା ପରେ ବି ସ୍ପଷ୍ଟ ଉତ୍ତର ମିଳିଲାନି। ରୋଗୀଙ୍କୁ ଭୁଲ ଇଞ୍ଜେକ୍ସନ୍‌ ଦିଆଯାଇଥିଲା ନା ଚିକିତ୍ସାରେ କୌଣସି ତ୍ରୁଟି ହୋଇଥିଲା, ଏମିତି ପ୍ରଶ୍ନ ମନରେ ଉଙ୍କି ମାରୁଛି। ଆଜି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ଡାକ୍ତରଖାନାରେ ପହଞ୍ଚି ଏ ସଂକ୍ରାନ୍ତରେ ତନାଘନା କରିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ଅଭାବକୁ ମନ୍ତ୍ରୀ ସ୍ବୀକାର କରିଛନ୍ତି। ଏ ପରିପ୍ରେକ୍ଷୀରେ ମୃତକଙ୍କ ପରିବାରବର୍ଗଙ୍କୁ ୨୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି କରିଛି କଂଗ୍ରେସ। କୋରାପୁଟ ପ୍ରେସ୍‌ କ୍ଲବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳ ନେତା ତଥା ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଓ ନେତୃବୃନ୍ଦ ଏହି ଦାବି କରିଛନ୍ତି।
ଆଜି ବଡ଼ଡାକ୍ତରଖାନରେ ମନ୍ତ୍ରୀ ପହଞ୍ଚି ୱାର୍ଡ ବୁଲି ରୋଗୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ତଦନ୍ତ ନିମନ୍ତେ ସରକାର ନିୟୋଜିତ କରିଥିବା ଟିମ୍‌, ବଡ଼ଡାକ୍ତରଖାନା ଅଧୀକ୍ଷକ ତଥା ଡିନ୍‌, କୋରାପୁଟ ଓ କୋଟପାଡ଼ ବିଧାୟକ, ଜିଲ୍ଲାପାଳଙ୍କ ସହ ଆଲୋଚନା କରି ରୋଗୀ ମୃତ୍ୟୁର କାରଣ ଖୋଜିଥିଲେ। ମନ୍ତ୍ରୀ କହିଛନ୍ତି, ୬ରୋଗୀଙ୍କ ମୃତ୍ୟୁ ହେବା ଉଦ୍‌ବେଗର ବିଷୟ। ୫ଜଣିଆ ବିଶେଷଜ୍ଞ ଟିମ୍‌ ସବୁ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରିବେ। ୩ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।

୩ଦିନ ପରେ ମିଳିବ ତଦନ୍ତ ରିପୋର୍ଟ
କ୍ଷତିପୂରଣ ଦାବି କଲା କଂଗ୍ରେସ ବିଧାୟକ-ପୂର୍ବତନ ବିଧାୟକ ଧସ୍ତାଧସ୍ତି
ମୃତକଙ୍କ ମଧ୍ୟରେ ଜଣେ କ୍ୟାନ୍‌ସର ରୋଗୀ, ଦୁଇ ଜଣ ଛୁରାମାଡ଼ ଯୋଗୁଁ ଆସିଥିଲେ, ଦୁଇ ଜଣ ଦୁର୍ଘଟଣାରେ ଆହତ ହୋଇଥିଲେ ଏବଂ ଜଣଙ୍କର ଅନ୍ତନଳୀରେ ସମସ୍ୟା ରହିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ବିଶେଷଜ୍ଞଙ୍କ ଯାଞ୍ଚରୁ ଯାହା ନିଷ୍କର୍ଷ ବାହାରିବ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଯଦି କୌଣସି ପ୍ରକାର ତ୍ରୁଟି କିମ୍ବା ଅବହେଳାର ପ୍ରମାଣ ମିଳିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମେଡିକାଲ କଲେଜଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଅଭାବ ରହିଛି। ଜୁଲାଇ ମାସ ସୁଦ୍ଧା ଡାକ୍ତର ନିଯୁକ୍ତି ନିମନ୍ତେ ବ୍ୟବସ୍ଥା କରାଯାଉଛି। ଏଠାରେ ପିଜି ପାଠ୍ୟକ୍ରମ, ସୁପର ସ୍ପେସାଲାଇଜେସନ୍‌, ପୁରୁଷ ଛାତ୍ରାବାସ ଖୋଲିବାର ଆବଶ୍ୟକତା ରହିଛି। ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସରଙ୍କୁ ଏଠାରେ ରହିବାର ବ୍ୟବସ୍ଥା କରାଯିବ। ଯଦି ନ ରହିବେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ଗତକାଲି ରାତିରୁ ବ୍ରହ୍ମପୁର ଏବଂ କଟକରୁ ଆସିଥିବା ୫ଜଣିଆ ବିଶେଷଜ୍ଞ ଟିମ୍‌ ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ଟିମ୍‌ରେ ବ୍ରହ୍ମପୁର ମେଡିକାଲ କଲେଜର ଭେଷଜ ପ୍ରଫେସର ଡା. ସଚ୍ଚିଦାନନ୍ଦ ନାୟକ, ନି‌ଶ୍ଚେତକ ବିଶେଷଜ୍ଞ ଡା. ହରେକୃଷ୍ଣ ଦଳେଇ, ସର୍ଜରି ବିଶେଷଜ୍ଞ ଡା. ଆଇ. ଗୋପାଳ, କଟକ ବଡ଼ଡାକ୍ତରଖାନାର ସର୍ଜରି ପ୍ରଫେସର ହରେକୃଷ୍ଣ ମାଝୀ ଓ ଆସୋସିଏଟ୍ ପ୍ରଫେସର ଡା. ବି.ସ୍ବାଗତ ସୁବୁଦ୍ଧି ଅଛନ୍ତି। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତଦନ୍ତ ଟିମ୍‌ର ରିପୋର୍ଟକୁ ସାରା ରାଜ୍ୟ ଅପେକ୍ଷା କରିଛି। ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଇଞ୍ଜେକ୍ସନ୍‌ ଦିଆଯିବା ପରେ ସର୍ଜରି ଆଇସିୟୁରେ ଚିକିତ୍ସିତ ହେଉଥିବା ସେମିଳିଗୁଡ଼ା ଅଞ୍ଚଳର ସୁପ୍ରା ମାଝୀ (୪୫), ବୋରିଗୁମ୍ମା ଅଞ୍ଚଳର ଋକ୍ମିଣୀ ପେଣ୍ଠିଆ (୪୭), କଳାହାଣ୍ଡିର  ଫୁଲମତି ମାଝୀ, ଜଗନ୍ନାଥ ପୂଜାରୀ, ସାଧାରଣ ସର୍ଜରି ୱାର୍ଡରେ ଚିକିତ୍ସିତ ହେଉଥିବା ଭଗବାନ ପରିଜା ଓ ବଟି ଖରାଙ୍କ କିଛି ଘଣ୍ଟା ବ୍ୟବଧାନରେ ମୃତ୍ୟୁ ହୋଇଥିଲା।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *