ଉମରକୋଟ ର ଦାସିଆ ସାଂସ୍କୃତିକ ପରିଷଦକୁ ” ପ୍ରକୃତି ମିତ୍ର ୨୦୨୫” ପୁରସ୍କାର

ଉମରକୋଟ ର ଦାସିଆ ସାଂସ୍କୃତିକ ପରିଷଦକୁ ” ପ୍ରକୃତି ମିତ୍ର ୨୦୨୫” ପୁରସ୍କାର



ଉମରକୋଟ: ଭୁବନେଶ୍ୱରର ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଓଡିଶାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦାସିଆ ସାଂସ୍କୃତିକ ପରିଷଦକୁ ପ୍ରକୃତି ମିତ୍ର ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି l ପରିଷଦର ସଭାପତି ଶ୍ରୀ ଟୁଟୁବାବୁ ପଟ୍ଟନାୟକଙ୍କୁ ପରିବେଶ ମନ୍ତ୍ରୀ ପ୍ରମାଣ ପତ୍ର ଓ ପ୍ରୋସ୍ତାହନ ରାଶି ପ୍ରଦାନ କରିଥିଲେ l ଏହି ଅବସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l ଉପସ୍ଥିତି ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଙ୍ଗଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ବୃକ୍ଷ ରୋପଣ, ଜଙ୍ଗଲ ଓ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହ ଜନ ସଚେତନତା ସୃଷ୍ଟି କରିଥିବାରୁ ପରିଷଦକୁ ଏହି ସମ୍ମାନ ଜନକ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି l

Leave a Reply

Your email address will not be published. Required fields are marked *