ସିପିଆଇ ବୈପାରିଗୁଡା ଆଞ୍ଚଳିକ କମିଟିର ବାର୍ଷିକ ସମ୍ମିଳନୀ
କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡା ସଦର ମହକୁମାସ୍ଥିତ ସହୀଦ୍ ଲକ୍ଷ୍ମଣ ନାୟକ ପଡି ଆ ପ୍ରାଙ୍ଗଣରେ ଆଞ୍ଚଳିକ କମିଟିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବୟୋଜ୍ୟେଷ୍ଠ କମ୍ୟୁନିଷ୍ଟ ନେତା ନରସିଂହ କମାର ଲାଲ୍ ପତାକା ଉତ୍ତୋଳନ କରିବା ପରେ ତାଙ୍କରି ସଭାପତ୍ସବରେ ସଭା ଆରମ୍ଭ ହୋଇଥିଲା । ପୂର୍ବାହ୍ନ:୧୧ ଘଟିକାରେ ଆରମ୍ଭ ହୋଇଥିବା ସମ୍ମିଳନୀକୁ ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି ଉଦଘାଟନ କରି ଆୟୋଜିତ ସମ୍ମିଳନୀରେ ଉଦବୋଧନ ଦେଇଥିଲେ I ସେ କହିଛନ୍ତି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତା’ର ଶତବାର୍ଷିକୀ ବର୍ଷ ପାଳନ କରୁଛି ଏବଂ ଏହି ଅଞ୍ଚଳରେ ଜମି, ଜଳ, ଜଙ୍ଗଲର ଅଧିକାର ପାଇଁ ତଥା ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ସବୁବେଳେ ଲଢେଇ କରି
ଆସୁଛି । ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ସମାଧାନ ପାଇଁ ଆହୁରି ଜୋରଦାର ଆନ୍ଦୋଳନ କରିବା ପାଇଁ ହେବ ଶାଖାସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ I ଦେଇଛନ୍ତି I ଆଗାମୀ ଦିନରେ ପାର୍ଟିକୁ ସଂଗଠିତ କରିବା ପାଇଁ ଏକ ପନ୍ଦର ଜଣିଆ କମିଟି ଗଠିତ ହୋଇଛି ଜୋନ୍ ସମ୍ପାଦକ ଭାବେ ବଳିଭଦ୍ର ଭୋଇ, ସହ ସମ୍ପାଦକ ଭାବେ ସୋମନାଥ ହନ୍ତାଳ ଓ ରାମ ଖିଲ ମନୋନୀତ ହୋଇଛନ୍ତିଛ ଜିଲ୍ଲା ସମ୍ପାଦକ ଯୁଧୁଷ୍ଠିର ରାଉଳ ଆଗାମୀ ପଞ୍ଚାୟତ ର୍ନିବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ଶାଖା କମିଟି ମାନଙ୍କୁ ନିବେଦନ କରିଛନ୍ତି I ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରାମକୃଷ୍ଣ ଦାସ, ବୁଦ୍ରା ବଡନାୟକ, ଧନ ଗୋଲରୀ, ଡମ୍ବରୁ ଗୋଲରୀ, ରୀ, ଲୈଛନ ମୁଦୁଲି ପ୍ରମୁଖ
Leave a Reply