ପୁରୁଷ କ୍ୟାଡରଙ୍କ ଶୋଷଣରୁ ବର୍ତ୍ତିବା ପାଇଁ ସଂଗଠନ ଛାଡୁଛନ୍ତି ମହିଳା ମାଓବାଦୀ!

Spread the love

ପୁରୁଷ କ୍ୟାଡରଙ୍କ ଶୋଷଣରୁ ବର୍ତ୍ତିବା ପାଇଁ ସଂଗଠନ ଛାଡୁଛନ୍ତି ମହିଳା ମାଓବାଦୀ!

ମାଲକାନଗିରି: ଗତ ଦୁଇ ବର୍ଷ ହେଲା ମାଲକାନଗିରି ତଥା ସୀମାନ୍ତ ଛତିଶଗଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବହୁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଆର୍ଦ୍ଧାଧିକ ମହିଳା ଅଛନ୍ତି। ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀମାନେ ନକ୍ସଲ ସଂଗଠନରେ ହେଉଥିବା ମହିଳାଙ୍କ ପ୍ରତି ଶୋଷଣର ଗୁମର ଖୋଲିଛନ୍ତି। ମହିଳା କ୍ୟାଡରର ମାଓବାଦୀମାନେ ପୁରୁଷ କ୍ୟାଡରଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି।

ମୁହଁ ଖୋଲିଲେ ମୃତ୍ୟୁ ଦଣ୍ଡର ଧମକ ଦିଆଯାଉଥିଲା ବୋଲି କିଛି ମହିଳା ମାଓବାଦୀ ପ୍ରକାଶ କରିଛନ୍ତି। ବହୁ ମହିଳା ମାଓବାଦୀ ଗର୍ଭବତୀ ମଧ୍ୟ ହୋଇଛନ୍ତି। କିନ୍ତୁ କମାଣ୍ଡରମାନେ ଗର୍ଭପାତ କରିବା ପାଇଁ ବାଧ୍ୟ କରିଥାନ୍ତି। ବିଶେଷକରି ସମସ୍ତ ମାଓ କମାଣ୍ଡର ମହିଳାଙ୍କୁ ଅସଦାଚରଣ କରିଥାନ୍ତି। ମହିଳା ମାଓବାଦୀ ଦେଇଥିବା ଚାଞ୍ଚଲ୍ୟକର ବୟାନରେ ପୁରୁଷ କମାଣ୍ଡରମାନେ ମହିଳାଙ୍କୁ ବଳପୂର୍ବକ ଶାରିରୀକ ଶୋଷଣ କରିବା ସହ ସେମାନଙ୍କୁ ଗର୍ଭପାତ କରିବାପାଇଁ ଇଞ୍ଜେକ୍ସନ ଏବଂ ବଟିକା ଖାଇବାକୁ ଦିଆଯାଉଥିଲା।

ଏ ସଂପର୍କରେ ସଂଗଠନର ଅନ୍ୟ ମାଓବାଦୀମାନେ ଜାଣିଲେ ବି ଚୁପ ରହିବାକୁ ବାଧ୍ୟ ହେଉଥିଲେ। ଏହା ପୂର୍ବରୁ ମଧ୍ୟ ବହୁ ମହିଳା ମାଓବାଦୀ ପ୍ରଶାସନ ନିକଟରେ ମାଓ ସଂଗଠନର ଏଭଳି ନିନ୍ଦନୀୟ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ। ଗତ ୬ ବର୍ଷ ତଳେ ମହିଳା ମାଓବାଦୀମାନେ ଛତିଶଗଡ଼ର ଏକ ଥାନାରେ ଏତଲା ଦେବା ପରେ ପୁଲିସ ୩୭୬ ଧାରାରେ ତିନି ଜଣ କମାଣ୍ଡର ବିରୋଧରେ ମାମଲା ରୁଜୁ ମଧ୍ୟ କରିଥିଲା।

ମହିଳା ନକ୍ସଲମାନେ ସତ କହୁଛନ୍ତି ନା ମିଛ କହୁଛନ୍ତି ସେତେବେଳେ ସେମାନଙ୍କର ଡାକ୍ତରୀ ମାଇନା କରିବା ପରେ ସବୁ ସତ୍ୟ ବୋଲି ଜଣାପଡିଥିଲା। ବିଶେଷକରି ଆନ୍ଧ୍ର କ୍ୟାଡର ମାଓବାଦୀମାନେ ଓଡ଼ିଶା-ଛତିଶଗଡ଼ର ଆଦିବାସୀ ମହିଳା ମାଓବାଦୀଙ୍କୁ ବଳପୂର୍ବକ ଦୁଷ୍କର୍ମ କରିବାର ବହୁ ନଜିର ରହିଛି। ବହୁ ମହିଳା ମାଓବାଦୀ ଆତ୍ମସମର୍ପଣ କରିବା ପରେ ଆନ୍ଧ୍ର କ୍ୟାଡର ମାଓବାଦୀଙ୍କର ନିର୍ଯାତନା ଏବଂ ଭେଦଭାବ ସଂପର୍କରେ ବହୁ ବାର ଅଭିଯୋଗ କରିଛନ୍ତି।

କେବଳ ଏତିକି ନୁହେଁ ଯେତେ ବେଳେ ବି ପୁଲିସ ମାଓବାଦୀ ଉପରେ ଚଢାଉ କରନ୍ତି,ସେତେବେଳେ ପୁରୁଷ ମାଓବାଦୀମାନେ ମହିଳା ମାଓବାଦୀଙ୍କୁ ଆଗରେ ଛାଡି ଦିଅନ୍ତି। ଜଣେ ମହିଳା ସିଏନଏମ କମାଣ୍ଡର ସୋନା ଅରଫ ଭୀମେ କାବାସି ଆତ୍ମସମର୍ପଣ ପରେ କିପରି ସଂଗଠନରେ ତାଂକୁ ଶୋଷଣ କରାଯାଇଥିଲା ସେ ବଖାଣିଥିଲେ। କିପରି ଏଲଓସି କମାଣ୍ଡର ଶଂକର ଅରଫ କାମା ଅରଫ ଜଗା ତାଂକୁ ବାରମ୍ବାର ଶୋଷଣ କରିଥିଲା।

ଏ ସଂପର୍କରେ ଅନ୍ୟ ମାଓବାଦୀମାନେ ଜାଣିବା ପରେ ସେହି ମହିଳା ମାଓବାଦୀ ସହ ବିବାହ କରିବାକୁ ଶଂକରକୁ ବାଧ୍ୟ କରାଯାଇଥିଲା। ସେହି ମହିଳା ମାଓବାଦୀ ପରବର୍ତ୍ତୀ ସମୟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଛତିଶଗଡ,ତେଲେଙ୍ଗାନା ଏବଂ ମାଲକାନଗିରି ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ବହୁ ମହିଳା ମାଓବାଦୀ ଏହାକୁ ସ୍ବୀକାର କରିଛନ୍ତି। ମାଓବାଦୀ କମାଣ୍ଡରମାନେ ଆଦିବାସୀ ଯୁବତୀମାନଙ୍କୁ ଲୋଭନୀୟ କଥା କହି ସେମାନଙ୍କୁ ସଂଗଠନ ସହ ଜଡିତ କରନ୍ତି। ପରେ ସେମାନଙ୍କୁ ଜବରଦସ୍ତ ଶୋଷଣ କରନ୍ତି। ବହୁ ମହିଳା ମାଓବାଦୀ ପୁଲିସ ଭୟରେ ନୁହେଁ ବରଂ ସଂଗଠନରେ ଶୋଷଣ ହେଉଥିବାରୁ ସଂଗଠନ ଛାଡୁଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *